ଧର୍ମ

ଆଘାତ ପାଇ ଘର ଅଗଣାରେ ପଡିଯିବା ପକ୍ଷୀ ଦେଇଥାଏ ଏପରି ଅଶୁଭ ସଂକେତ, ଜାଣନ୍ତୁ ଆହୁରି ଅନେକ କିଛି

ହିନ୍ଦୁ ଧର୍ମରେ ପ୍ରକୃତିରେ ଉପସ୍ଥିତ ସବୁ ଜିନିଷକୁ ସମ୍ବଦ୍ଧ କରି ଜ୍ୟୋତିଷ ଏବଂ ବାସ୍ତୁ ଶାସ୍ତ୍ର ଦ୍ବାରା ଧରାଯାଏ। ଯେଉଁ କାରଣ ପାଇଁ ପ୍ରକ୍ରୁତିରେ ହେଉଥିବା ଘଟଣାର ସମ୍ବଦ୍ଧ କୌଣସି ନା କୌଣସି ରୂପରେ ବ୍ୟକ୍ତିଙ୍କ ସହିତ ଯୋଡି ହୋଇ ରହିଥାଏ। ଆଜି ଆମେ ଆପଣଙ୍କୁ ପ୍ରକୃତିର କିଛି ଏମିତି ସଂକେତ ବିଷୟରେ କହିବାକୁ ଯାଉଛୁ। ଯାହା ମଣିଷ ଜୀବନରେ ଅଶୁଭ ସମୟ ନେଇ ଆସିଥାଏ। ତେବେ ଆସନ୍ତୁ ଜାଣିବା କେଉଁଭଳି ଭାବେ ଏହା ଆମ ଜୀବନରେ ପ୍ରଭାବ ପକାଇଥାଏ।

-ଘରେ ବୁଢ଼ିଆଣି ଜାଲ ରହିବା ଉଚିତ ନୁହେଁ। ଏହା ଶୁଭ ହୋଇନଥାଏ।

-ଯେଉଁ ଘରେ ବିଛା ବାହାରକୁ ଯିବାର ଦେଖାଯାଏ ତେବେ ଭାବି ନିଅନ୍ତୁ ଲକ୍ଷ୍ମୀ ମାତା ଘରୁ ବାହାରି ଯିବାର ସଂକେତ ମିଳୁଛି।

-ଯେଉଁ ଘରେ କଳା ମୂଷାର ସଂଖ୍ୟା ଅଧିକ ଥାଏ ତେବେ ସେଠାରେ ହଠାତ ରୋଗ ବ୍ୟାଧି ହେବାର ସନ୍ଦେଶ ମିଳିଥାଏ।

-ଯେଉଁ ଘରେ ବିଲେଇ ପ୍ରାୟ ସମୟରେ କଳି କରିଥାନ୍ତି, ସେଠାରେ ବିଘଟନ ହେବାର ସମ୍ଭାବନା ରହିଥାଏ। ବିବାଦ ବ୍ରୁଦ୍ଧି ହୋଇଥାଏ ଏବଂ ମତଭେଦ ହୋଇଥାଏ।

-ଘର ସମ୍ମୁଖକୁ ଚାହିଁ କୁକୁର ଭୋକିଲେ କିମ୍ବା କାନ୍ଦିଲେ ଜାଣି ନିଅନ୍ତୁ ଘରକୁ କିଛି ଅନିଷ୍ଠ ହେବାକୁ ଯାଉଛି। ଅଥବା ଘରେ କାହାର ମ୍ରୁତ୍ୟୁ ହେବାର ଅଛି।

-ଘରେ ବାଦୁଡିର ବାସ ଅଶୁଭ ଅଟେ।

-ଯେଉଁ ଘର ଅଗଣାରେ କୌଣସି ପକ୍ଷୀ ଆଘାତ ହୋଇ ପଡିଯାଏ ତେବେ ସେଠାରେ ଦୁର୍ଘଟଣା ହେବାର ସମ୍ଭାବନା ଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button