ଦେଶ ବିଦେଶ

କଣ ଆପଣ ଜାଣନ୍ତି କି ଭାରତର ପ୍ରଧାନମନ୍ତ୍ରୀ କେଉଁ ପେନ ବ୍ୟବହାର କରନ୍ତି, ଏହାର ଦାମ ଜାଣିଲେ ଆପଣଙ୍କ ବିଶ୍ଵାସ ହେବ ନାହିଁ

ଆମ ଦେଶର ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬୯ ବର୍ଷର ହୋଇ ଯାଇଥିଲେ ମଧ୍ୟ ତାଙ୍କ ଷ୍ଟାଇଲ କରିବାର ଶୈଳୀକୁ ଆଜି ବି ଭଲ ଭାବେ ବଜାୟ ରଖିଛନ୍ତି । ଆସନ୍ତୁ ଦେଖିବା ସେ କଣ ସବୁ ବ୍ୟବହାର କରନ୍ତି । ପୋଷାକ -ସେ ନିଜ ପୋଷାକ ପାଇଁ ସବୁବେଳେ ଚର୍ଚ୍ଚା ରେ ରୁହନ୍ତି । ପରିଧାନରେ ତାଙ୍କର ପସନ୍ଦ ବହୁତ ବଢିଆ । ତାଙ୍କର ପୋଷାକ ସବୁ ବିପିନ୍ ଓ ଜିତେନ୍ଦ୍ର ଚୌହାନଙ୍କ ଦୋକାନରେ ସିଲେଇ ହୁଏ ।

ଦୋକାନ କହିଲେ ଛୋଟ ମୋଟ ଦୋକାନ ନୁହେଁ ଏହା ଅହମ୍ମଦାବାଦରେ ଥିବା ଦେଢ଼ ଶହ କୋଟିର ଏକ ବଡ଼ କମ୍ପାନୀ । ୧୯୮୯ ମସିହାରୁ ଏହି ଠାରେ ହିଁ ନିଜର ପୋଷାକ ସିଲେଇ କରି ଆସୁଛନ୍ତି । କହି ରଖୁଛୁ କି ନରେନ୍ଦ୍ର ମୋଦି ତାଙ୍କ ପୋଷାକର ରଙ୍ଗ, ଡିଜାଇନ୍ ଓ କପଡା ସବୁ ନିଜେ ହିଁ ଚୟନ କରନ୍ତି ।

ହାତଘଣ୍ଟା

ନରେନ୍ଦ୍ର ମୋଦି ସୁଇଜରଲ୍ୟାଣ୍ଡ ର ଏକ ଲୋକପ୍ରିୟ କମ୍ପାନୀ “ମୋଭାଡୋ” ର ହତାଘଣ୍ଟା ପିନ୍ଧନ୍ତି । ଏହି ଘଣ୍ଟା ଗୁଡ଼ିକର ଦାମ୍ ୩୯ ହଜାରରୁ ନେଇ ୨ ଲକ୍ଷ ଯାଏ ରହିଥାଏ । ସେ ଭାଷଣ ଦେବା ସମୟରେ ପ୍ରାୟ ଘଣ୍ଟା କୁ ଓଲଟା ପିନ୍ଧିଥିବା ର ଦେଖାଯାଏ । ଶୁଣାଯାଏ କି ଏହା ଦ୍ବାରା ଭାଗ୍ୟ ସବୁବେଳେ ସାଥ୍ ଦିଏ । କିନ୍ତୁ ଏହା ପଛର ସତ୍ୟତା କେବଳ ସେ ହିଁ ଜାଣିଛନ୍ତି ।

ପେନ୍

ନରେନ୍ଦ୍ର ମୋଦି ଜର୍ମାନୀର “ମଣ୍ଟବ୍ଲାଙ୍କ୍” ନାମକ ଏକ କମ୍ପାନୀର ପେନ୍ ବ୍ୟବହାର କରନ୍ତି । ଏହି କମ୍ପାନୀର ପେନ୍ ର ଦାମ୍ ଗୁଡ଼ିକ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥାଏ । ଆମ ପ୍ରଧାନମନ୍ତ୍ରୀ ଯେଉଁ ପେନ୍ ବ୍ୟବହାର କରନ୍ତି ତାର ଦାମ୍ ହେଉଛି 4 କୋଟି ଟଙ୍କା । ବହୁତ ନାମୀ ଲୋକମାନେ ମଧ୍ୟ ଏହି କମ୍ପାନୀର ପେନ୍ ବ୍ୟବହାର କରନ୍ତି ।

ଚଷମା

ଆଉ ମଧ୍ୟ ସେ ଇଟାଲୀର ଏକ ନାମୀ କମ୍ପାନୀ ବୁଲଗେରିକ୍ ର ଚଷମା ପିନ୍ଧିଥିବା ର ଦେଖାଯାଏ । ଏହି କମ୍ପାନୀର ମୁଖ୍ୟ କାମ ଗହଣା ବ୍ୟବସାୟ ହୋଇଥିଲେ ମଧ୍ୟ ଆଜିକାଲି ଏହା ଚଷମା, ଘଡି, ପରଫ୍ୟୁମ ଓ ହୋଟେଲ୍ ଆଦିର ବ୍ୟବସାୟ ମଧ୍ୟ କରୁଛି । ଏହାର ଚଷମାର ଚାହିଦା ଏତେ କି ଭାରତର ପ୍ରଧାନମନ୍ତ୍ରୀ ମଧ୍ୟ ବ୍ୟବହାର କରୁଛନ୍ତି । ଏହାର ଦାମ୍ ୩୦ ରୁ ୪୦ ପାଖାପାଖି ହୋଇଥାଏ ।

ମୋବାଇଲ୍

ନରେନ୍ଦ୍ର ମୋଦି ଅନେକ ସ୍ଥାନରେ ସେଲ୍ଫି ନେଉଥିବା ବେଳେ ଦେଖାଯାଏ କି ସେ ଆଇଫୋନ୍ ବ୍ୟବହାର କରନ୍ତି । ଦୁଇ ବର୍ଷ ତଳେ ତାଙ୍କ ଦ୍ଵାରା ସେୟାର କରା ଯାଇଥିବା ଏକ ସ୍କ୍ରିନ ସଟ୍ ରୁ ଜଣା ପଡ଼ିଥିଲା କି ସେ ଭୋଡାଫୋନ୍ ସିମ୍ ର ବ୍ୟବହାର କରୁଥିଲେ । ଏବେ ତ ଜିଓ ୪ଜି ସିମ୍ ତାଙ୍କ ପାଖେ ବି ଥିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button