ଜୀବନଶୈଳୀ

ଏମିତି କାମ କରୁଥିବା ପୁରୁଷଙ୍କୁ ବିଲକୁଲ ପସନ୍ଦ କରନ୍ତି ନାହିଁ ମହିଳା

ଆଜିର ସମୟରେ ପ୍ରେମୀକ-ପ୍ରେମିକା ହେବା କିଛି ଖାସ ବଡ଼ କଥା ନୁହଁ। କିନ୍ତୁ ବାସ୍ତବ ସେହି ସମ୍ପର୍କ କେତେ ଦୂର ସଫଳ ହେଉଛି ତାହା ମୁଖ୍ୟକଥା ରହିଥାଏ। ଦେଖିବାକୁ ଗଲେ ବର୍ତ୍ତମାନ ଯେତେ ଶୀଘ୍ର ସଂପର୍କ ସ୍ଥାପନ ହୋଇଥାଏ ସେତେ ଶୀଘ୍ର ଭାଙ୍ଗି ମଧ୍ୟ ଯାଇଥାଏ। ତେବେ ଆଜିକାଲି ବହୁତ ଛୋଟଛୋଟ କଥାରେ ସଂପର୍କ ଭାଙ୍ଗୁଥିବାର ଦେଖିବାକୁ ମିଳୁଛି। ଏନେଇ ଆଜି ଆମେ ଆପଣଙ୍କୁ ପୁରୁଷଙ୍କ ଏପରି କିଛି ଅଭ୍ୟାସ ବିଷୟରେ କହିବାକୁ ଯାଉଛୁ ଯାହା ମହିଳାଙ୍କୁ ବିଲକୁଲ ପସନ୍ଦ ଆସିନଥାଏ। କୌଣସି ମଧ୍ୟ ମହିଳା ଚାହାନ୍ତି ନାହିଁ କି ତାଙ୍କ ପ୍ରେମୀକ ବା ସ୍ବାମୀ ମଧ୍ୟରେ ଏପରି କିଛି ଗୁଣ ରହୁ।

couple

-କିଛି ପୁରୁଷଙ୍କ ଖୁବ ଖରାପ ଅଭ୍ୟାସ ରହିଥାଏ। ଫଳରେ ସେମାନେ ସମ୍ବନ୍ଧ ସ୍ଥପନର ତୁରନ୍ତ ପରେ ଶୋଇବାକୁ ପସନ୍ଦ କରିଥାନ୍ତି। ପୁରୁଷଙ୍କ ଏହି ଗୁଣ ମହିଳାଙ୍କୁ ବିଲକୁଲ ପସନ୍ଦ ଆସିନଥାଏ। କାରଣ ଏହି ସମୟରେ ମହିଳା କିଛି ସମୟ ମନଖୋଲି ସାଥିଙ୍କ ସହ କଥା ହେବାକୁ ଚାହିଁଥାନ୍ତି।

-କିଛି ପୁରୁଷଙ୍କର ଅନ୍ୟ ମାନଙ୍କ ସାମ୍ନାରେ ନିଜ ପତ୍ନୀ ବା ପ୍ରେମିକାର ମଜାକ୍ ଉଡାଇବାର ଅଭ୍ୟାସ ରହିଥାଏ। ଏହି ସମୟରେ ସେମାନେ ମଜାକରେ ଏପରି ଅନେକ କଥା କହିଥାନ୍ତି ଯାହା ମହିଳାଙ୍କୁ ଖୁବ ଖରାପ ଲାଗିଥାଏ।ଏଣୁ ସବୁବେଳେ ନିଜ ସାଥିଙ୍କର ଅନ୍ୟ ସାମ୍ନାରେ ସମ୍ମାନ କରନ୍ତୁ।

-କିଛି ପୁରୁଷଙ୍କର ନିଜର ପ୍ରଶଂସା କରିବା ଅଭ୍ୟାସ ରହିଥାଏ। ଫଳରେ ସେ ସବୁସମୟରେ ନିଜର ପ୍ରଶଂସା କରିଥିବା ବେଳେ ନିଜ ସାଥିଙ୍କୁ ବିଲକୁଲ ପ୍ରୋତ୍ସାହିତ କରନ୍ତି ନାହିଁ।

-କିଛି ପୁରୁଷ କେବେ ମଧ୍ୟ ନିଜ ଭୁଲ ସ୍ବୀକାର କରନ୍ତି ନାହିଁ। ଏମିତିରେ କଥା ଅଧିକ ବଢ଼ିବା ସହ ଅଧିକ ଝଗଡ଼ା ହୋଇଥାଏ।ଏଣୁ ସବୁବେଳେ ସାଥିଙ୍କ ଭାବନା ବୁଝିବା ସହ ନିଜ ଭୁଲ ମାନିବା ଶିଖିବା ଉଚିତ୍।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button