ବିଚାର

କାନାଡାର ଆଲବର୍ଟା ପ୍ରଦେଶରେ ଥିବା ଏକ ସାମରିକ ଘାଟିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ଅନେକ ସୈନିକ ଏବଂ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ତେବେ ମୃତାହତଙ୍କ ସଠିକ୍ ସଂଖ୍ୟା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସୁଦ୍ଧା ଜଣାପଡ଼ିନାହିଁ । ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କାନାଡାର ଆଲବର୍ଟା ପ୍ରଦେଶର ଏକ ସାମରିକ ଘାଟିରେ ଅଗ୍ନିକାଣ୍ଡକୁ ନେଇ ହଇଚଇ ସୃଷ୍ଟି ହୋଇଛି । କାନାଡାର ପ୍ରତିରକ୍ଷା ମନ୍ତ୍ରୀ ଡେଭିଡ୍ ମ୍ୟାକଗୁଣ୍ଟିଙ୍କ ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ ଅନେକ ସୈନିକ ଏବଂ ସାଧାରଣ ନାଗରିକଙ୍କ ଜୀବନ ଯାଇଛି । ଏଥିସହ ଅନେକ ଲୋକ ଆହତ ହୋଇଛନ୍ତି । ତେବେ କେତେ ଜଣଙ୍କ ମୃତ୍ୟୁ ହୋଇଛି ଏବଂ କେତେ ଜଣ ଆହତ ହୋଇଛନ୍ତି, ସେନେଇ ସରକାରୀ ଭାବେ ସଠିକ୍ ତଥ୍ୟ ଦିଆଯାଇନାହିଁ । ଘଟଣାର କାରଣ ଜାଣିବା ପାଇଁ ରୟାଲ କାନାଡିଆନ୍ ମାଉଣ୍ଟେଡ୍ ପୁଲିସ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ, ଅଗ୍ନିକାଣ୍ଡ ପରେ ପରିସ୍ଥିତି ଗମ୍ଭୀର ରହିଥିବାରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି । କାନାଡାର ସାମରିକ ବାହିନୀ ସହ ସଂଘୀୟ ସରକାର, ପ୍ରାଦେଶିକ ପ୍ରଶାସନ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷ ମିଳିତ ଭାବେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ନିକଟସ୍ଥ ୱେନରାଇଟ୍ ଅଞ୍ଚଳର ହସ୍ପିଟାଲ ଏବଂ ଅଗ୍ନିଶମ କର୍ମଚାରୀମାନେ ମଧ୍ୟ ସହଯୋଗ କରୁଛନ୍ତି। ଏଥିସହ ସ୍ଥାନୀୟ ପ୍ରଶାସନର ସୂଚନା ଅନୁଯାୟୀ, ନିଆଁ ସାମରିକ ଘାଟିର ସୀମା ବାହାରକୁ ମଧ୍ୟ ବ୍ୟାପିଯାଇଥିଲା । ପ୍ରବଳ ପବନ ଯୋଗୁଁ ନିଆଁ ଦ୍ରୁତ ଗତିରେ ବ୍ୟାପିଥିଲା । ତେବେ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମରେ ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଥିବା ସୂଚନା ମିଳିଛି । ଏହି ଦୁଃଖଦ ଘଟଣାକୁ ନେଇ କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ସୋସିଆଲ ମିଡିଆରେ ପ୍ରଭାବିତ ପରିବାର ଏବଂ ଲୋକଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ସେହିପରି ଆଲବର୍ଟାର ମୁଖ୍ୟମନ୍ତ୍ରୀ ଡାନିଏଲ୍ ସ୍ମିଥ୍ ଏହି ଅଗ୍ନିକାଣ୍ଡକୁ ଗମ୍ଭୀର ଏବଂ ଦୁଃଖଦ ଘଟଣା ବୋଲି କହିଛନ୍ତି । ଏଥିରେ ଅନେକ ସାମରିକ କର୍ମଚାରୀ ପ୍ରଭାବିତ ହୋଇଥିବା ସେ ଉଲ୍ଲେଖ କରିଛନ୍ତି । ସାମରିକ ଘାଟିରେ ଏଭଳି ଭୟଙ୍କର ଅଗ୍ନିକାଣ୍ଡ ପରେ ଘଟଣାର ପ୍ରକୃତ କାରଣ ଏବଂ ମୃତାହତଙ୍କ ସଠିକ୍ ସଂଖ୍ୟା ଜାଣିବାକୁ ତଦନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

