ସ୍ୱାସ୍ଥ୍ୟ

ପ୍ରତି ୬ ମାସରେ ନିଶ୍ଚିତ କରାନ୍ତୁ ଦନ୍ତପରୀକ୍ଷା, ନଚେତ ହୋଇପାରେ ହାର୍ଟଆଟାକ୍‌

ଆଜିକାଲିର ଖାଦ୍ୟପେୟ ଏବଂ ଜୀବନଶୈଳୀ ଯୋଗୁଁ ଅନେକ ଲୋକ ବିଭିନ୍ନ ପ୍ରକାରର ରୋଗର ଶିକାର ହେଉଛନ୍ତି। ପ୍ରତିଦିନ କିଛି ନା କିଛି ରୋଗ ବିଷୟରେ ଆମ୍ଭେ ଶୁଣୁଛେ। କିନ୍ତୁ ବର୍ତ୍ତମାନ ହୃଦ୍‌ଜନିତ ରୋଗ କାରଣରୁ ବିଭିନ୍ନ ପ୍ରକାର ସମସ୍ୟା ଦେଖିବାକୁ ମିଳୁଛି। ନିତିଦିନ ଜୀବନ ସହିତ ଜଡିତ କିଛି କାରଣ ଯୋଗୁଁ ହୃଦରୋଗ ଆଶଙ୍କା ବଢିଚାଲିଛି। ଆପଣମାନଙ୍କର ପ୍ରତିଦିନର କାର୍ଯ୍ୟଢେଳୀ ହେଉ ଅବା ବ୍ୟବହାର ଆପଣଙ୍କୁ ଏହିସବୁ ରୋଗକୁ ଆମନ୍ତ୍ରିତ କରିଥାଏ। ଆସନ୍ତୁ ଜାଣିନେବା କ’ଣ ସବୁ ଏହି ଅଭ୍ୟାସ…

ଅଧିକ ସମୟ ପର୍ଯ୍ୟନ୍ତ କାମ କରିବା :

ଆଜିକାଲିର ଯୁବପିଢି ଅଫିସରେ ନିଜର ବସ୍‌ଙ୍କ ମନ ଜିଣିବା ହେଉ ଅବା ଏକ୍ସଟ୍ରା ଇନକମ୍‌ ପାଇଁ ୧୦ରୁ ୧୨ ଘଣ୍ଟାରୁ ଅଧିକ ସମୟ ଅତିବାହିତ କରୁଛନ୍ତି। ଯଦି ଆପଣ ଏପରି କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। ଏକ ରିସର୍ଚ୍ଚ ମୁତାବକ, ସପ୍ତାହକୁ ୫୫ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ କାମ କରିବା ଦ୍ୱାରା ହାର୍ଟଆଟାକ ହେବାର ସମ୍ଭାବନା ଅଧିକ ରହିଥାଏ। ଅଫିସରେ ଅଧିକ ସମୟ ବସି ରହିବା,ଚିନ୍ତାଗ୍ରସ୍ତ ରହିବା, ଅଧିକ ନିଶାଦ୍ରବ୍ୟ ଖାଇବା ଇତ୍ୟାଦି ଆପଣଙ୍କୁ ରୋଗର ଆଶଙ୍କାକୁ ବୃଦ୍ଧି କରିଥାଏ।

fat

ମୋଟାପଣ :

ମୋଟାପଣ ଏବେ ସମସ୍ତଙ୍କର ଚିନ୍ତାର କାରଣ ପାଲଟିଛି। ଅତ୍ୟଧିକ ମୋଟା ଯୋଗୁଁ ଚାଲିବା, ବସିବା ଇତ୍ୟାଦିରେ ଅସୁବିଧା ସାମ୍ନା କରିବା ସହ ବିଭିନ୍ନ ପ୍ରକାର ରୋଗକୁ ମଧ୍ୟ ଆମନ୍ତ୍ରିତ କରିଥାଏ। ପେଟରେ ଜମା ହୋଇଥିବା ଚର୍ବି ହାର୍ଟ ଆଟାକ୍‌ର ପ୍ରମୁଖ କାରଣ ପାଲଟିଥାଏ।

dental

ଦାନ୍ତରୋଗ :

ଦାନ୍ତରୋଗରୁ ହାର୍ଟଆଟାକ୍‌ ! ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବେ ମଧ୍ୟ ସତ। ରିସର୍ଚ୍ଚରୁ ଜଣାପଡିଛି ଯେ, ମାଢିରେ ଥିବା ଜୀବାଣୁ ରକ୍ତ ସହିତ ଆସି ହାର୍ଟ ରୋଗର କାରଣ ସାଜିପାରେ। ଏହି ସବୁ ଜୀବାଣୁ ଯୋଗୁଁ ରକ୍ତ କୋଷିକା ଫୁଲିବା ସହ ରକ୍ତ ପ୍ରବାହ ପ୍ରଭାବିତ ହୋଇଥାଏ। ଏଥିପାଇଁ ଆପଣ ପ୍ରତି ୬ ମାସରେ ଥରେ ନିଜର ଦାନ୍ତ ପରୀକ୍ଷା କରିବା ଉଚିତ।

anger

ଅତ୍ୟଧିକ ରାଗିବା :

ରାଗିବା ସାଧାରଣ କଥା। ପ୍ରତ୍ୟେକ ବ୍ୟକ୍ତିଙ୍କୁ କିଛି ନା କିଛି କାରଣରୁ ଯୋଗୁଁ ରାଗ ଆସିଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ରାଗିବା ଯୋଗୁଁ ମଧ୍ୟ ଆପଣଙ୍କ ହୃଦରୋଗ ହୋଇପାରେ। ରିସର୍ଚ୍ଚ ଅନୁଯାୟୀ ରାଗିବାର ଦୁଇଘଣ୍ଟା ପରେ ବ୍ୟକ୍ତିଙ୍କୁ ଷ୍ଟ୍ରୋକ, ହାର୍ଟ ଆଟାକ ହେବାର ସମ୍ଭାବନା ରହିଥାଏ। ୪୦ ବର୍ଷରୁ ଅଧିକ ବ୍ୟକ୍ତିକୁ ଏହି ରୋ ବେଶି ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button