ଦେଶ ବିଦେଶ

ଖାଲିପେଟରେ ଗୁଡ ସହ ପିଅନ୍ତୁ ଗରମ ପାଣି, ଅନେକ ସମସ୍ୟା ଚୁଟକିରେ ହେବ ଛୁମନ୍ତ୍ରର

ସ୍ବାଦରେ ମିଠା ଏବଂ ପ୍ରଭାବରେ ଗରମ ଗୁଡ଼ ବହୁତ ଲାଭକାରୀ ପୋଷକରେ ଭରପୁର। ଏହାର ସେବନ ଶରୀର ପାଇଁ ଖୁବ୍ ଲାଭକାରୀ ହୋଇଥାଏ। ଆର‌୍ୟୁବେଦ ଅନୁଯାୟୀ, ଦୈନିକ ଖାଲି ପେଟରେ ଗୁଡ଼ ଖାଇବା ପରେ ହାଲୁକା ଗରମ ପାଣି ପିଇବା ଦ୍ବାରା ପେଟର ଗ୍ୟାସ, ଏସିଡିଟି, କଷ୍ଟ ଆଦି ସମସ୍ୟା ଦୂର ହୋଇଥାଏ। ଏଣୁ ପୁରାତନ କାଳରେ ଚିନି ବଦଳରେ ଗୁଡର ଅଧିକ ବ୍ୟବହାର କରାଯାଉଥିଲା। ଆସନ୍ତୁ ଜାଣିବା ଗୁଡ଼ ଖାଇବାର ଅନ୍ୟନ୍ୟା ଫାଇଦା ବିଷୟରେ।

-ଶରୀରରେ ରକ୍ତକୁ ପରିସ୍କାର କରିବା ପାଇଁ ଦୈନିକ ସକାଳ ସମୟରେ ଏକ ଛୋଟ ଖଣ୍ଡ ଗୁଡ଼ ସହ ଏକ ଗ୍ଲାସ ଗରମ ପାଣି ପିଅନ୍ତୁ। ଦେଖିବେ ଆପଣଙ୍କ ରକ୍ତ ବହୁତ ସଫା ହୋଇଯିବ।

gud

-ଅନେକ ଲୋକଙ୍କୁ ଗଣ୍ଠି ଜନିତ ଯନ୍ତ୍ରଣା ଅନୁଭବ ହୋଇଥାଏ।  ଏହି ଅସୁବିଧାରୁ ରକ୍ଷା ପାଇବା ପାଇଁ ଗୁଡ଼ ସହ ଗରମ ପାଣିର ସେବନ କରନ୍ତୁ।

-ଗୁଡରେ ଅନେକ ପୋଷକ ତତ୍ବ ରହିଥାଏ। ଯଦି ଆପଣଙ୍କର ପେଟ ଜନିତ ସମସ୍ୟା ରହିଛି ତେବେ ଏଥିପାଇଁ ଗୁଡର ସେବନ କରନ୍ତୁ।

gud 2

-ମୋଟାପଣରୁ ରକ୍ଷା ପାଇବା ପାଇଁ ଗୁଡ଼ ବହୁତ ଲାଭକାରୀ ହୋଇଥାଏ। ଏହା ଶରୀରରେ ଚର୍ବି କମ କରିବାରେ ସହାୟକ ହୋଇଥାଏ। ଏଣୁ ଖାଦ୍ୟରେ ଚିନି ବଦଳରେ ଗୁଡ଼ର ବ୍ୟବହାର କରନ୍ତୁ।

-ଗୁଡ଼ରେ ରୋଗପ୍ରତିରୋଧକ କ୍ଷମତା ଅଧିକ ରହିଥାଏ। ଏଣୁ ଏହାର ବ୍ୟବହାର ଅନେକ ଔଷଧ ଏବଂ ସିରଫରେ ମଧ୍ୟ କରାଯାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button