ବିଚାର

ଶ୍ୟାମଳ ବର୍ଣ୍ଣ ଲୋକଙ୍କ ପାଇଁ ଆସିଲା ବଡ ଖୁସି ଖବର, ଜାଣିବେ ତ କହିବେ “ଭଗବାନଙ୍କୁ ଧନ୍ୟବାଦ ଆମକୁ ଗୋରା କରି ନାହାଁନ୍ତି”

ମର୍ଡନ ଦୁନିଆରେ ସମସ୍ତେ ନିଜର ସୁନ୍ଦରତାର ବହୁତ ଧ୍ୟାନ ରଖିଥାନ୍ତି, କିନ୍ତୁ ସୁନ୍ଦରତା ପାଇବା ପାଇଁ ସେ କେବଳ ଗୋରା ହେବାକୁ ଚାହେଁ । କାହିଁକି ଅବା ନ ଚାହିଁବ ? ସବୁବେଳେ ଗୋରା ରଙ୍ଗକୁ ହିଁ ସୁନ୍ଦରତା ବୋଲି ମାନନ୍ତି । କେବଳ ଏତିକି ନୁହେଁ ଆମ ଫିଲ୍ମ ଇଣ୍ଡଷ୍ଟ୍ରି ବି ଗୋରା ରଙ୍ଗ ସମ୍ବନ୍ଧୀୟ ଫିଲ୍ମ ଓ ଗୀତ ତିଆରି କରନ୍ତି । ସମସ୍ତଙ୍କ ରଙ୍ଗ ଅଲଗା ଅଲଗା ହୋଇଥାଏ କିନ୍ତୁ ସମସ୍ତେ ଗୋରା ହେବାକୁ ଚେଷ୍ଟା କରିଥାନ୍ତି । ଏଥିପାଇଁ ମହଙ୍ଗା ମହଙ୍ଗା କ୍ରିମ ପାଉଡର ଭଳି ଜିନିଷ ଲୋକ ଆଣନ୍ତି କିନ୍ତୁ ଏଥିରୁ ବି ତାଙ୍କୁ କିଛି ଲାଭ ମିଳେ ନାହିଁ ।

ଯଦି ଆପଣ ବି ନିଜ ସ୍କିନ ର ରଙ୍ଗକୁ ଗୋରା କରିବାର ପ୍ରୟାସ ଲଗାତାର କରୁଛନ୍ତି, ତେବେ ଆପଣ ଏହାକୁ ବନ୍ଦ କରନ୍ତୁ କାରଣ ଆମେ ଆପଣଙ୍କ ପାଇଁ ଏମିତି ଏକ ଖୁସି ଖବର ଆଣି ଆସିଛୁ, ଯାହାକୁ ଶୁଣି ଆପଣ କେବେ ବି ଗୋରା ହେବାକୁ ଚଷ୍ଟା ମଧ୍ୟ କରିବେ ନାହିଁ ।

ଗୋରା ହେବା ପାଇଁ ଯଦି ଆପଣ ବିଉଟି ପାର୍ଲର ଯାଆନ୍ତି ବା ଫେସ ୱାସ ୟୁଜ କରନ୍ତି, ତେବେ ଏହି ସବୁକୁ ଛାଡି ଦିଅନ୍ତୁ, କାରଣ ଆମେ ଯେଉଁ ଖବର ଆପଣଙ୍କୁ ଦେବାକୁ ଯାଉଛୁ ତା ଠାରୁ ବଡ ଖୁସି ଆପଣଙ୍କ ପାଇଁ ଆଉ କିଛି ହେବ ନାହିଁ ।

ଶ୍ୟାମଳ ବର୍ଣ୍ଣ ଲୋକଙ୍କୁ କ୍ୟାନ୍ସର ହେବାର କମ ଚାନ୍ସ ଥାଏ

ଏବେ କିଛି ଦିନ ତଳେ ବୈଜ୍ଞାନିକମାନେ ଗୋଟିଏ ରିସର୍ଚ କରିଥିଲେ, ଯେଉଁଥିରେ ଏହି କଥା ସାମ୍ନାକୁ ଆସିଲା କି ଗୋରା ରଙ୍ଗର ଲୋକଙ୍କୁ କ୍ୟାନ୍ସର ଅଧିକ ହୋଇଥାଏ । ରିସର୍ଚ ରେ ଏହି କଥା ମଧ୍ୟ ଜଣା ପଡିଲା କି ଯେଉଁ ଲୋକଙ୍କର ସ୍କିନ ଶ୍ୟାମଳ ବର୍ଣ୍ଣ ହୋଇଥାଏ, ତାଙ୍କ ମଧ୍ୟରେ କ୍ୟାନ୍ସର ହେବାର ଚାନ୍ସ ବହୁତ କମ ଥାଏ, ଏମିତିରେ ଯଦି ଆପଣଙ୍କ ସ୍କିନ ଗୋରା ନୁହେଁ ତେବେ ଆପଣଙ୍କୁ ଚିନ୍ତିତ ହେବାର ଆବଶ୍ୟକତା ନାହିଁ କାରଣ ଏହା ମିଥ୍ୟା ଅଟେ କି ଗୋରା ଲୋକ ହିଁ ସୁନ୍ଦର ହୋଇଥାନ୍ତି । କଥା କେବଳ ଏତିକି ନୁହେଁ, ଯଦି ଆପଣ କ୍ୟାନ୍ସର ପିଡିତ ରୋଗୀଙ୍କୁ ଧ୍ୟାନ ଦେବେ ତେବେ ବିଦେଶୀ ଲୋକ ଆମ ଭାରତୀୟଙ୍କ ଅପେକ୍ଷା ଏହି ଲିଷ୍ଟ ରେ ଅଧିକ ଅଟନ୍ତି ।

ଗୋରା ହେବା ପାଇଁ ବ୍ୟବହାର କରୁଥିବା କ୍ରିମ ସ୍କିନ ପାଇଁ ହୋଇଥାଏ ବହୁତ ହାନିକାରକ ।

ଆମ ଭାରତୀୟଙ୍କ ସ୍କିନ ବହୁତ ଖାସ ଅଟେ

ଜଣାଇ ଦେଉଛୁ କି ଏହି ପ୍ରୋଗ୍ରାମ ପରେ ଏହା ମଧ୍ୟ ଜଣାପଡିଥିଲା  କି ଆମ ଭାରତୀୟଙ୍କ ସ୍କିନ ବହୁତ ଖାସ ହୋଇଥାଏ, କାରଣ ଆମେ ଘଣ୍ଟା ଘଣ୍ଟା ଧରି ଖରାରେ ଠିଆ ହୋଇପାରୁ, କିନ୍ତୁ ଆମ ଶରୀର ଖୁବ କମ କଳା ପଡିଥାଏ । କିନ୍ତୁ କଣ ଆପଣ ଜାଣନ୍ତି କି ବିଦେଶୀ ଲୋକ ଘଣ୍ଟା ଘଣ୍ଟା ଖରାରେ ଠିଆ ହୋଇ ପାରନ୍ତି ବାହିଁ, କାରଣ ତାଙ୍କ ଶରୀର ଶୀଘ୍ର କଳା ପଡିଯାଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button