ମନୋରଞ୍ଜନ

Bollywood ର ଏହି ସିଙ୍ଗର Madhuri Dixit ଙ୍କ ସହ ବାହାଘର ପ୍ରସ୍ତାବ କୁ ସଫା ସଫା କରି ଦେଇଥିଲେ ମନା, କାରଣ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ମାଧୁରୀ ଦୀକ୍ସିତ୍ ଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ତାଙ୍କ ସୁନ୍ଦରତା ଓ ଅଭିନୟର ଲକ୍ଷ ଅଲକ୍ଷ ଦିବାନା ଆଜି ବି ଅଛନ୍ତି । ୧୯୮୪ ରେ ମାଧୁରୀ ଦୀକ୍ସିତ୍ ‘ଅବୋଧ’ ପିଲ୍ମ୍ ରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ ।

ଏହି ଫିଲ୍ମ ସଫଳ ହେଇ ପାରିଲା ନାହିଁ, କିନ୍ତୁ ୧୯୮୮ ମସିହାରେ ତେଜାବ ଫିଲ୍ମ ରୁ ତାଙ୍କୁ ବଲିଉଡ ରେ ଅସଲ ପରିଚୟ ମିଳିଲା, ତାଙ୍କ କ୍ୟାରିୟର କୁ ସବୁଠୁ ବଡ଼ ସଫଳତା ସେତେବେଳେ ମିଳିଲା ଯେତେବେଳେ ସେ ରାଜଶ୍ରୀ ପ୍ରଡକ୍ସନ ର ଫିଲ୍ମ ‘ହମ ଆପକେ ହେ କନ୍’ ରେ ନିଶାର ଭୂମିକା କରିଲେ । ଏହା ହିନ୍ଦୀ ସିନେମାର ପ୍ରଥମ ଫିଲ୍ମ ଥିଲା ଯିଏ ୱୋଲ୍ଡ ୱାଇଡ ସବୁଠୁ ଅଧିକ ଟଙ୍କା କମେଇଥିଲା ।

୧୯୬୭ ମସିହା ୧୫ ମେ ରେ ମରାଠୀ ପରିବାରରେ ମାଧୁରୀ ଦିକ୍ଷିତ ଜନ୍ମ ଗ୍ରହଣ କରିଥିଲେ । ବାପା ଶଙ୍କର ଦୀକ୍ସିତ୍ ଓ ମା ସ୍ନେହଲତା ଦୀକ୍ସିତ୍ ଙ୍କ ଝିଅ ମାଧୁରୀ ଦୀକ୍ସିତ୍ ଥିଲେ । ମାଧୁରୀ ପିଲା ଦିନରୁ ଡାକ୍ତର ହେବାକୁ ଚାହୁଁଥିଲେ । ସେପଟେ ସୁରେଶ ୱାଡେକର୍ ମଧ୍ୟ ଜଣେ ଭଲ ସିଙ୍ଗର ଥିଲେ, ସେ ହିନ୍ଦି, ମରାଠୀ, ଭୋଜପୁରୀ ଭାଷାରେ ମଧ୍ୟ ବହୁତ ଗୀତ ଗାଇଥିଲେ । ସେ ଯେତେବେଳେ ପ୍ରସିଦ୍ଧ ହୋଇଥିଲେ ସେହି ସମୟରେ ମାଧୁରୀ ଦୀକ୍ସିତ୍ ଙ୍କ ସାଙ୍ଗରେ ତାଙ୍କର ବାହାଘର ପାଇଁ ସେ ଚର୍ଚ୍ଚାରେ ଥିଲେ ।

ସେହି ସମୟରେ ମାଧୁରୀ ଦୀକ୍ସିତ୍ ଙ୍କୁ ଶାସ୍ତ୍ରୀୟ ସଂଗୀତକୁ ଭଲ ପାଉଥିଲେ, ପରିବାର ଲୋକ ଭାବିଲେ ମାଧୁରୀଙ୍କ ବାହାଘର ବିଷୟରେ ସୁରେଶ ଙ୍କ ସହ କଥା ହେବାପାଇଁ ।ମାଧୁରୀଙ୍କ ପରିବାର ଯେଉଁ ସମୟରେ ସୁରେଶଙ୍କ ସହ କଥା ପକେଇଥିଲେ, ସେହି ସମୟରେ ସୁରେଶ ୱାଡେକର୍ ମାଧୁରୀ ଦୀକ୍ସିତ୍ ଙ୍କ ସାଙ୍ଗରେ ଦେଖା କରିବାକୁ ଚାହିଁଲେ ଓ ଦେଖା କଲେ ମଧ୍ୟ ଓ ମାଧୁରୀ ପତଳା ବୋଲି କହି ତାଙ୍କୁ ବାହା ହେବା ପାଇଁ ମନା କରିଥିଲେ ।

ଏହି ବାହାଘର ପ୍ରସ୍ତାବ ଭାଙ୍ଗିଗଲା ଓ ପରେ ସେ କେରଳର ପଦ୍ମାଙ୍କୁ ସୁରେଶ ବିବାହ କରିଥିଲେ, ସେ ମଧ୍ୟ ଜଣେ ଗାୟିକା ଥିଲେ । ତାଙ୍କର ଏବେ ଦୁଇଟି ଝିଅ ଅଛନ୍ତି ଅନନ୍ୟା ଓ ଜିୟା । ସୁରେସ ୱାଡେକରଙ୍କର ଏକ ସଙ୍ଗୀତ ବିଦ୍ୟାଳୟ ମଧ୍ୟ ଅଛି, ସେ ଅନଲାଇନ୍ ମଧ୍ୟ ଗୀତ ଶିଖାଉଛନ୍ତି । ସେ ପଦ୍ମ ଭୂଷଣରେ ସମ୍ମାନିତ ହୋଇଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button