ଦେଶ ବିଦେଶ

ଭଡା ପାଇଁ ଚିନ୍ତିତ ଥିଲା ଛାତ୍ରୀ, ପୁଣି ପୁରୁଣା ଭ୍ୟାନରେ କରିଲା କିଛି ଏମିତି କାମ, ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ଭଡା ପାଇଁ ଚିନ୍ତିତ ହୋଇ ଛାତ୍ରୀ ଜଣକ ପୁରୁଣା ଭ୍ୟାନରେ ଏମିତି କିଛି କରିଛନ୍ତି କି ଯାହା ବିଷୟରେ ଜାଣିଲେ ଆପଣ ସମସ୍ତେ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଘଟଣା ସ୍କଟଲ୍ୟାଣ୍ଡର ପେସ୍ଲେ ସହରର ଅଟେ । ଯେଉଁଠି ୨୫ ବର୍ଷର କ୍ୟାଟଲିନ ମାନେ ଲଗାତାର ବଢୁଥିବା ବିଲ ଓ ଭଡା ଦ୍ଵାରା ବହୁତ ଚିନ୍ତିତ ହୋଇ ଯାଇଥିଲା । ଏହା ପରେ ସେ ନିଜର ଗୋଟିଏ ଭ୍ୟାନକୁ ହିଁ ନିଜର ଘର କରି ନେଲା ।

କହିବାକୁ ଗଲେ ଏଥିପାଇଁ କ୍ୟାଟଲିନ ତିନି ହଜାର ପାଉଣ୍ଡରେ ୩୫ ବର୍ଷ ପୁରୁଣା ଏକ ଭ୍ୟାନ କ୍ରୟ କରି ନେଲା ଓ ଏହା ପରେ ସେହି ଭ୍ୟାନ ଗାଡିକୁ ସଜାଡି ଚାଳାଇବାକୁ ଲାଗିଲା ଓ ପୁଣି ସେହି ଗାଡିକୁ ନିଜ ଘରରେ ବଦଳାଇ ଦେଲା । କ୍ୟାଟଲିନର କହିବା ଅଟେ କି ତାହାର ଫ୍ଲାଟର ଭଡା ଅନ୍ୟ ଫ୍ଲାଟ ଅପେକ୍ଷା ବହୁତ କମ ଅଟେ, କିନ୍ତୁ ତାକୁ ଏତେ ଟଙ୍କା ବି ଦେବା ବେକାର ଲାଗୁଥିଲା ।

କାରଣ ସାରା ଦିନ ତ ସେ କଲେଜରେ ରହୁଥିଲା ଓ ବାକି କାମ ପାଇଁ ଘରୁ ବାହାରେ ରହୁଥିଲା । ଏମିତିରେ ୨୫୦ ପାଉଣ୍ଡ (ପାଖାପାଖି ୨୩,୪୦୩ ଟଙ୍କା) ସବୁ ମାସରେ ବେକାର ଯାଉଥିଲା । ଏହି କାରଣରୁ ସେ ଭ୍ୟାନକୁ ଘର କରିଦେଲା । କ୍ୟାଟଲିନଙ୍କ କହିବା ଅଟେ କି ତାଙ୍କର ଭ୍ୟାନଙ୍କୁ ଘର କରିବାର ଆଇଡିଆ ତାଙ୍କୁ ନିଜର ଏକ ବନ୍ଧୁ ଠାରୁ ମିଳିଲା ।

ସେ ସବୁବେଳେ ଭ୍ୟାନରେ ରହିବା ବିଷୟରେ କଥା ହେଉଥିଲା ଓ ସେ ସେହି ଆଇଡିଆରୁ ଏକ ଭ୍ୟାନକୁ କ୍ରୟ କରି ନିଜର ଘର କରିନେଲା । ବର୍ତ୍ତମାନ ସେ ଏଥିରେ ଗୋଟିଏ ଛୋଟ ରୋଷେଇ ଘର ଲଗାଇବ । ଏହି ଭ୍ୟାନ ବହୁତ ପୁରୁଣା ଅଟେ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଭଲ ଚାଲୁଛି । କ୍ୟାଟଲିନର କହିବା ଅଟେ କି ଗତ ବର୍ଷ ଅଗଷ୍ଟ ମାସରେ ସେ ନିଜର ପୋଷା କୁକୁର ସହିତ ଏହି ଭ୍ୟାନରେ ଦୁଇ ସପ୍ତାହ ପାଇଁ ନେଦରଲ୍ୟାଣ୍ଡ ଯାଇଥିଲା ।

ସେ ଆଗକୁ କହିଲା କି, ଦୁଇ ସପ୍ତାହର ଟ୍ରିପରେ ଥରେ ହେଲେ ବି ତାଙ୍କର ଗାଡି ଖରାପ ହୋଇ ନାହିଁ । ଏହି ବର୍ଷ ଗ୍ରାଜୁଏଟ ସରିବା ପରେ ସେ ପ୍ରଥମେ ଏହି ଭ୍ୟାନ ଦ୍ଵାରା ସ୍କଟଲ୍ୟାଣ୍ଡ ବୁଲିବେ ଓ ଇଂଲଣ୍ଡ ଓ ଏହା ପରେ ୟୁରୋପ । ସେ ଡିଜିଟଲ ଏଡିଟିଂଗର କାମ ବି କରନ୍ତି । ସେଥିପାଇଁ ସେ ନିଜ ଯାତ୍ରାର ଏକ ଡକ୍ୟୁମେଂଟ୍ରୀ କରିବାକୁ ଚାହୁଁଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button