ରବିବାର ଦିନ ଏହି ସମୟରେ ବାନ୍ଧନ୍ତୁ କଳା ଫିତା, ଦୂର ହେବ ସମସ୍ତ ସମସ୍ୟା ଏବଂ ଚମକିବ ଭାଗ୍ୟ

ଆପଣ ପ୍ରାୟତଃ ଦେଖିଥିବେ ଅନେକ ମହିଳା ତାଙ୍କ ପାଦରେ କଳା ରଙ୍ଗର ଏକ ସୂତ୍ର ବାନ୍ଧିଥାନ୍ତି। ଫ୍ୟାସନ ହିସାବରେ ବନ୍ଧାଯାଇଥିବା କଳା ଫିତା ପଛରେ ବାସ୍ତବରେ ରହିଛି କିଛି ଧାର୍ମିକ ତଥ୍ୟ। ବିଶେଷ କରି ରବିବାର ଦିନ କଳା ଫିତା ବାନ୍ଧିବା ଦ୍ବାରା ମିଳିଥାଏ ଅନେକ ପ୍ରକାରର ଲାଭ। ତେବେ ଆସନ୍ତୁ ଜାଣିବା କେଉଁ ସମୟରେ ଶରୀରରେ କଳା ଫିତା ବାନ୍ଧିବା ହୋଇଥାଏ ଲାଭକାରୀ।
କେଉଁ ସମୟରେ କଳା ଫିତା ବାନ୍ଧିବା ହୁଏ ଲାଭକାରୀ
ରବିବାର ଦ୍ବିପହର ୧ ରୁ ୨ଟା ସମୟ ମଧ୍ୟରେ ଦକ୍ଷିଣମୁଖି ହନୁମାନ ମନ୍ଦିରରୁ ଆଣିଥିବା କଳା ଫିତାକୁ ଡ଼ାହାଣ ହାତରେ ବାନ୍ଧନ୍ତୁ। ଏହା ଦ୍ବାରା ଅନେକ ଅଟକିଥିବା କାମ ପୂଜା ହେବା ସହ ଶୁଭ ଫଳ ମିଳିଥାଏ। ଏଥିସହ ମନର ଶାନ୍ତି ରହିଥାଏ। ଏଥିସହ ଯଦି ଆପଣ ଦ୍ବିପହର ସମୟରେ କଳା ଫିତା ବାନ୍ଧିପାରିନାହାନ୍ତି ତେବେ ସନ୍ଧ୍ୟା ସମୟରେ ଭେରବୀ ମନ୍ଦିରରୁ କଳାରଙ୍ଗର ଫିତା ଆଣିବା ସହ ସେଥିରେ ମନ୍ଦିରର ଟିକେ ସିନ୍ଦୁର ଲଗାଇ ତାହାକୁ ହାତରେ ବାନ୍ଧନ୍ତୁ। ଦେଖିବେ ସମସ୍ତ ସମସ୍ୟାର ସମଧାନ ମିଳିବ।

ହାତରେ କଳା ରଙ୍ଗର ଫିତା ବାନ୍ଧିବା ଦ୍ବାରା ଖରାପ ନଜରରୁ ବଞ୍ଚାଇଥିବା ବେଳେ ଶନିବାର ଦିନ ହନୁମାନଙ୍କ ସିନ୍ଦୁର ଲାଗିଥିବା କଳା ଫିତା ଧାରଣ କରବା ଦ୍ବାରା ଆରୋଗ୍ୟ ଜୀବନ ମିଳିଥାଏ।
ଏହା ଦ୍ବାରା ଧନର ସମସ୍ୟା ଦୂର ହେବା । ସେହିପରି ଯଦି ଆପଣ ଶନିବାର ଦିନ ହନୁମାନଙ୍କ ମନ୍ଦିରରେ ସୋରିଷ ତେଲ ଲଗାଇ କଳା ଫିତା ବାନ୍ଧିବା ଦ୍ବାରା ଅନେକ ପ୍ରକାରର ଲାଭଫଳ ମିଳିଥାଏ।



