ଦେଶ ବିଦେଶ

ଏହା ଅଟେ ଦୁନିଆର ସବୁଠୁ ବଡ ପରିବାର, ୩୯ ପତ୍ନୀ, ୯୪ ସନ୍ତାନ, ମୋଟ ୧୮୧ ସଦସ୍ୟ, ହେଲେ ସମସ୍ତେ କରୋନା ଠାରୁ ସୁରକ୍ଷିତ, ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ

ଭାରତର ପୂର୍ବ ଉତ୍ତର ରାଜ୍ୟ ମିଜୋରାମରେ ଦୁନିଆର ସବୁଠୁ ବଡ ପରିବାର ରହିଥାଏ । ୭୪ ବର୍ଷର ଜିୟୋନାଙ୍କ ଏହି ପରିବାରକୁ ଆପଣ ଏକ ସ୍ଵତନ୍ତ୍ର ସମୁଦାୟ ବୋଲି ବି କହି ପାରିବେ । ତାଙ୍କର ୩୯ ପତ୍ନୀ ଓ ୯୪ ସନ୍ତାନ ଅଛି । ମୋଟ ପରିବାରରେ ୧୮୧ ଜଣ ସଦସ୍ୟ ଅଛନ୍ତି । ସମସ୍ତେ ଏକ ବିଶାଳକାୟ ଘରେ ରୁହନ୍ତି । ଏହି ପରିବାର ଏହି ଦୁନିଆର ସବୁଠୁ ବଡ ପରିବାର ଅଟେ । ମିଜୋରାମର ଏକ ଗ୍ରାମରେ ଗୋଟିଏ ହିଁ ଛାତ ତଳେ ଏହି ପରିବାରର ସମସ୍ତ ସଦସ୍ୟଙ୍କ ବସବାସ କରିଥାଏ ।

ଆପଣଙ୍କୁ କହିଦେଉଛୁ କି ବର୍ତ୍ତମାନ ସମୟରେ ଏହି ପରିବାରର ସମସ୍ତ ସଦସ୍ୟ କରୋନା ଭାଇରସ ଠାରୁ ସୁରକ୍ଷିତ ଅଛନ୍ତି । କହିବାକୁ ଗଲେ ମିଜୋରାମରେ କେବଳ ଗୋଟିଏ ହିଁ ବ୍ୟକ୍ତି କରୋନା ଭାଇରସରେ ପଜିଟିବ ମିଳିଛି । ଏମିତିରେ ସେଠି କରୋନାର କୌଣସି ଭୟ ନାହିଁ । ଏହା ସହିତ କରୋନା ଭାଇରସର କୌଣସି ପ୍ରକାରର ପ୍ରଭାବ ଏହି ପରିବାର ଉପରେ ବି ପଡି ନାହିଁ ।

ସେମାନେ ସବୁଦିନ ଭଳି ସାଧରାଣ ଜୀବନ ବ୍ୟତୀତ କରୁଛନ୍ତି ଓ ନିଜର କାମ କାର୍ଯ୍ୟରେ ଲାଗିଛନ୍ତି । କିନ୍ତୁ ଅନ୍ୟ ପଟେ ପୁରା ଦେଶର ଲୋକମାନେ କରୋନାକୁ ନେଇ ସାବଧାନ ଅଛନ୍ତି । ଏହି ପୁରା ପରିବାର ଜିୟୋନା ଚାନାର ଅଟେ । ଏଥିରେ ମୋଟ ୧୮୧ ଜଣ ସଦସ୍ୟ ଅଛନ୍ତି, ଯେଉଁମାନେ ୧୦୦ ରୁମ ବିଶିଷ୍ଟ ଗୋଟିଏ ଘରେ ରୁହନ୍ତି ଓ ସମସ୍ତେ ଏକତ୍ରିତ ହୋଇ ଅଛନ୍ତି ।

Image courtesy: Google

ଘରର ମୁଖିଆ ଜିୟୋନା ଚାନାଙ୍କ ୩୯ ଜଣ ପତ୍ନୀ ଅଛନ୍ତି ଓ ୯୪ ଜଣ ସନ୍ତାନ ଅଛି । କିନ୍ତୁ ଏହି ପରିବାର ଏତିକି ପର୍ଯ୍ୟନ୍ତ ବି ଅଟକି ନାହିଁ । ଏଥିରେ ୧୪ ଜଣ ବୋହୁ ଓ ୩୩ ଜଣ ନାତି ନାତୁଣୀ ବି ଅଛନ୍ତି । ଏହି ପରିବାର ମିଜୋରାମର ସୁନ୍ଦର ପାହାଡ ଗୁଡିକ ମଧ୍ୟରେ ବଟୱଂଗ ଗ୍ରାମରେ ଗୋଟିଏ ବଡ ଘରେ ରୁହନ୍ତି । ଏଠି କାରୋନାର କୌଣସି ପ୍ରଭାବ ନାହିଁ ।

କହିବାକୁ ଗଲେ ଏହି ଜୀବନ ସାମାନ୍ୟ ଅଛି । ଜିୟୋନା ଚାନା ସାଧାରଣତଃ ବଢେଇ କାମ କରୁଥିଲେ । କିନ୍ତୁ ବର୍ତ୍ତମାନ ତାଙ୍କର ପରିବାର କୌଣସି ସମୁଦାୟ ଠାରୁ କମ ନୁହେଁ । ପରିବାରର କାମରେ ଆସୁଥିବା ସମସ୍ତ ଜିନିଷକୁ ସେ ନିଜେ ହିଁ ତିଆରି କରି ଦିଅନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button