ଦେଶ ବିଦେଶ

ଦୁନିଆର ସବୁଠୁ ବଡ ଷ୍ଟାଡିୟମ ନରେନ୍ଦ୍ର ମୋଦୀ ଷ୍ଟାଡିୟମର ବିଶେଷତା କେହି ଆପଣଙ୍କୁ କହିନଥିବେ! ଜାଣନ୍ତୁ ଏହା ପଛର ପୁରା କାହାଣୀ

ନମସ୍କାର ବନ୍ଧୁଗଣ ଆଜି କାଲି ଲୋକ ମାନଙ୍କ ଭିତରେ କ୍ରିକେଟ ଖେଳ କି ନେଇ ବହୁତ ଆଗ୍ରହ ରହିଥାଏ । ଏବଂ କ୍ରିକେଟ ହିଁ ସମସ୍ତ ଦେଶ ଦେଶ ଭିତରେ ବନ୍ଧୁତ୍ୱ କୁ ନିବିଡ଼ କରିଥାଏ । ତେଣୁ ଏହି ଖେଳ କୁ ଦେଖିବା ପାଇଁ ଲୋକ ମାନେ ବହୁତ ଉତ୍ସାହ ଥାଆନ୍ତି । ତେବେ ଆମ ବର୍ତ୍ତମାନ ର ପ୍ରଧାନମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦୀ ଙ୍କ ସ୍ୱପ୍ନ ଥିଲା ଆମ ଦେଶ ଅର୍ଥାତ ଭାରତ ଦେଶ ରେ ସବୁଠାରୁ ବଡ଼ ଷ୍ଟାଡିୟମ ପ୍ରତିଷ୍ଠା ହେଉ । ସେ ଏହି ସ୍ୱପ୍ନ ସେତେବେଳେ ଦେଖିଥିଲେ ଯେତେବେଳେ ସେ ଗୁଜରାଟ ର ମୁଖ୍ୟମନ୍ତ୍ରୀ ଥିଲେ ।

ଏବଂ ଏବେ ସେ ସ୍ୱପ୍ନ କୁ ସାକାର କରିବାରେ ସଫଳ ମଧ୍ୟ ହୋଇଛନ୍ତି । ଏବଂ ଏହି କ୍ରିକେଟ ଷ୍ଟାଡିୟମ ବିଷୟରେ ଲୋକମାନେ ବହୁତ ପସନ୍ଦ କରିବା ସହିତ କ୍ରିକେଟ ର ମାନେ ମଧ୍ୟ ବହୁତ ପ୍ରଶଂସା କରିଛନ୍ତି । ଏହି ଷ୍ଟାଡିୟମ କୁ ପ୍ରସ୍ତୁତ କରିବା ରେ ବହୁତ ଲୋକଙ୍କ ପରିଶ୍ରମ ଅଛି । ଏବଂ ଏହି ଷ୍ଟାଡିୟମ ର କଣ ଖାସ କଥା ରହିଛି ଚାଲନ୍ତୁ ଜାଣିନେବା । ନରେନ୍ଦ୍ର ମୋଦି ଷ୍ଟାଡିୟମ ଗୁଜରାଟ ର ଆହମଦାବାଦ ର ମୋଟେରା ରେ ଅବସ୍ଥିତ ସର୍ଦାର ବଲ୍ଲଭ ଭାଇ ପଟେଲ ସ୍ପୋର୍ଟସ ଏନକଲେବ ଭିତରେ ଅବସ୍ଥିତ । ଏହା ଦ୍ୱିତୀୟ ବୃହତ୍ତର ଷ୍ଟାଡିୟମ ।

ଏହା ଭିତରେ ଲୋକ ବସିବା ପାଇଁ ଏକ ଲକ୍ଷ ବତିଶ ହଜାର ଲୋକ ବସିବା ର ସୁବିଧା ଅଛି । ଏହା ସାବର ମତୀ ନଦୀ କୂଳରେ ଅବସ୍ଥିତ ଅଟେ । ଏହି ଷ୍ଟାଡିୟମ ଗୁଜରାଟ କ୍ରିକେଟ ଆସୋସିଏସନ ଙ୍କ ଦେଖା ଯୋଖା ରେ ପ୍ରସ୍ତୁତ ହୋଇଛି । କିଭଳି ଏକ ପୁରୁଣା ଷ୍ଟାଡିୟମକୁ ଏକ ନୂତନ ରୂପ ଦେଇ ତାକୁ ଏକ ବିଶାଳ ଷ୍ଟାଡିୟମରେ ପରିଣତ କରିବା ଥିଲା ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ । ନରେନ୍ଦ୍ର ମୋଦି ଯେବେ କେନ୍ଦ୍ର ସରକାର ରେ ଆସିଲେ ସେ ସେତେବେଳେ ଅମିତ ଶାହ ଙ୍କୁ ଏହାର ଦାୟିତ୍ୱ ଦେଇ ଦେଲେ ।

