ଜୀବନଶୈଳୀ

ରାଣୀପଣ୍ଡାଙ୍କ ଗାଡି ଧକ୍କାରେ ସ୍ଵାମୀ ସୁକାନ୍ତଙ୍କ ମୃତ୍ୟୁ ହେଲା, ଏବେ ଗରମ ପେଜରେ ପୁଅ ବି ଚାଲିଗଲା, ଆଉ ମତେ କାହିଁକି ଛାଡିଦେଲୁ….ବାହୁନି କାନ୍ଦୁଛି ସୁକାନ୍ତର ସ୍ତ୍ରୀ

ବନ୍ଧୁଗଣ, ସୂଚନା ଅନୁଯାୟୀ ବହୁ ଚର୍ଚ୍ଚିତ ରାନୀପଣ୍ଡା ଙ୍କ କାର ଧକ୍କାରେ ସୁକାନ୍ତ ଙ୍କ ପ୍ରାଣ ଚାଲିଯାଇଥିଲେ । ପ୍ରାୟ ଏହି ମାସେ ଭିତରେ ବାପା ସାଙ୍ଗକୁ ପୁଅ ମଧ୍ୟ ଆରପାରିକୁ ସବୁଦିନ ଲାଗି ଚାଲିଯାଇଛନ୍ତି । ବର୍ତ୍ତମାନ ସୁକାନ୍ତ ଙ୍କ ସ୍ତ୍ରୀ କେତେବେଳେ ନିଜ ସ୍ଵାମୀ ସୁକାନ୍ତ ଙ୍କ କଥା ମନେ ପକାଇ କାନ୍ଦୁଛନ୍ତି ତ ଆଉ କେତେବେଳେ ନିଜ ଛୋଟ ପୁଅ କଥା ମନେ ପକାଇ କାନ୍ଦୁଛନ୍ତି । ଅଭିନେତ୍ରୀ ରାଣୀପଣ୍ଡା ବିଳମ୍ବିତ ରାତିରେ ଏକ ବାହାଘର ଭୋଜିରୁ ଫେରୁଥିବା ବେଳେ, ତାଙ୍କ କାରଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।

ଆଠଗଡ ମୁଣ୍ଡୁଳି ରାସ୍ତାର ଡାଳଖାଇ ଛକ ନିକଟରେ ଏକ ବାଇକ କୁ ଧକ୍କା ଦେଇଥିଲା ରାନୀପଣ୍ଡା ଙ୍କ କାର । ଘଟଣା ସ୍ଥଳରେ ବାଇକ ଆରୋହୀ ସୁକାନ୍ତ ବେହେରା ଙ୍କ ମୃ-ତ୍ୟୁ ହୋଇଥିଲା । ଏହାପରେ ରାଣୀ ଙ୍କୁ ନେଇ ଅନେକ ବାଦ ବିବାଦ ମଧ୍ୟ ଉଠିଥିଲା, ଏହାର ଜବାବ ରଖିଥିଲେ ରାଣୀ । କିଏ କହୁଥିଲା ରାଣୀ ଫଟୋ ଉଠାଉଥିଲେ ଆଉ କିଏ କହୁଥିଲା ଯେ ରାଣୀ ଙ୍କ ଡ୍ରାଇଭର ନିଶାରେ ଥିଲେ ।

ମାତ୍ର ଏ ସବୁ ଯାହା ହେଉ ନା କାହିଁକି ଘଟଣା ଘଟଣା ବାଟରେ ଚାଲିଗଲା । ସ୍ଵାମୀ ଙ୍କୁ ହରାଇଥିବା ସ୍ତ୍ରୀ ମଧ୍ୟ ନିଜ ପିଲାଙ୍କ ମୁହଁକୁ ଚାହିଁ ବାକି ଜୀବନ ବଞ୍ଚିବାକୁ ନିଷ୍ପତ୍ତି ନେଇଥିଲେ । ମାତ୍ର ଠିକ ଏତିକି ବେଳେ ଆଉ ଏକ କଳା ବାଦଲ ମାଡିଆସେ, ତାହା ହେଉଛି ସୁକାନ୍ତ ଙ୍କ ତିନି ବର୍ଷ ର ପୁଅର ଜୀବନ ଚାଲିଗଲା ।

ପୁଅ ଉପରେ ଗରମ ପେଜ ଢାଳି ହୋଇଗଲା ଏବଂ ଚିକିତ୍ସିତ ଅବସ୍ଥାରେ ତାଙ୍କ ଜୀବନ ଚାଲିଗଲା । ସେପଟେ ସ୍ଵାମୀ ଚାଲିଗଲା ଏପଟେ ପୁଅ ମଧ୍ୟ ଚାଲିଗଲା ଏହାକୁ ସହଜରେ ଗ୍ରହଣ କରିପାରୁନାହିଁ ମା’ ଜଣଙ୍କ । କେମିତି ବା କରିବ ? କେତେବେଳେ ସେ ଭାଗ୍ୟକୁ ନିନ୍ଦୁଛି ତ ଆଉ କେତେବେଳେ ସେ କେଉଁ ପାପ କରିଥିଲେ ଯେ ତାଙ୍କୁ ଏଭଳି କଷ୍ଟ ଭୋଗିବାକୁ ପଡିଛି ତାକୁ ସେ ମନେ ପକାଉଛନ୍ତି ।

ଆଖିରୁ ଲୁହ ଗଡି ଗଡି ବର୍ତ୍ତମାନ ଆଉ ଆଖିରୁ ଲୁହ ବାହାରୁ ନାହିଁ, କାନ୍ଦୁଛି ହୃଦୟ । ଏହିଭଳି ସମୟରେ ଭଗବାନ ଙ୍କ ନିକଟରେ ଏତିକି ପ୍ରାର୍ଥନା ଯେ ଏହି ମା’ ଜଣକଙ୍କୁ ଏହିଭଳି ଏକ ବିପଦ ତଥା ପରିସ୍ଥିତି ର ସାମ୍ନା କରିବାକୁ ସାହାସ ଦିଅନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button