ମନୋରଞ୍ଜନ
ଅତି ସହଜ ଉପାୟରେ ଆଜି ହିଁ ଘରେ ବନାନ୍ତୁ ମୁମ୍ବାଇର ଫେମସ୍ ସ୍ଵାଦିଷ୍ଟ ‘ରଗଡ଼ା ଚାଟ’
ଆବଶ୍ୟକୀୟ ସାମଗ୍ରୀ
- ମଟର ୧ କପ୍
- ଆଳୁ ୨/୩ ଟି
- ଟମାଟୋ ଗୋଟିଏ
- ପିଆଜ ଗୋଟିଏ
- ଅଦା ରସୁଣ ପେଷ୍ଟ ୧ ଚାମଚ
- ଜୀରା
- କଞ୍ଚାଲଙ୍କା
- ହେଙ୍ଗୁ
- ହଳଦୀଗୁଣ୍ଡ
- ଲଙ୍କାଗୁଣ୍ଡ
- ଜିରାଗୁଣ୍ଡ
- ଧନିଆ ଗୁଣ୍ଡ
- ଗରମ୍ ମସଲା
- ଧନିଆପତ୍ର
- ତେଲ
- ସ୍ଵାଦ ଅନୁସାରେ ଲୁଣ
- ମିଠା ଏବଂ ରାଗ ଚଟଣି
- ଗାର୍ନିସିଂ ପାଇଁ ଦହି ଓ ପାମ୍ପଡ

ପ୍ରସ୍ତୁତି ପ୍ରଣାଳୀ
ରଗଡ଼ା ଚାଟ ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ମଟର ଓ ଆଳୁକୁ ଲୁଣ ପକାଇ ସିଝାଇ ଦିଅନ୍ତୁ । ବର୍ତ୍ତମାନ୍ ଏକ ପ୍ୟାନରେ ଅଳ୍ପ ତେଲ ଗରମ୍ କରି ସେଥିରେ ଜୀରା, କଞ୍ଚାଲଙ୍କା, ହେଙ୍ଗୁ, କଟା ପିଆଜ ଓ ଅଦା ରସୁଣ ପେଷ୍ଟ ପକାଇ ଭାଜନ୍ତୁ । ମସଲାକୁ କିଛି ସମୟ କଷିବା ପରେ ସେଥିରେ ଟମାଟୋ ପକାଇ ଏହା ମିଳାଇବା ପର୍ଯ୍ୟନ୍ତ ଭଲଭାବେ କଷନ୍ତୁ । ବର୍ତ୍ତମାନ୍ ଏଥିରେ ସିଝାଇ ରଖିଥିବା ମଟର ଆଳୁକୁ ପକାଇ ସେଥିରେ ଅଳ୍ପ ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ, ଗରମ୍ ମସଲା, ଚାଟ ମସଲା ଓ ଆବଶ୍ୟକ ଅନୁସାରେ ଲୁଣ ଦେଇ ଗୋଳାଇ ଦିଅନ୍ତୁ । ଧ୍ୟାନ ରଖନ୍ତୁ ଏଥିରେ ଯେପରି ପାଣିର ବ୍ୟବହାର ନହୁଏ । ବର୍ତ୍ତମାନ୍ ଏଥିରେ ଧନିଆ ଚଟଣି, ତେନ୍ତୁଳି ଚଟଣୀ, ଟମାଟୋ ସସ୍ ଇତ୍ୟାଦି ଗାର୍ନିସିଂ କରନ୍ତୁ । ତାଉପରେ ଧନିଆ ପତ୍ର, ପାମ୍ପଡ ଓ ଦହି ଦେଇ ଟେଷ୍ଟ କରନ୍ତୁ ସ୍ଵାଦିଷ୍ଟ ରଗଡ଼ା ଚାଟ ।


