ସ୍ୱାସ୍ଥ୍ୟ

ବ୍ଲଡପ୍ରେସର ଏବଂ କୋଲେଷ୍ଟ୍ରଲ ରୋଗୀଙ୍କ ପାଇଁ ବହୁତ ଫାଇଦାପୂର୍ଣ୍ଣ ଟମାଟୋ ଜୁସ୍‌, ନିଶ୍ଚୟ ଆପଣେଇ ଦେଖନ୍ତୁ

ଯେଉଁ ଲୋକ ବ୍ଲଡ୍‌ ପ୍ରେସର ଏବଂ କୋଲେଷ୍ଟ୍ରଲ ସମସ୍ୟାରେ ପୀଡିତ ଅଛନ୍ତି ସେମାନଙ୍କ ପାଇଁ ବିନା ଲୁଣର ଟମାଟୋ ଜୁସ୍‌ ଫାଇଦାପୂର୍ଣ୍ଣ ହୋଇଥାଏ। ଏହାଛଡା ହ୍ରୁଦରୋଗର ଭୟକୁ ମଧ୍ୟ କମ୍‌ କରିବାରେ ସାହାଯ୍ୟ କରିଥାଏ। ‘ଫୁଡ୍‌ ସାଇନ୍ସ ଆଣ୍ଡ ନ୍ୟୁଟ୍ରିସନ’ର ଏକ ଅନୁସନ୍ଧାନରୁ ଜଣାପଡିଲା ଯେ ପ୍ରାୟ ୧୮୪ ପୁରୁଷ ଏବଂ ୨୯୭ ମହିଳା ବିନା ଲୁଣର ଜୁସ୍‌ ଦିଆଗଲା। ଏହି ଅଧ୍ୟୟନରୁ ଜଣାପଡିଲା ଯେ ହାଇ ବ୍ଲଡ୍‌ ପ୍ରେସରରେ ପୀଡିତ ୯୪ ପ୍ରତିଯୋଗୀଙ୍କ ବ୍ଲଡ ପ୍ରେସର ହ୍ରାସ ପାଇଲା।

bpଜାପାନର ଟୋକିଓ ମେଡିକାଲ ଆଣ୍ଡ ଡେଣ୍ଟାଲ ୟୁନିଭସିର୍ଟୀର ରିସର୍ଚ୍ଚର ଏହା ଜାଣିବାକୁ ପାଇଲେ ଯେ ହାଇ କୋଲେଷ୍ଟ୍ରଲରେ ପୀଡିତ ୧୨୫ ପ୍ରତିଯୋଗୀଙ୍କ କୋଲେଷ୍ଟ୍ରଲ ସ୍ତର ୧୫୫.୦ ମିଲିଗ୍ରାମରୁ କମ୍‌ ହୋଇ ୧୪୯.୦ ମିଲିଗ୍ରାମ ହୋଇଗଲା। ଅନ୍ୟ ଏକ ରିସର୍ଚ୍ଚ ଅନୁଯାୟୀ ଧଳା ମାଂସ ଖାଇବା ଯାଗାରେ ରେଟ ମିଟ୍‌ ଖାଇବା କୋଲେଷ୍ଟ୍ରଲ ରୋଗୀଙ୍କ ପାଇଁ ଅଧିକ କ୍ଷତିକାରକ ପ୍ରମାଣିତ ହୋଇପାରେ। ଏହା କୋଲେଷ୍ଟ୍ରଲ ସ୍ତରକୁ କଣ୍ଟ୍ରୋଲ କରିବା ପରିବର୍ତ୍ତେ ଓଲଟି ବଢ଼ାଇ ଦେଇଥାଏ। ଏଥିପାଇଁ ଯେଉଁ ଲୋକଙ୍କର କୋଲେଷ୍ଟ୍ରଲର ସମସ୍ୟା ରହିଥାଏ ସେମାନଙ୍କୁ କେବେବି ଏହାକୂ ନିଜ ଡାଇଟରେ ସାମିଲ କରିବା ଉଚିତ ନୁହେଁ।

tomato juiceଟମାଟୋ ଜୁସ୍‌ କାହିଁକି ଲାଭଦାୟକ

ଟମାଟୋ ଜୁସରେ ଭିଟାମିନ-ସି, ବାୟୋଲୋଜିକାଲ ସୋଡିୟମ, ଫସଫରସ୍‌, କ୍ୟାଲସିୟମ, ପୋଟାସିୟମ ଏବଂ ସଲଫର ଉଚ୍ଚ ମାତ୍ରାରେ ରହିଥାଏ ଯାହା ଅନେକ ସ୍ୱାସ୍ଥ୍ୟ ସମ୍ବଧିତ ସମସ୍ୟାକୁ କମ୍‌ କରିବାରେ ସାହାଯ୍ୟ କରିଥାଏ। ଟମାଟୋ ଜୁସରେ ଥିବା ପୋଷକ ତତ୍ତ୍ୱ କ୍ୟାନସରର ଭୟକୁ ମଧ୍ୟ କମ୍‌ କରିଥାଏ। ଏହାସହିତ ଇମ୍ୟୁନ ସିଷ୍ଟମକୁ ମଜବୁତ୍‌ କରିଥାଏ ଯାହାଦ୍ୱାରା କୌଣସି ପ୍ରକାରର ଇନଫେକସନ୍‌ ହେବାର ଭୟ କମ୍‌ ରହିଥାଏ। ଏହାବ୍ୟତୀତ ଟମାଟୋ ଜୁସରେ ଥିବା କେମିକାଲ ମାଂସପେଶୀରେ ହେଉଥିବା ଅସୁବିଧାକୁ କମ୍‌ କରିଥାଏ।

BP-Cholesterolଟମାଟୋ ଜୁସର ଅନ୍ୟସବୁ ସ୍ୱାସ୍ଥ୍ୟଗତ ଫାଇଦା

-ଟମୋଟୋ ଜୁସ୍‌ ଗ୍ଲୋଇଂ ସ୍କିନ୍‌ ପାଇଁ ବହୁତ ଲାଭଦାୟକ ହୋଇଥାଏ।

-ଟମାଟୋରେ ଥିବା ଭିଟାମିନ ଏବଂ କ୍ୟାଲସିୟମ ଗଣ୍ଠିକୁ ମଜବୁତ ପ୍ରଦାନ କରିଥାଏ।

-ଟମାଟୋ ପାଚନ ଶକ୍ତିକୁ ସୁସ୍ଥ କରିଥାଏ ଏବଂ ପେଟ ସମ୍ପଧିୟ ରୋଗ ଯଥ-ଅପଚ, କବ୍ଜ, ଦସ୍ତ ଭଳି ସମସ୍ୟାକୁ କମ୍‌ କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button