ଦେଶ ବିଦେଶ

ଦିଲ୍ଲୀ ରେ କରୋନା ଭାଇରସର ଅସର, କଣ ଚିକେନ ଖାଇଲେ ବ୍ୟାପୀବ ଭାଇରସ? ଜାଣନ୍ତୁ କଣ କରିବେ

ରାଜଧାନୀ ଦିଲ୍ଲୀ ରେ କରୋନା ଭାଇରସ ଆଗମନ ହୋଇ ଯାଇଛି, ସୋମବାର ଦିନ ଗୋଟେ କନଫର୍ମ କେସ ଦିଲ୍ଲୀ ରେ ସାମ୍ନାକୁ ଆସିଛି, ଏହା ଛଡା ତେଲେଙ୍ଗାନା ରେ ଦ୍ଵିତୀୟ କେସ ସାମ୍ନାକୁ ଆସିଛି । ବର୍ତମାନ ରେ ଦୁଇ ରୋଗୀଙ୍କ ଚିକିତ୍ସା ଚାଲିଛି । ସ୍ୱାସ୍ଥ୍ୟ ବିଭାଗ କହିବା ଅନୁଯାଇ ଦୁଇ ରୋଗୀଙ୍କ ସ୍ୱାସ୍ଥ୍ୟ ସ୍ଥିର ଅଟେ, ଏହି ମଧ୍ୟରେ ଲୋକଙ୍କ ମଝିରେ ଚିକେନ ଖାଇବା ବା ମାଂସାହାରି ଖାଦ୍ଯ ପାଇଁ ବହୁତ ପ୍ରକାର ମିଛ କଥା ସାମ୍ନାକୁ ଆସିଛି ଯେ ଚିକେନ ଖାଇଲେ କରୋନା ଭାଇରସ ହେଉଛି ।

ତେବେ କରୋନା ଭାଇରସ ଉପରେ ବହୁତ ପ୍ରକାର କଥା ବାହାରିଛି ଯାହା ଦ୍ଵାରା ଲୋକ ବହୁତ ଡଋ ଯାଇଛନ୍ତି ।

ଲୋକଙ୍କ ଏହି ମନ ଡର ବାହାର କରିବା ପାଇଁ ଗୋରଖପୁର ଉତ୍ତର ପ୍ରଦେଶ ରେ ଗୋଟେ ଫୁଲ ପ୍ଳେଟ ଚିକେନ ମାତ୍ର ୩୦ ଟଙ୍କା ରେ ଦିଆ ଯାଉଛି, ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ହୋଇ ପାରେ କିନ୍ତୁ ଗୋରଖପୁର ଚିକେନ ପ୍ରେମୀମାନଙ୍କ ପାଇଁ ତାଙ୍କ ସ୍ଵପ୍ନ ସତ ହୋଇ ଯାଇଛି । ପାଲ୍ଟ୍ରି ଫାର୍ମ ଏଶୋଷିଏସନ ଲୋକ ମିଶି ଗୋରଖପୁର ରେ ଚିକେନ ମେଳା ଆୟୋଜନ କରିଥିଲେ । ପାଲ୍ଟ୍ରି ଫାର୍ମ ଅଧ୍ୟକ୍ଷ ବିନୀତ ସିଂହ କହିବା ଅନୁଯାଇ ଗତ ଗୋଟେ ମାସ ଧରି କରୋନା ଭାଇରସ ଡରରେ ଲୋକ ଚିକେନ ଖାଇବା ବନ୍ଦ କରି ଦେଇଛନ୍ତି ।

ତାଙ୍କ କଥା ରେ ସେ କହିଥିଲେ ଯେ ଆମେ ଏହି ଆୟୋଜନ କଲୁ ଯାହା ଦ୍ଵାରା ଆମେ ଲୋକଙ୍କ ମନରୁ ପଖି ଦ୍ଵାରା କରୋନା ଭାଇରସ ହେଉଛି କଥା ବାହାର କରି ପାରିବୁ । ତାଙ୍କ କହିବା ଅନୁଯାଇ ମାଛ, ମଟନ ବା ଚିକେନ ଦ୍ଵାରା କରୋନା ଭାଇରସ ହୋଇ ନଥାଏ, ମେଳା ପାଇଁ ଏଶୋଷିଏସନ ହଜାର କେଜି ଚିକେନ ରୋଷେଇ କରିଥିଲେ ଓ ପୁରା ଷ୍ଟକ ସଋ ଯାଇଛି ।

ଗୋରଖପୁରା ରେଲବେ ଷ୍ଟେସନ ପାଖରେ ଏହି ମେଳା ଆୟୋଜନ କରା ଯାଇଥିଲା ଯାହା ପରେ ଭାରି ମାତ୍ରା ରେ ଲୋକ ଆସି ଏହାର ଆନନ୍ଦ ନେଲେ ଏବଂ ମେଳା ପାଇଁ ଭିଡ ଏତେ ବଢି ଯାଇଥିଲା ଯେ ବହୁତ ସମୟ ପର୍ଜନ ରାସ୍ତା ବନ୍ଦ ରହିଲା । ଏହା ଜଣା ପଡିଛି ଯେ ଦିଲ୍ଲୀ ରେ ଯେଉଁ ଲୋକ କରୋନା ରିପୋର୍ଟ ପୋଯେଟିବ ଆସିଛି, ସେହି ଲୋକ କିଛି ଦିନ ତଳେ ଇଟାଲୀ ଯାଇକି ଫେରିଥିଲା, ଓ ତେଲେଙ୍ଗାନା ଲୋକ ଯାହାକୁ ସନ୍ଦେହ କରା ଯାଉଥିଲା ତାଙ୍କର ମଧ୍ୟ ପୋଜେଟିବ ଆସିଛି ସେହି ଲୋକ କିଛି ଦିନ ତଳେ ଦୁବାଇ ଯାତ୍ରା କରି ଫେରିଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button