ବ୍ୟବସାୟ

କାର୍ ର ମୂଲ୍ୟ ବଢ଼ାଇବା ପାଇଁ କାର ମାଲିକ କଲେ କିଛି ଏମିତି କି ଆପଣ ବି ଦେଖିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ ଭିଡିଓ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ସୋସିଆଲ ମିଡିଆ ରେ ପ୍ରାୟ ସମୟ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ । ସେହି ଭିଡିଓ ମଧ୍ୟରୁ ଲୋକମାନେ କିଛି ଭିଡିଓ କୁ ବହୁତ ମାତ୍ରାରେ ପସନ୍ଦ କରିଥାନ୍ତି । ବର୍ତ୍ତମାନ କିଛି ଦିନ ପୂର୍ବରୁ ସୋସିଆଲ ମିଡିଆ ରେ ଏକ ଭିଡିଓ ଭାଇରାଲ ହୋଇଥିଲା ଏବଂ ସେଥିରେ ଦୁଇ ଜଣ ବ୍ୟକ୍ତି ଙ୍କୁ ନିଜ କାର୍ ସହିତ ଥିବା ଘନିଷ୍ଠ ସମ୍ବନ୍ଧ ଦେଖିବାକୁ ମିଳିଥିଲା । ଏହି ଭିଡିଓ ଅଷ୍ଟ୍ରେଲିଆ ର ଅଟେ ।

ଏହି ଭିଡିଓ ରେ ଦେଖିବାକୁ ମିଳିଥିଲା ଯେ, ଏହି ଦୁଇ ବ୍ୟକ୍ତି ନିଜ ପୁରୁଣା କାର୍ କୁ ନୂଆ ବନାଇବା ନିମନ୍ତେ ଏବଂ ତା’ର ମୂଲ୍ୟ ବଢ଼ାଇବା ନିମନ୍ତେ ଏକ ଭିନ୍ନ ଉପାୟ ର ପ୍ରୟୋଗ କରିଥିଲେ ।

ଅସଲରେ ଏହି ଦୁଇ ବ୍ୟକ୍ତି ନିଜ କାର୍ ର ବାହାର ପାର୍ଶ୍ୱ ଭାଗରେ ୪୦ ହଜାର ମୁଦ୍ରା ଲଗାଇ ଦେଇଥିଲେ । କାର୍ ରେ ୪୦ ହଜାର ମୁଦ୍ରା ଲଗାଇବା ପରେ ଏହି କାର୍ ବହୁତ ମାତ୍ରାରେ ଚମକୁଛି ଏବଂ ଏହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ଚକିତ ହେଉଛନ୍ତି । କାର୍ ର ମାଲିକ ମାନେ କାର୍ ଭିତରେ ଖୁବ ମସ୍ତି କରୁଥିବାର ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଏହି କାରନାମା ଅଷ୍ଟ୍ରେଲିଆ ର ମାଇକେଲ ବ୍ରୋଖୁୟସେ ଏବଂ ମାର୍ଟି ସୋକୋଲିଂସ୍କି କରିଛନ୍ତି ।

 

ଏହି ଦୁଇ ଜଣଙ୍କ ପାଖରେ ଏକ ପୁରୁଣା ହୋଲଡନ କାର୍ ଏକ୍ସଟ୍ରା ବେକାର ରେ ପଡିଥିଲା ଏଥିପାଇଁ ସେହି କାର୍ କୁ ନୂଆ କରିବା ପାଇଁ ଏବଂ ଏହାର ମୂଲ୍ୟ ବଢ଼ାଇବା ନିମନ୍ତେ ଏହି ଦୁଇ ଜଣ ଏଥିରେ ୪୦ହଜାର ମୁଦ୍ରା ଲଗାଇଥିଲେ ।

ଏହି ଦୁଇ ଜଣ ନିଜ କାର୍ ର ଭିଡିଓ ସୋସିଆଲ ମିଡିଆ ରେ ସେୟାର କରିଥିଲେ । ତାଙ୍କର ଏହି ଭିଡିଓ କୁ ବର୍ତ୍ତମାନ ସୋସିଆଲ ମିଡିଆ ରେ ୫୦ଲକ୍ଷ ଠାରୁ ମଧ୍ୟ ଅଧିକ ଦେଖା ଯାଇଅଛି । ୪ ମିନିଟ ର ଭିଡିଓ ରେ ଦେଖିବାକୁ ମିଳୁଛି ଯେ, କିପରି ଏହି ଦୁଇ ଜଣ କାର୍ ରେ ୪୦ହଜାର ମୁଦ୍ରା କୁ ଲଗାଉଛନ୍ତି ଏବଂ ଏହାପରେ ବ୍ରିସବ୍ରେନ ର ସଡ଼କ ରେ ମସ୍ତି କରିବା ନିମନ୍ତେ କାର୍ ରେ ବାହାରି ପଡୁଛନ୍ତି ।

ଏହି ଦୁଇ ଜଣ ନିଜର କାର୍ କୁ ବିକ୍ରି କରିବାକୁ ଚାହୁଁଥିଲେ । କିନ୍ତୁ କେହି ମଧ୍ୟ ଏହି ପୁରୁଣା କାର୍ କୁ କିଣୁ ହିଁ ନଥିଲେ । କିନ୍ତୁ ଯେବେ ଏହି ଦୁଇ ଜଣ ସେହି କାର୍ ରେ ୪୦ହଜାର ମୁଦ୍ରା ଚିପକାଇ ଦେଇଥିଲେ ସେତେବେଳେ ଏହି କାର୍ ର ମୂଲ୍ୟ ୫୦୦ ଡ଼ଲାର ରୁ ବଢ଼ିଯାଇ ସିଧା ୩୦୦୦ ଡ଼ଲାର ହୋଇଯାଇଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button