କାନାଡାର ଆଲବର୍ଟା ପ୍ରଦେଶରେ ଥିବା ଏକ ସାମରିକ ଘାଟିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ଅନେକ ସୈନିକ ଏବଂ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ତେବେ ମୃତାହତଙ୍କ ସଠିକ୍ ସଂଖ୍ୟା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସୁଦ୍ଧା ଜଣାପଡ଼ିନାହିଁ । ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

କାନାଡାର ଆଲବର୍ଟା ପ୍ରଦେଶର ଏକ ସାମରିକ ଘାଟିରେ ଅଗ୍ନିକାଣ୍ଡକୁ ନେଇ ହଇଚଇ ସୃଷ୍ଟି ହୋଇଛି । କାନାଡାର ପ୍ରତିରକ୍ଷା ମନ୍ତ୍ରୀ ଡେଭିଡ୍ ମ୍ୟାକଗୁଣ୍ଟିଙ୍କ ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ ଅନେକ ସୈନିକ ଏବଂ ସାଧାରଣ ନାଗରିକଙ୍କ ଜୀବନ ଯାଇଛି । ଏଥିସହ ଅନେକ ଲୋକ ଆହତ ହୋଇଛନ୍ତି । ତେବେ କେତେ ଜଣଙ୍କ ମୃତ୍ୟୁ ହୋଇଛି ଏବଂ କେତେ ଜଣ ଆହତ ହୋଇଛନ୍ତି, ସେନେଇ ସରକାରୀ ଭାବେ ସଠିକ୍ ତଥ୍ୟ ଦିଆଯାଇନାହିଁ । ଘଟଣାର କାରଣ ଜାଣିବା ପାଇଁ ରୟାଲ କାନାଡିଆନ୍ ମାଉଣ୍ଟେଡ୍ ପୁଲିସ ତଦନ୍ତ ଆରମ୍ଭ କରିଛି ।

ଅନ୍ୟପଟେ, ଅଗ୍ନିକାଣ୍ଡ ପରେ ପରିସ୍ଥିତି ଗମ୍ଭୀର ରହିଥିବାରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି । କାନାଡାର ସାମରିକ ବାହିନୀ ସହ ସଂଘୀୟ ସରକାର, ପ୍ରାଦେଶିକ ପ୍ରଶାସନ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷ ମିଳିତ ଭାବେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ନିକଟସ୍ଥ ୱେନରାଇଟ୍ ଅଞ୍ଚଳର ହସ୍ପିଟାଲ ଏବଂ ଅଗ୍ନିଶମ କର୍ମଚାରୀମାନେ ମଧ୍ୟ ସହଯୋଗ କରୁଛନ୍ତି। ଏଥିସହ ସ୍ଥାନୀୟ ପ୍ରଶାସନର ସୂଚନା ଅନୁଯାୟୀ, ନିଆଁ ସାମରିକ ଘାଟିର ସୀମା ବାହାରକୁ ମଧ୍ୟ ବ୍ୟାପିଯାଇଥିଲା । ପ୍ରବଳ ପବନ ଯୋଗୁଁ ନିଆଁ ଦ୍ରୁତ ଗତିରେ ବ୍ୟାପିଥିଲା । ତେବେ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମରେ ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଥିବା ସୂଚନା ମିଳିଛି ।

ଏହି ଦୁଃଖଦ ଘଟଣାକୁ ନେଇ କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ସୋସିଆଲ ମିଡିଆରେ ପ୍ରଭାବିତ ପରିବାର ଏବଂ ଲୋକଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ସେହିପରି ଆଲବର୍ଟାର ମୁଖ୍ୟମନ୍ତ୍ରୀ ଡାନିଏଲ୍ ସ୍ମିଥ୍ ଏହି ଅଗ୍ନିକାଣ୍ଡକୁ ଗମ୍ଭୀର ଏବଂ ଦୁଃଖଦ ଘଟଣା ବୋଲି କହିଛନ୍ତି । ଏଥିରେ ଅନେକ ସାମରିକ କର୍ମଚାରୀ ପ୍ରଭାବିତ ହୋଇଥିବା ସେ ଉଲ୍ଲେଖ କରିଛନ୍ତି । ସାମରିକ ଘାଟିରେ ଏଭଳି ଭୟଙ୍କର ଅଗ୍ନିକାଣ୍ଡ ପରେ ଘଟଣାର ପ୍ରକୃତ କାରଣ ଏବଂ ମୃତାହତଙ୍କ ସଠିକ୍ ସଂଖ୍ୟା ଜାଣିବାକୁ ତଦନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button