ଦେଶ ବିଦେଶ

ବାଦାମ ଓ ଘିକୁଆଁରୀ ବ୍ୟବହାର କରି ଘରେ ବନାନ୍ତୁ କଳା ଏବଂ ମଶ୍ଚରାଇଜର, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ପୁରୁଷଙ୍କ ତୁଳନାରେ ମହିଳାମାନେ ନିଜ ତ୍ୱଚାକୁ ନେଇ ଅଧିକ ଯତ୍ନବାନ୍‌ ଥାଆନ୍ତି। ଏଣୁ ସବୁବେଳେ ସେମାନେ ନିଜକୁ ସୁନ୍ଦର ଦେଖେଇ ହେବାକୁ ବିଭିନ୍ନ ବିଉଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି। ଖାସ୍‌ କରି ଆଖି ଓ ଓଠକୁ ଝିଅମାନେ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଏଣୁ ଘରୁ ବାହାରିବା ପୂର୍ବରୁ ଆଖିରେ କଳା ଓ ଓଠରେ ଲିପ୍‌ଷ୍ଟିକ୍‌ ଲଗାଇବାକୁ ଭୁଲିନଥାନ୍ତି। କିନ୍ତୁ ବେଳେବେଳେ ବାହାରର ପ୍ରଡକ୍ଟ ଯୋଗୁ ଆଖିରୁ ପାଣି ବୋହିବା, କୁଣ୍ଡାଇ ହେବା ଭଳି ସମସ୍ୟା ଦେଖାଯାଏ। ଏଭଳିସ୍ଥିତିରେ ଆପଣ ଚାହିଁଲେ ଘରେ ମଧ୍ୟ କଳା ଓ ମଶ୍ଚରାଇଜର ତିଆରି କରିପାରିବେ। କେବଳ ଘିକୁଆଁରୀ ଓ ବାଦାମ ବ୍ୟବହାର କରି ଆପଣ ସହଜରେ ଘରେ କାଜଲ ଓ ମଶ୍ଚରାଇଜର ତିଆରି କରିପାରିବେ। ଆସନ୍ତୁ ଜାଣିବା ଘରେ କେମିତି ବନାଇବେ କଳା ଓ ମଶ୍ଚରାଇଜର…

କଳା ବନାଇବା ସାମଗ୍ରୀ:

୨ ଚାମଚ ଚନ୍ଦନ ପାଉଡ଼ର
୩-୪ଟି ବାଦାମ

kajal

 

କଳା ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଚନ୍ଦନ ପାଉଡରକୁ ପାଣିରେ ଗୋଳାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ବାଦାମକୁ ଭାଜି ପାଉଡର ବନାନ୍ତୁ। ଏବେ ଦୁଇଟିଯାକ ଜିନିଷକୁ ଭଲ ଭାବେ ମିଶାଇ ଡବାରେ ପ୍ୟାକ୍‌ କରିଦିଅନ୍ତୁ। କଳା ଲଗାଇବା ବେଳେ ଆଙ୍ଗୁଠି ଟିପରେ ଘିଅ ଲଗାନ୍ତୁ ଓ ତାହା ସାହାଯ୍ୟରେ କଳା ଲଗାନ୍ତୁ।

ମଶ୍ଚରାଇଜର ବନାଇବା ସାମଗ୍ରୀ:

୪ ଚାମଚ ଆଲୋଭେରା ଜେଲ୍‌
୨ ଚାମଚ ବାଦାମ ତେଲ
୨ ଚାମଚ ନଡ଼ିଆ ତେଲ

How to Make Aloe Vera Gel: 8 Steps (with Pictures) - wikiHow

ମଶ୍ଚରାଇଜର ପ୍ରସ୍ତୁତି ପ୍ରଣାଳୀ:

ଆଲୋଭେରା ଜେଲ୍‌, ବାଦାମ ତେଲ, ନଡ଼ିଆ ତେଲକୁ ଭଲ ଭାବେ ମିଶାଇ ଏକ ବୋତଲରେ ରଖନ୍ତୁ। ଏହାକୁ ମୁହଁରେ ଲଗାଇବା ଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ ତ୍ୱଚା ମୁଲାୟମ ରହିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button