କ୍ରୀଡା

Ind vs WI T20 Series : ଭାରତ-ୱେଷ୍ଟଇଣ୍ଡିଜ୍ ଟି-୨୦ ସିରିଜରେ ଛକା ବର୍ଷା, ୧୦୫ ଛକା ମାରି ଭାଙ୍ଗିଲା ରେକର୍ଡ

ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ଟି-୨୦ ସିରିଜ୍ ୨-୨ରେ ଶେଷ ହୋଇଛି । ଏହି ସିରିଜରେ ଉଭୟ ଦଳ ମିଶି ଏକ ଐତିହାସିକ ରେକର୍ଡ ସୃଷ୍ଟି କରିଛନ୍ତି । ଏହି ପାଞ୍ଚଟି ମ୍ୟାଚ ସିରିଜରେ ମୋଟ ୧୦୫ଟି ଛକା ମରାଯାଇଛି । ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ଚତୁର୍ଥ ଥର ପାଇଁ ଗୋଟିଏ ସିରିଜରେ ୧୦୦ କିମ୍ବା ତା’ଠାରୁ ଅଧିକ ଛକା ମରାଯାଇଛି ।

୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ସବୁଠାରୁ ଅଧିକ ଛକା ରାଞ୍ଚିରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଦେଖିବାକୁ ମିଳିଥିଲା । ଏହି ମ୍ୟାଚରେ ମୋଟ ୩୩ଟି ଛକା ଲାଗିଥିଲା । ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ୨୫୦ ରନକୁ ବିଶାଳ ଲକ୍ଷ୍ୟକୁ ପିଛା କରି ବିଜୟ ହାସଲ କରିଥିଲା ।

ଏହା ପୂର୍ବରୁ ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍, ଅଷ୍ଟ୍ରେଲିଆ-ୱେଷ୍ଟଇଣ୍ଡିଜ୍ ଏବଂ ଭାରତ-ନ୍ୟୁଜିଲାଣ୍ଡ ସିରିଜରେ ୧୦୦ରୁ ଅଧିକ ଛକା ଲାଗିଥିଲା ।

ସିରିଜରେ ସର୍ବାଧିକ ଛକାର ରେକର୍ଡ ତାଲିକା:

୧୨୦ ଛକା – ଇଂଲଣ୍ଡ ବନାମ ୱେଷ୍ଟଇଣ୍ଡିଜ୍
୧୧୭ ଛକା – ଅଷ୍ଟ୍ରେଲିଆ ବନାମ ୱେଷ୍ଟଇଣ୍ଡିଜ୍
୧୧୬ ଛକା – ଭାରତ ବନାମ ନ୍ୟୁଜିଲାଣ୍ଡ
୧୦୫ ଛକା – ଭାରତ ବନାମ ୱେଷ୍ଟଇଣ୍ଡିଜ୍

ଭାରତ ପକ୍ଷରୁ ଶ୍ରେୟସ ଆୟର, ଅଭିଷେକ ଶର୍ମା ଓ ସଞ୍ଜୁ ସାମସନ୍ ସର୍ବାଧିକ ଛକା ମାରିଥିଲେ । ଏହି ତିନି ଜଣ ବ୍ୟାଟର ସିରିଜରେ ୯ଟି ଲେଖାଏଁ ଛକା ମାରିଥିଲେ । ଟି୨୦ ସିରିଜର ୫ ତଥା ଶେଷ ମ୍ୟାଚ୍ ବର୍ଷା ଯୋଗୁଁ ୯-୯ ଓଭରର ଖେଳାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରିଥିବା ସତ୍ତ୍ବେ ୯ ଓଭର ଖେଳ ସଂପୂର୍ଣ୍ଣ ହୋଇପାରିନଥିଲା । ଭାରତ ୭.୪ ଓଭର ଖେଳୁଥିବା ବେଳେ ୧୧୮ରନ ବଦଳରେ ୫ ୱିକେଟ ହରାଇଥିଲା । ବର୍ଷା ଯୋଗୁଁ ଆଉ ଖେଳ ହୋଇପାରିନଥିଲା । ଶେଷରେ ମ୍ୟାଚ୍ ଡ୍ର ହୋଇଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button