ଓଡିଶା

ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରୁ ଓଲ୍ହାଉଛି ତାତି, ଓଷ ଲାଗି ପରେ ଆଜି ଚକାବିଜେ କରିବେ ଶ୍ରୀଜୀଉ

ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରୁ ଓଲ୍ହାଉଛି ତାତି । ଅଣସର ପଞ୍ଚମୀ ତିଥିରେ ଫୁଲୁରୀ ତେଲ ଓ ତା ପରଦିନ ଠାରୁ ତିନିଦିନ ଧରି ଓଷ ଲାଗି ପରେ ଆଜି ଦଶମୀ ତିଥିରେ ଚକାବିଜେ କରିବେ ଶ୍ରୀଜୀଉ । ଶୟନରତ ଅବସ୍ଥାରେ ଅଣସର ପିଣ୍ଡିରେ ବିଶ୍ରାମ କରୁଥିବା ମହାପ୍ରଭୁ ଆଜି ଚକା ଉପରେ ବିଜେ କରିବେ । ଅଣସର ତାଟିରେ କ୍ଷୀଣ ଆଲୋକ ଭିତରେ ସେବାରେ ଲାଗିଛନ୍ତି ଦଇତାପତି । ଜ୍ଵର ଉପଶମ ପାଇଁ ପ୍ରଥମେ ଫୁଲୁରି ତେଲ, ଷଷ୍ଠୀରେ ଓଷୁଅ ଲାଗି କରାଯାଇଥିଲା । ଆଜି ଅଣସରର ଦଶମୀ ତିଥୀରେ ଚକାବିଜେ କରିବେ ଶ୍ରୀଜିଉ ।

ଦେବସ୍ନାନପୂର୍ଣ୍ଣିମା ଦିନ ୧୦୮ କୁମ୍ଭ ସୁବାସିତ ଜଳରେ ଅତ୍ୟଧିକ ସ୍ନାନ ପରେ ଜ୍ଜରରେ ପୀଡ଼ିତ ଥିବା ଚତୁର୍ଦ୍ଦାବିଗ୍ରହଙ୍କର ସୁସ୍ଥତା ପାଇଁ ଚାଲିଛି ଗୁପ୍ତ ଉପଚାର । ଆଜି ଅନବସରର ଦଶମୀ ତିଥିରେ ଚକାବିଜେ କରିବେ ମହାବାହୁ । ସେପଟେ ରାଜବୈଦ୍ୟଙ୍କ ଦ୍ବାରା ପ୍ରସ୍ତୁତ କରାଯିବ ଦଶମୂଳ ମୋଦକ । ରାଜବୈଦ୍ୟମାନେ ଦଶ ପ୍ରକାରର ଚେର ମୂଳିରୁ ପ୍ରସ୍ତୁତ କରିବେ ଦଶ ମୂଳାରିଷ୍ଟ । ଅତ୍ୟନ୍ତ ଶୁଦ୍ଧପୂତ ଭାବେ ଏହି ଔଷଧକୁ ବୈଦ୍ୟ ମାନେ ପ୍ରସ୍ତୁତ କରି ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରିବେ ।

ଶାଳପର୍ଣ୍ଣି, ବେଲ, ଖଣିବଧୂ, ପାଟଳି, ଅଙ୍କରାନ୍ତି, ଗୋଖରା, ଲମ୍ବାଗୋତି, ଗମ୍ଭାରୀ, ଫଣଫଣା, କୃଷ୍ଣପର୍ଣ୍ଣି, କୃଷ୍ଣଚୁଡା, ଲବଙ୍ଗ, ଦେଶୀଘିଅ, ମହୁ, ନବାତ, ଖୁଆ ଆଦି ବିଭିନ୍ନ ଦ୍ରବ୍ୟକୁ ମିଶାଯାଇ ଏହି ଔଷଧ ପ୍ରସ୍ତୁତ କରାଯାଇଛି । ବିଭିନ୍ନ ଭକ୍ତ ଓ କିଛି ଆୟୁର୍ବେଦ ଔଷଧ ଦୋକାନରୁ ଏହି ଦୁର୍ଲଭ ଚେରମୂଳିକୁ ବୈଦ୍ୟମାନେ ସଂଗ୍ରହ କରିଥାନ୍ତି । ଧନ୍ୱନ୍ତରୀ ଆୟୁର୍ବେଦ ଶାସ୍ତ୍ର ଆଧାରରେ ଏହି ମୋଦକ ପ୍ରସ୍ତୁତ ହୋଇଛି । ଆଜି ଅନବସର ଦଶମୀ ତିଥିରେ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦରେ ଦାଖଲ ହେବା ପରେ ଏକାଦଶୀ ଦିନ ଅର୍ଥାତ ଆସନ୍ତାକାଲି ଅନ୍ୟ ଭୋଗ ସହ ମହାପ୍ରଭୁଙ୍କୁ ଏହା ଲାଗି ହୁଏ ।

