ଦେଶ ବିଦେଶ

‘ଦେଶର ଛୋଟ ପିଲା ବି ଜାଣିଛନ୍ତି କି ଭାରତ ସହ ଲଢିବା ପାଇଁ ଆମ ସୈନିକ ସକ୍ଷମ ନୁହନ୍ତି ’: ପାକ ସୈନ ବୈଜ୍ଞାନିକ

କେନ୍ଦ୍ର ସରକାର ଦ୍ଵାରା ଜାମ୍ମୁ – କାଶ୍ମୀରରୁ ଧାରା ୩୭୦ ଶେଷ ହେବା ପରେ ପାକିସ୍ତାନର ଅବସ୍ଥା ଦିନକୁ ଦିନ ଖରାପ ହେବାକୁ ଲାଗୁଛି । ପାଗଳ ହୋଇ ପାକିସ୍ତାନ ଯାହା ଇଚ୍ଛା ତାହା ବୟାନ ଦେଉଛି ଓ ଯୁଧ୍ୟର ବି ଚେତାବନୀ ଦେଉଛି । କିନ୍ତୁ ପାକିସ୍ତାନର ଏହି ଚେତାବନୀ ଭାରତ ଉପରେ କୌଣସି ପ୍ରଭାବ ପଡୁ ନାହିଁ । ଏହି ଚେତାବନୀର ଜବାବ ଭାରତ ଦେବା ପୂର୍ବରୁ ତାହର ନିଜର ନାଗରିକ ଠାରୁ ହିଁ ତାକୁ ଜବାବ ମିଳି ଯାଇଛି ।

ଆୟଶା ସିଦ୍ଦୀକା ଦେଲେ ଜବାବ

ଆୟଶା ସିଦ୍ଦୀକା କହିଲା କି ପାକିସ୍ତାନୀ ସେନା ବର୍ତ୍ତମାନ କାଶ୍ମୀର ମାମଲା ଉପରେ ଭାରତ ସହିତ ଯୁଧ୍ୟ କରିବା ସ୍ଥିତିରେ ନାହିଁ । କାରଣ ତଳକୁ ଯାଉଥିବା ଅର୍ଥବ୍ୟବସ୍ଥା ଓ ବଢୁଥିବା ଜିନିଷର ଦାମ ସାଧାରଣ ଲୋକର ଜୀବନ ଉପରେ ପ୍ରଭାବ ପକାଉଛି ।

 

ଏହା ସହିତ ଆୟଶା ସିଦ୍ଦୀକା ଏହା ବି କହିଲା କି ପାକିସ୍ତାନୀ ସେନା ଏହା ଭଲ ଭାବରେ ଜାଣିଛି କି ଯଦି ଭାରତ ସହ ଯୁଧ୍ୟ ହେଲା ତେବେ ପାକକୁ ବହୁତ ଖରାପ ଭାବରେ ପରାଜୟର ସମ୍ମୁଖୀନ କରିବାକାଉ ପଡିବ । ଯେଉଁ କାରଣରୁ କେବଳ କୁହାଯାଉଛି । କିନ୍ତୁ ଅଧିକୃତ କାଶ୍ମୀର ପାଇଁ କୌଣସି ବି ପଦେକ୍ଷେପ ନିଆ ଯାଉ ନାହିଁ ।

ପାକିସ୍ତାନର ଛୋଟ ଛୋଟ ପିଲା ବି ଜାଣିଛି ଏହା

ପାକିସ୍ତାନର ନୌସେନାର ନେବଲ ରିସର୍ଚର ଡାୟରେକ୍ଟର ରୂପରେ କାର୍ଯ୍ୟରତ ଥିବା ଆୟଶା ସିଦ୍ଦୀକା କହିଲା କି ଏହା ପ୍ରଥମ ଥର ଅଟେ, ଯେତେବେଳେ ପାକିସ୍ତାନର ଛୋଟ ଛୋଟ ପିଲା ଜାଣିଛି କି ପାକର ଭାରତ ସହିତ ଯୁଧ୍ୟ ଲଢିବା ସମ୍ଭବ ନୁହେଁ, କାରଣ ଆମ ପାଖରେ କିଛି ବଞ୍ଚି ହିଁ ନାହିଁ ଓ ଯଦି ଯୁଧ୍ୟ ହେବ, ତେବ ଆମକୁ ପରାଜୟର ସାମନା କରିବାକୁ ପଡିବ । ଏହା ସହିତ ସେ କହିଲା କି ପାକିସ୍ତାନରେ ଗୋଟିଏ ପ୍ରକାରର ଦୁଖ ଓ ନିରାଶର ମେଘ ଛାଇ ଅଛି । ଆମେ ବର୍ତ୍ତମାନ କିଛି ବି କରି ପାରିବୁ ନହିଁ ।

ଆଯୟଶା ନିଜ କଥାକୁ ଆଗକୁ ବଢାଇ କହିଲା କି ୭୨ ବର୍ଷ ହେବ ପାକ ସୈନିକର ଧ୍ୟାନ କେବଳ ଜାମ୍ମୁ କାଶ୍ମୀର ଉପରେ ହିଁ ଥିଲା । କିନ୍ତୁ ଯେତେବେଳ ସେ ଦିନେ ନିଦରୁ ଉଠିଲା ତେବେ ତାକୁ ଜଣା ପଡିଲା କି ବର୍ତ୍ତମାନ ଆଉ କିଛି ବି ନାହିଁ । ଅର୍ଥାତ ପାକିସ୍ତାନର ସମସ୍ତ ନାଗରିକ ଜାଣିଛନ୍ତି କି ଭାରତ ସହିତ ଯୁଧ୍ୟ କରିବା ପାଇଁ ପାକ ପାଖରେ ସାହାସ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button