ବିଚାର

ଘର କୋଣରେ ରଖନ୍ତୁ ନଡିଆ ପାଉଁଶ, ବୃଦ୍ଧି ପାଇବ ରୋଜଗାର

ଅନେକ ଲୋକେ ଇଚ୍ଛା ଥିବା ସତ୍ତ୍ୱେ ମଧ୍ୟ ଧନ ସଞ୍ଚୟ କରିପାରନ୍ତି ନାହିଁ। ସେମାନେ ଅଧିକ ରୋଜଗାର କରିପାରନ୍ତି ନାହିଁ କି ସଞ୍ଚୟ ବି କରିପାରନ୍ତି ନାହିଁ। ସେମାନଙ୍କୁ ଧୀରେ ଧୀରେ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଏଥିରୁ ବଞ୍ଚିବା ପାଇଁ ନଡିଆରେ ଏପରି ଉପାୟ ଆପଣାନ୍ତୁ, ଆପଣଙ୍କୁ ନିଶ୍ଚିତ ଭାବେ ଲାଭ ମିଳିବ। ଏହା ନଜର ଦୋଷରୁ ବଞ୍ଚିବା ପାଇଁ କାମ କରିଥାଏ।

– ନଡିଆ ଖୋଳକୁ ଜଳାଇ ଏହାର ପାଉଁଶରେ ନଡିଆ ପାଣି ମିଶାଇ ଏହାକୁ ସାତଟି ପୁଡିଆ କରିଦିଅନ୍ତି। ଏଥିରୁ ଚାରିଟି ଘରର ଚାରି କୋଣରେ ରଖିଦିଅନ୍ତୁ। ଆଉ ଅନ୍ୟ ପୁଡିଆକୁ ଘରର ଛାତ ଏବଂ ବର ଗଛ ଡାଳ ଏବଂ ଅନ୍ୟଟିକୁ ନିଜ ପକେଟରେ ରଖିଦିଅନ୍ତୁ। ଏପରି କରିବା ଦ୍ୱାରା ରୋଜଗାର ବୃଦ୍ଧି ପାଇବ ।

ash

– ଜୀବନରେ ଆସୁଥିବା ସଙ୍କଟରୁ ବଞ୍ଚିବା ପାଇଁ ନଡିଆକୁ ମୁଣ୍ଡ ପାଖରେ ରଖି ଶୁଅନ୍ତୁ। ସକାଳୁ ଉଠି ଏହାକୁ କୌଣସି ନଦୀରେ ଭସାଇ ଦିଅନ୍ତୁ। ଏହି କାମ ଶନିବାର ଦିନ କରନ୍ତୁ। ଲଗାତାର ସାତ ଶନିବାର କରିବା ପରେ ଆପଣଙ୍କ ଉପରେ ଥିବା ସଙ୍କଟ ଦୂର ହୋଇଯିବ।

– ଘରେ ଧନ ବୃଦ୍ଧି ପାଇଁ ଗଣେଶ ଏବଂ ଲକ୍ଷ୍ମୀ ପାଖରେ ନଡିଆ ରଖି ପୂଜା କରନ୍ତୁ। ପୂଜା ସରିବା ପରେ ଏହାକୁ ନେଇ ଆଲମାରୀରେ ରଖିଦିଅନ୍ତୁ। ଲଗାତାର ଶୁକ୍ରବାର ଦିନ ଏପରି ୫ ଥର କଲେ ଶୁଭଫଳ ମିଳିବ।

 

– କରଜରୁ ମୁକ୍ତି ପାଇବା ପାଇଁ ନଡିଆ ଉପରେ ମଲ୍ଲୀ ତେଲ ଏବଂ ସିନ୍ଦୁରରେ ସ୍ୱାସ୍ତିକ ଚିହ୍ନ ବନାନ୍ତୁ। ପରେ ଏହାକୁ ନେଇ ବଜରଙ୍ଗବାଲୀଙ୍କ ଚରଣରେ ରଖିଦିଅନ୍ତୁ। ଏହାପରେ ତ୍ରିମୋଚକ ମଙ୍ଗଳ ସ୍ରୋତ ପାଠ କରନ୍ତୁ। ଏପରି ଳଗାତାର ସାତ ମଙ୍ଗଳବାର କରିବା ଦ୍ୱାରା ଲାଭ ମିଳିବ।

– ବେପାରରେ ସମୃଦ୍ଧି ପାଇଁ ଗୋଟେ ନଡିଆରେ ୧୦୦ ମିଟର ହଳଦିଆ ବସ୍ତ୍ର ଗୁଡାଇ, ମିଠା ନେଇ ପାଖରେ ଥିବା ବିଷ୍ଣୁ ମନ୍ଦିରରେ ଭୋଗ ଦେଇଦିଅନ୍ତୁ।

3

– କାଳସର୍ପ ଓ ରାହୁ ଦୋଷରୁ ମୁକ୍ତି ପାଇବା ପାଇଁ ଶନିବାର ଦିନ ଏକ ଶୁଖିଲା ନଡିଆ ଏବଂ କମ୍ବଳ ଦାନ କରନ୍ତୁ। ଏପରି କରିବା ଦ୍ୱାରା ଏହି ଦୋଷ ଦୂର ହେବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button