ଦେଶ ବିଦେଶ

ପାଠ ମନେ ରଖିବାର ୩ଟି ସିକ୍ରେଟ ଟିପ୍ସ, ମିଳିବ 100 % ରେଜଲ୍ଟ – Study Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କିଛି ବିଦ୍ୟାର୍ଥୀ ଏଭଳି ଅଛନ୍ତି ଯେଉଁମାନେ ନିଜ ପାଠପଢ଼ା ର କିଛି ବିଷୟ ବସ୍ତୁ କୁ କଠିନ ବୋଲି ଭାବିଥାନ୍ତି ଏବଂ ପାଠ ପଢ଼ୁଥିବା ସମୟରେ ସେହି ବିଷୟ ବସ୍ତୁ ପାଇଁ ସେମାନେ ସମ୍ପୂର୍ଣ୍ଣ ପାଠପଢା ହିଁ ଅଧାରୁ ଛାଡି ଦିଅନ୍ତି।ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ୩ଟି ଡିଜିଟାଲ ଟିପ୍ସ ସମ୍ବନ୍ଧରେ କହିବୁ, ଯାହାକୁ ଆପଣ ଉପଯୋଗ କରିବା ଦ୍ୱାରା କଠିନ ରୁ କଠିନ ବିଷୟ ବସ୍ତୁ ମଧ୍ୟ ଅତି ସହଜରେ ମନେ ରଖି ପାରିବେ ଏବଂ ଆପଣଙ୍କ ମନ ପାଠପଢ଼ା ରେ ଲାଗିବ।ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପେରେ ଜାଣିବା।

୧. ବନ୍ଧୁଗଣ ପ୍ରଥମତଃ, ଗୋଟିଏ ବିଷୟ ବସ୍ତୁ କୁ ଧ୍ୟାନର ସହିତ ପଢ଼ନ୍ତୁ ଏବଂ ସେହି ବିଷୟ ର ନୋଟ୍ସ ଆପଣ ନିଜ ଭାଷା ରେ ପ୍ରସ୍ତୁତ କରନ୍ତୁ। କୌଣସି ବିଷୟ ବସ୍ତୁ କୁ ଭଲ ଭାବରେ ଧ୍ୟାନ ର ସହିତ ପଢ଼ିବା ପରେ ତା’ର ନୋଟ୍ସ ନିଜ ଭାଷା ରେ ବନାଇବା ଦ୍ୱାରା ଆପଣଙ୍କୁ ସେହି ନୋଟ୍ସ ଦୀର୍ଘ ଦିନ ଧରି ମନେ ରହିଥାଏ।

କାରଣ ଆପଣ ସେହି ନୋଟ୍ସ କୁ ନିଜ ଭାଷା ମାଧ୍ୟମରେ ପ୍ରସ୍ତୁତ କରିଛନ୍ତି, ଯାହା ଆପଣଙ୍କୁ ପୁସ୍ତକର ଭାଷା ଅପେକ୍ଷା ନିଜ ଭାଷାରେ ପ୍ରସ୍ତୁତ ହୋଇଥିବା ନୋଟ୍ସ ସହଜରେ ମନେ ରହିଯାଏ।

୨. ବନ୍ଧୁଗଣ ଦ୍ବିତୀୟତଃ, ଯେତେବେଳେ ଆପଣ କୌଣସି ବିଷୟ ବସ୍ତୁ କୁ ପଢ଼ୁଛନ୍ତି ତେବେ ସେହି ବିଷୟ ସମ୍ବନ୍ଧରେ ଆପଣ ଆଗରୁ ଯାହାବି ଜାଣିଥିବେ ତାହା ସମ୍ପୂର୍ଣ୍ଣ ଭୁଲି ଯିବେ। କାରଣ ଆମ ମସ୍ତିଷ୍କ ଏକ କମ୍ପୁଟର ଅଟେ। ଯଦି ଦୁଇଟି ଇଂଫର୍ମେସନ୍ କୁ ଆମେ ଏକତ୍ର କରିଦେବା ତେବେ ଆମ ମସ୍ତିଷ୍କ କମ୍ପୁଟର ଭଳି ହାଙ୍ଗ ହୋଇଯିବ।

ତେଣୁ ଆପଣ ନୂତନ ବିଷୟ ବସ୍ତୁ ପଢିବା ସମୟରେ ସେଥିରେ ଯାହା ବି ଉଲ୍ଲେଖ ରହିଛି ତାକୁ ଗ୍ରହଣ କରନ୍ତୁ। ଏହାଦ୍ବାରା ଆପଣଙ୍କୁ ସେହି ବିଷୟ ବସ୍ତୁ କୁ ମନେ ରଖିବାରେ ସହାୟକ ହେବ।

୩. ବନ୍ଧୁଗଣ ତୃତୀୟତଃ, ଆପଣ ଯେଉଁ ବିଷୟ ବସ୍ତୁ କୁ ଧ୍ୟାନ ର ସହିତ ପଢ଼ିବା ପରେ ସେହି ବିଷୟକୁ ଅନ୍ୟ କାହାକୁ ପଢ଼ାଉଛନ୍ତି ତେବେ ଆପଣଙ୍କ ମସ୍ତିଷ୍କ ରେ ସେହି ବିଷୟ ଟି ସବୁଦିନ ପାଇଁ ମନେ ରହିଯିବ। ତେଣୁ ଯେବେବି ଆପଣ କୌଣସି ବିଷୟ ବସ୍ତୁ କୁ ପଢୁଛନ୍ତି ତେବେ ପରେ ସେହି ବିଷୟକୁ ନିଜର ସହପାଠୀ ଅଥବା ଜୁନିୟର ଙ୍କୁ ନିଶ୍ଚିତ ଭାବରେ ପଢ଼ାନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button