ଦେଶ ବିଦେଶ

ପ୍ଲାଷ୍ଟିକ ନୁହେଁ ବରଂ ଏହି ଜିନିଷରୁ ତିଆରି ହୋଇଥାଏ କ୍ୟାପସୁଲର ଖୋଳ, ଜାଣିଲେ ସବୁଦିନ ପାଇଁ କରିବେ ଘୃଣା

କହିବାକୁ ଗଲେ ବଦଳୁଥିବା ଲାଇଫଷ୍ଟାଇଲ କାରଣରୁ ହେଉଥିବା ବିଭିନ୍ନ ରୋଗର ଚିକିତ୍ସା ପାଇଁ ବର୍ତ୍ତମାନ ଘରେ ଘରେ ଲୋକମାନଙ୍କର ଜୀବନ ଔଷଧ ଉପରେ ହିଁ ନିର୍ଭର କରେ । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଆପଣ ଯେଉଁ ଔଷଧର ସେବନ କରୁଛନ୍ତି ତାହା କେଉଁ ଜିନିଷରୁ ତିଆରି ହୋଇଥାଏ । ଔଷଧ ଗୁଡିକ ମଧ୍ୟରେ ଆପଣ ସମସ୍ତେ କ୍ୟାପସୁଲ ତ ନିଶ୍ଚିତ ସେବନ କରିଥିବେ । ଆପଣ କଣ କେବେ ଚିନ୍ତା କରିଛନ୍ତି କି ଯେଉଁ କ୍ୟାପସୁଲର ସେବନ ଆମେ କରୁଛୁ ତାହାର ଉପର ଭାଗ କେଉଁଥିରେ ତିଆରି ହୋଇଛି ।

ଦେଖିବା ଓ ଧରିବା ପରେ ଆପଣଙ୍କୁ ଲାଗିବ କି ଏହା ପ୍ଲାଷ୍ଟିକରେ ତିଆରି ହୋଇଛି, କିନ୍ତୁ ଏହା ପ୍ଲାଷ୍ଟିକରୁ ତିଆରି ହୋଇ ନ ଥାଏ । ଯଦି ଆପଣଙ୍କୁ ଜଣା ପଡିଯିବ କି ଏହି କ୍ୟାପସୁଲର ଉପରି ଭାଗ କେଉଁ ଜିନିଷରେ ତିଆରି ହେଉଛି, ତେବେ ଆପଣ ଏହାର ସେବନ କରିବା ବନ୍ଦ କରିଦେବେ । କ୍ୟାପସୁଲ ର ଉପରି ଭାଗ ପ୍ଲାଷ୍ଟିକ ଭଳି ଦେଖାଯାଏ କିନ୍ତୁ ଏହା ପ୍ଲାଷ୍ଟିକ ନୁହେଁ, ଏହା ଜିଲେଟିନରୁ ତିଆରି ହୋଇଥାଏ ।

ଆପଣଙ୍କୁ କହିଦେଉଛୁ କି ଜିଲେଟିନ ଏକ ପଶୁ ଉତ୍ପାଦ ଅଟେ । ଜିଲେଟିନ ଏକ ତନ୍ତୁ ଜାତୀୟ ପଦାର୍ଥ ହୋଇଥାଏ ଯାହା ପଶୁମାନଙ୍କର ହାଡକୁ କିମ୍ବା ସ୍କିନକୁ ଗରମ କରି ତିଆରି କରାଯାଇଥାଏ । ପ୍ରୋସେସିଙ୍ଗ କରି ଏହାକୁ ଚମକଦାର ଓ ପତଳା ତିଆରି କରାଯାଏ ।  ଜିଲେଟିନକୁ ଜେଲି ତିଆରି କରିବାରେ ବି ଉପଯୋଗ କରାଯାଏ ।

ଆପଣଙ୍କୁ କ୍ୟାପସୁଲର ପ୍ୟାକେଟ କିମ୍ବା ଡବା ଉପରେ ଥିବା ସୂଚନାରୁ ମେଡ଼ିସିନ କନ୍ଟେନ୍ଟ ବିଷୟରେ ତ ଜଣା ଥାଏ, କିନ୍ତୁ ପ୍ରାୟତଃ ମାମଲାରେ କମ୍ପାନୀମାନେ ଆପଣଙ୍କୁ ଏହା କେବେ ବି କୁହନ୍ତି ନାହିଁ କି କ୍ୟାପସୁଲ ର କଭର କେଉଁଥିରୁ ତିଆରି ହୋଇଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ପାଖାପାଖି ୯୮ % ଔଷଧ କମ୍ପାନୀ ପଶୁମାନଙ୍କର ଉତ୍ପାଦ ଦ୍ଵାରା ତିଆରି ଜିଲେଟିନ କ୍ୟାପସୁଲ ବ୍ୟବହାର କରୁଛନ୍ତି ।

ଏହିଭଳି କରିବା ଦ୍ଵାରା ଶାକାହାରୀ ଲୋକମାନଙ୍କର ଧାର୍ମିକ ଭାବନାକୁ ଆଘାତ ପହଞ୍ଚିଥାଏ । ଆପଣଙ୍କୁ କହିଦେଉଛୁ କି ଏହି ବିଷୟରେ ମେନକା ଗାନ୍ଧୀ କହିଥିଲେ । ଏହି କଥା ପ୍ରାୟତଃ ଲୋକମାନଙ୍କ ସାମ୍ନାରେ ସେତେବେଳେ ଆସିଲା ଯେତେବେଳେ ତତ୍କାଳୀନ କେନ୍ଦ୍ରୀୟ ମହିଳା ଏବଂ ବାଲ କଲ୍ୟାଣ ମନ୍ତ୍ରୀ ମେନକା ଗାନ୍ଧୀଙ୍କ ଦ୍ୱାରା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଏକ ଉପଦେଶ ଦିଆ ଯାଇଥିଲା କି ଜିଲେଟିନ ଦ୍ଵାରା ପ୍ରସ୍ତୁତ କ୍ୟାପସୁଲ ଜାଗାରେ ଗଛରୁ ତିଆରି କ୍ୟାପସୁଲ“ ତିଆରି କରାଯାଉ । ଏଥିପାଇଁ ବିଶେଷଜ୍ଞମାନଙ୍କର ଏକ କମିଟି ୨୦୧୭ରେ ଗଠନ ବି କରାଯାଇଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button