ଲୋକକଥା ଅନୁଯାୟୀ ତ୍ରୟୋଦଶ ଶତାଦ୍ଦୀରେ ଦ୍ୱିତୀୟ ଅନଙ୍ଗଭୀମ ଦେବଙ୍କ ସମୟରେ ବୈଦ୍ୟ ଓ ଶାସ୍ତ୍ର ବୈଦ୍ୟ ସେବା ସ୍ଥାପିତ ହୋଇଥିଲା । ତେବେ ଆଜି ଅନବସର ଦଶମୀ ତିଥିରେ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦରେ ଦାଖଲ ହେବା ପରେ ଏକାଦଶୀ ଦିନ ଅର୍ଥାତ ଆସନ୍ତାକାଲି ଅନ୍ୟ ଭୋଗ ସହ ମହାପ୍ରଭୁଙ୍କୁ ଏହା ଲାଗି ହୁଏ । ବିଶ୍ୱାସ ରହିଛି ଦଶମୂଳ ମୋଦକ ସେବନ ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥାନ୍ତି । ଆସନ୍ତାକାଲି ମହାପ୍ରଭୁ ଔଷଧ ଖାଇବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବାର ପରମ୍ପରା ରହିଛି ।

ଦ୍ୱାଦଶୀ ତିଥି ଦିନ ଦଇତାପତି ଶ୍ରୀନହରକୁ ଯାଇ ମହାପ୍ରଭୁଙ୍କ ସୁସ୍ଥତା ଖବର ଗଜପତି ମହାରାଜଙ୍କୁ ଦେବେ । ବିଶ୍ୱାସ ରହିଛି ଦଶମୂଳ ମୋଦକ ସେବନ ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥାନ୍ତି । ଶ୍ରୀବିଗ୍ରହଙ୍କ ଗୁପ୍ତ ସେବାରେ ଫୁଲୁରି ତେଲ, ଦଶମୂଳ ଔଷଧ ଓ ଅନ୍ୟାନ୍ୟ ଉପଚାର ପରେ ପ୍ରଭୁ ସଂପୂର୍ଣ୍ଣ ସୁସ୍ଥ ହୋଇ ନବଯୌବନ ଦର୍ଶନ ଦିନ ଭକ୍ତଙ୍କୁ ଦର୍ଶନ ଦେଉଥିବାର ବିଶ୍ୱାସ ରହିଛି । ଏପଟେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ୭ ଦିନ ବାକି ଅଛି । ମହାପ୍ରଭୁଙ୍କ ଘୋଷଯାତ୍ରା ଲାଗି ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ନୀତି କାନ୍ତି ଓ ପହଣ୍ଡିରେ ଶୃଙ୍ଖଳା ରକ୍ଷା କରିବା ଲାଗି ସ୍ୱତନ୍ତ୍ର ଅଧିକାରୀ ନିୟୋଜିତ ଅଛନ୍ତି ।

ସମସ୍ତ ପ୍ରଶାସନିକ ପ୍ରସ୍ତୁତି ସାରିଥିବା ବେଳେ ଗତକାଲି ମନ୍ତ୍ରୀ ସ୍ତରୀୟ କମିଟି ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା କରିଥିଲେ । ସେବାୟତଙ୍କ ସହ ଆଲୋଚନା ସାରିଛି ସମସ୍ତ କାର୍ଯ୍ୟ ସଠିକ ସମୟରେ ଶେଷ ହେବା ନେଇ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଡ଼ଃ ଅରବିନ୍ଦ ପାଢ଼ୀ । ରଥଖଳାରେ ଏବେ ଜୋରସୋର ଚାଲିଛି ତିନି ରଥର ନିର୍ମାଣ କାମ । ତିନି ରଥରେ ୧୩ ପରସ୍ତ ପୋଟଳ ସେଟିଂ ସରି ଦୁଇଟି ଲେଖାଏଁ ଦୁଆର ବେଢ଼ା ନିର୍ମାଣ କାର୍ଯ୍ୟ ମଧ୍ୟ ସମ୍ପନ୍ନ ହୋଇଛି । ତିନି ରଥର କାମ ଶେଷ କରିବାକୁ ବିଶ୍ୱକର୍ମା ମହାରଣାମାନେ ଲାଗିପଡ଼ିଛନ୍ତି । ସେହିପରି ଚିତ୍ରକର ଓ ରୂପକାର ସେବାୟତଙ୍କୁ ମଧ୍ୟ ଫୁରସତ ନାହିଁ । ଆସନ୍ତା ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା କରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button