ଏବଂ ଅମିତ ଶାହ ଅଧକ୍ଷ ହେବା ପରେ ଏହି ମେଘା ପ୍ରୋଜେକ୍ଟ କୁ ସଭାଳିଲେ । ଏବଂ ନିଜ ଟିମ ରେ ପରିମଳ ନଥମାନି ଯିଏ ଜିସିଏ ର ଉପ ସଭାପତି ଥିଲେ, ଏବଂ ତାଙ୍କ ସହିତ ଜେସା ଯିଏ ପୂର୍ବ ଜାଏଂଟ ସେକ୍ରେଟାରୀ ଜିସିଏ । ଏବଂ ଏବେ ବିସିଆଇ ରେ ଜଏଣ୍ଟ ସେକ୍ରେଟାରୀ ଏବଂ ଏସିୟନ କ୍ରିକେଟ କାଉନସିଲ ରେ ପ୍ରେସିଡେଣ୍ଟ ଅଛନ୍ତି । ତାଙ୍କୁ ଏହି ଭାର ଦିଆ ଗଲା ।

ଏବଂ ସେପ୍ଟେମ୍ବର ୨୦୧୯ ରେ ଜିସିଏ ର ନୂଆ ଟିମ ସଙ୍ଘଠିତ ହେଲା । ଯେଉଁଥିରେ ଧନରାଜ ନଥମାନି ଙ୍କୁ ଉପ ସଭାପତି କରାଗଲା । ଏହି ନୂତନ ଟିମ ଷ୍ଟାଡିୟମକୁ ଶେଷ କରିବାର ବହୁତ ଚେଷ୍ଟା କରିଛନ୍ତି । ଏହି ଷ୍ଟାଡିୟମର ଆକାର ଓଲମ୍ପିକ ଷ୍ଟାଣ୍ଡର୍ଡ଼ ର ବତିଶ ଫୁଟବଲ ଷ୍ଟାଡିୟମର ର ବରା ବର । ଏବଂ ଆଇଫଲ ଟାୱାର ଠାରୁ ଦଶ ଗୁଣ ଅଧିକ ଷ୍ଟିଲ ଏହାକୁ ପ୍ରସ୍ତୁତ କରିବାରେ ଖର୍ଚ୍ଚ ହୋଇଛି । ଏଥିରେ ବ୍ୟବହୃତ ଗୋଟିଏ ପିଲର ର ଓଜନ ୨୬୦ ଟନ । ଏବଂ ଏହାର ଉଚ୍ଚତା ଦଶ ତାଲା ସହ ସମାନ । ଏହି ଷ୍ଟାଡିୟମର ନବୀକରଣ ପଛରେ ଅଷ୍ଟ୍ରେଲିଆ ର ଆର୍ଟିରଚର ଙ୍କ ହାତ ଅଛି । ଏବଂ ଏହାର ଡିଯାଇନ ଏବଂ ପ୍ରସ୍ତୁତ ର ଭାର ଭାରତ ର କମ୍ପାନୀ କରିଛି । ଏହି ଷ୍ଟାଡିୟମରେ ଏଗାର ଟି ପିଚ ଅଛି ।

ଏବଂ ବର୍ଷା ହେଲେ ପାଣି ଆରାମ ରେ ବାହାର କରା ଯାଇପାରିବ । ଏହି ଷ୍ଟାଡିୟମରେ ଚାରଟି ଡ୍ରେସିଂ ରୁମ ସହ ଏକ ବୃହତ ଜିମ ଏବଂ ଏକ ଅଲମ୍ପିକ ସାଇଜ ର ସୁଇମିଂଗ ଫୁଲ ମଧ୍ୟ ଅଛି । ଏବଂ ଏଭକି ଲାଇଟ ଲଗା ଯାଇଛି କି ଖେଳାଳୀ ମାନଙ୍କ ଛାଇ ପଡ଼ିବ ନାହିଁ । ଏବଂ ଏହା ଦ୍ୱାରା ଆମ ବିଜୁଳି ମଧ୍ୟ ବଞ୍ଚି ପାରିବ । ଏବଂ ଲୋକ ମାନଙ୍କ ର ଯିବା ଆସିବା ବସିବା ଖାଇବା ଆଦି ସବୁର ବହୁତ ଗୁରୁତ୍ୱ ଦିଆ ଯାଇଛି । ଏବଂ ଏହା ଭିତରେ ଅନେକ ସୁବିଧା ମାନ ମଧ୍ୟ ରହିଛି । ଏଥିରେ ବହୁତ ବଡ଼ ପାର୍କିଂ ଏରିଆ ମଧ୍ୟ ପ୍ରସ୍ତୁତ କରା ଯାଇଛି । ଏହି ଷ୍ଟାଡିୟମ ଏବେ ସମସ୍ତ ଙ୍କ ପାଖରେ ଚର୍ଚ୍ଚିତ ହେଉଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button