ଓଡିଶା

Ollywood ଷ୍ଟାର Sritam Das କଟକ ରେ ଆରମ୍ଭ କାଲେ ଏହି ନୂଆ କାମ, ଦେଖନ୍ତୁ Video, ଆପଣ ବି କରିବେ ପ୍ରଶଂସା

ନମସ୍କାର ବନ୍ଧୁଗଣ ଆଜି କାଲି ଦେଶ ର ପରିସ୍ଥିତି ବହୁତ ଭୟଙ୍କର ହୋଇ ଗଲାଣି । କରୋନା ମହାମାରୀ ର ଭୟ ଚାରି ଆଡ଼େ ବ୍ୟାପି ଗଲାଣି । ଲୋକମାନେ ଏହି ମହାମାରୀ ରେ ଆକ୍ରାନ୍ତ ହୋଇ ବହୁତ ମାତ୍ରା ରେ ମୃତ୍ୟୁ ବରଣ ମଧ୍ୟ କରୁଛନ୍ତି ।

ଏହି ଭୁତାଣୁ ଆମ ଗଳା ରେ ସଂକ୍ରମଣ କରୁଛି ଏବଂ ପରେ ତାହା ଧୀରେ ଧୀରେ ଫୁସଫୁସ ରେ ଯାଇ ଆମ ଫୁସଫୁସ କୁ ମଧ୍ୟ ନଷ୍ଟ କରି ଦେଉଛି ଯାହା ଫଳରେ ଆମକୁ ନିଶ୍ୱାସ ନେବା ରେ ବହୁତ ଅସୁବିଧା ହେଉଛି ଏବଂ ଅମ୍ଳଜାନ ଅର୍ଥାତ ଅକ୍ସୀଜେନ ର ମାତ୍ରା କମ ହେବାରୁ ଲୋକମାନେ ମୃତ୍ୟୁ ବରଣ କରୁଛନ୍ତି । ଏହି ମହାମାରୀ ବହୁତ ଶୀଘ୍ର ବ୍ୟାପିବାରେ ଲାଗିଛି । ଏହି କରୋନା ମହାମାରୀ ରୁ ବର୍ତ୍ତିବା ପାଇଁ ପ୍ରଥମେ ତ ସରକାର ଙ୍କ ଦ୍ଵାରା ଦିଆ ଯାଇଥିବା ନିୟମ କୁ ମାନିବାକୁ ପଡିବ ।

ଆପଣ ବାହାରକୁ ଯଦି ଅତି ଜରୁରୀ ଅଛି ତେବେ ଯାଆନ୍ତୁ ଏବଂ ବାହାରକୁ ଯିବା ସମୟରେ ମୁହଁରେ ମାସ୍କ ପିନ୍ଧନ୍ତୁ ନିଜ ପାଖରେ ସର୍ଵଦା ସାନିଟାଇଜର ରଖନ୍ତୁ ଏବଂ ବ୍ୟବହାର କରନ୍ତୁ । କୌଣସି କାର୍ଯ୍ୟ କରିବା ପରେ ନିଜ ହାତ କୁ ଭଲ ଭାବରେ ସଫା କରନ୍ତୁ ଏବଂ ସାମାଜିକ ଦୂରତା ବଜାୟ ରଖନ୍ତୁ ।

ତେବେ କରୋନା ମହାମାରୀ ର ଦ୍ଵିତୀୟ ଲହରୀ ଧୀରେ ଧୀରେ କମିବାକୁ ଲାଗିଲା ବେଳେ ତୃତୀୟ ଲହରୀ ଆସିବାର ଆଶଙ୍କା ସମସ୍ତ ଙ୍କ ହୃଦୟ କୁ ବିଚଳିତ କରି ଦେଉଛି । ବିଶେଷ କରି ଶିଶୁ ମାନଙ୍କ ପାଇଁ ଏହି ତୃତୀୟ ଲହର କୁ ନେଇ ଅଧିକ ଚିନ୍ତା ।

ତେବେ ଏଭଳି ଭୟଙ୍କର ପରିସ୍ଥିତି ରେ ଏବଂ ଲାକଡାଉନ ସଟଡାଉନ ହେବା ଫଳ ରେ ଅନେକ ଗରିବ ଲୋକ ଏବଂ ଦିନ ମଜୁରିଆ ମାନେ ଚଳିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ଏହି ସମୟରେ କଟକ ବାସୀ ଙ୍କ ପାଇଁ ସାହାଯ୍ୟ ର ହାତ ବଢ଼ାଇ ଛନ୍ତି ଅଭିନେତା ଶ୍ରୀତମ ଦାସ । ତେବେ ଆସନ୍ତୁ ତାଙ୍କର ଏହି କାମ ବିଷୟରେ ଜାଣିନେବା ।

କରୋନା ସଂକ୍ରମଣ ର ଭୟଙ୍କର ପରିସ୍ଥିତି ରେ ଯେଉଁଠି ନିଜ ଲୋକ ହିଁ ସାହାର୍ଯ୍ୟ ପାଇଁ ଆଗକୁ ବଢୁ ନାହାନ୍ତି ସେଠାରେ ଓଡ଼ିଆ ସିନେମା ର ଅଭିନେତା ଶ୍ରୀତମ ଦାସ ନିଜ ସାହାର୍ଯ୍ୟ ର ହାତ କୁ ଆଗକୁ ବଢ଼ାଇ ଦେଇଛନ୍ତି । ସେ ନିଜ ହାତରେ ରୋଷେଇ କରି ଲୋକ ମାନଂକୁ ଖାଇବା ପାର୍ଶଲ କରି ବଣ୍ଟନ କରୁଛନ୍ତି । ଘର ଘର ବୁଲି ଲୋକ ମାନଂକୁ ତାଙ୍କ ଆବଶ୍ୟକ ସାମଗ୍ରୀ, ଶୁଖିଲା ଖାଦ୍ୟ ତଥା ଔଷଧ ଆଦି ପ୍ରଦାନ କରୁଛନ୍ତି ।

ଏହା ଛଡା ସେ ଅନେକ ଏନଜିଓ ଏବଂ ଫାଉଣ୍ଡେସନ କୁ ଲୋକ ମାନଙ୍କ ସହାୟତା ପାଇଁ ସାହାଯ୍ୟ କରୁଛନ୍ତି । ଶ୍ରୀତମ ଙ୍କ ର ଏହି କାର୍ଯ୍ୟ ଲୋକ ମାନଙ୍କ ପାଇଁ ଏକ ଆଶାର କିରଣ ହେବା ସହ ସେ ବର୍ତ୍ତମାନ ଲୋକଙ୍କ ପାଇଁ ଭଗବାନ ମଧ୍ୟ ପାଲଟି ଯାଇଛନ୍ତି । ତେବେ ଅନେକ ଲୋକ ଶ୍ରୀତମ ଙ୍କ ଏହି ପ୍ରୟାସ କୁ ଖୁବ ପ୍ରଶଂସା ମଧ୍ୟ କରିଛନ୍ତି ଏବଂ ଆମେ ମଧ୍ୟ ତାଙ୍କର ଏହି ଚେଷ୍ଟା କୁ ସମ୍ମାନ ଜଣାଉଛୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button