Sabyasachi ଙ୍କ ପାଇଁ ଉପବାସ ରହି ଏମିତି ସାବିତ୍ରୀ ବ୍ରତ ପାଳିଲେ Ollywood ର ଚୁଲବୁଲି ନାୟିକା Archita, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ବା ଓଲିଉଡ ସମଗ୍ର ଭାରତ ରେ ବହୁତ ନାମ କରିସାରିଲାଣି । ଏହା ସମ୍ଭବ ହୋଇପାରିଛି କେବଳ ଓଡ଼ିଆ ସିନେମା ଜଗତ ର ଅନେକ ଉଚ୍ଚକୋଟୀର ଅଭିନେତା ଓ ଅଭିନେତ୍ରୀ ମାନଙ୍କ ପାଇଁ ।
ଏମାନଙ୍କ ପ୍ରଚେଷ୍ଟା ରେ ଆଜି ଓଡ଼ିଆ ସିନେମା ଜଗତ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଆମେ ମନୋରଞ୍ଜନ ପାଇଁ ଚଳଚିତ୍ର ଦେଖିଥାଉ । ସିନେମା ରେ ନାୟକ ଓ ନାୟିକା ଙ୍କ ର ଭଲ ଯୋଡି ଦେଖିବାକୁ ନ ମିଳିଲେ ଫିଲ୍ମ ଦେଖିବାକୁ ଏତେ ଟା ଆଗ୍ରହ ଆସି ନ ଥାଏ । ଓଡ଼ିଆ ସିନେମା ଜଗତ ରେ ଅନେକ ପ୍ରସିଦ୍ଧ ଯୋଡି ଅଛନ୍ତି ଯେଉଁମାନେ ଦର୍ଶକ ମାନଙ୍କ ର ମନ କୁ ଜିତି ପାରିଛନ୍ତି ।

ସେହିପରି ଏକ ଯୋଡି ହେଉଛନ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କ ର ଯୋଡି । ଏହି ଯୋଡି ଅନେକ ବର୍ଷ ହେବ ଦର୍ଶକ ମାନଙ୍କୁ ମନୋରଞ୍ଜନ କରାଇ ଆସୁଥିଲେ । କିନ୍ତୁ ଖୁବ ନିକଟ ରେ ଏମାନେ ଦୁହେଁ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ଏହି ବର୍ଷ ପ୍ରଥମ କରି ଅର୍ଚ୍ଚିତା ନିଜ ପତି ସବ୍ୟସାଚୀ ଙ୍କ ପାଇଁ ସାବିତ୍ରୀ ବ୍ରତ କରିଛନ୍ତି ।
ବନ୍ଧୁଗଣ ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କ ବିବାହ ର କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ଅନେକ ଲୋକ ଏହାକୁ ମିଛ ବୋଲି ମଧ୍ୟ ଭାବିଥିଲେ । ତେବେ ଏହି ସବୁ କଥା ରେ ବର୍ତ୍ତମାନ ପୂର୍ଣଛେଦ ପଡିଯାଇଛି । ବନ୍ଧୁଗଣ ସେମାନେ ଦୁହେଁ ଏହି ବର୍ଷ ମାର୍ଚ୍ଚ ୧ ତାରିଖ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଯାଇଛନ୍ତି ।

ଓଲିଉଡ ର ଏହି ପ୍ରସିଦ୍ଧ ଯୋଡି ବର୍ତ୍ତମାନ ନିଜର ଅସଲ ଜୀବନ ରେ ମଧ୍ୟ ପତି ପତ୍ନୀ ହୋଇ ସାରିଛନ୍ତି । ସବ୍ୟସାଚୀ ଓ ଅର୍ଚ୍ଚିତା ରାଜସ୍ଥାନ ଠାରେ ବିବାହ କରିଥିଲେ । ଫିଲ୍ମ ରେ ଯେପରି ଏମାନଙ୍କ ଯୋଡି ସବୁବେଳେ ଚର୍ଚ୍ଚା ରେ ରହିଥାଏ ସେହିପରି ବିବାହ ପରେ ମଧ୍ୟ ଏମାନଙ୍କ ଯୋଡି ବହୁତ ଚର୍ଚ୍ଚା ରେ ରହିଥିଲା ।

ବିବାହ ପରେ ଏହି ବର୍ଷ ପ୍ରଥମ କରି ଅର୍ଚ୍ଚିତା ନିଜ ପତି ତଥା ଓଲିଉଡ ର ସୁପରହିଟ ନାୟକ ସବ୍ୟସାଚୀ ଙ୍କ ପାଇଁ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ସାବିତ୍ରୀ ନିଜର ସତ୍ୟବାନ ଙ୍କୁ ଯମ ଙ୍କ ନିକଟ ରୁ ବଞ୍ଚାଇ ଆଣିଥିଲେ ସେଥିପାଇଁ ଏହି ଦିନକୁ ସାବିତ୍ରୀ ବ୍ରତ ଭାବରେ ପାଳନ କରାଯାଏ । ଏହି ଦିନରେ ପ୍ରତିଟି ସତୀ ନାରୀ ନିଜ ପତି ଙ୍କ ପାଇଁ ଏହି ବ୍ରତ ପାଳନ କରିଥାଏ । ତେଣୁ ଅର୍ଚ୍ଚିତା ମଧ୍ୟ ନିଜ ପତି ଙ୍କ ପାଇଁ ଏହି ବ୍ରତ ପାଳନ କରିଛନ୍ତି ।
ଅର୍ଚ୍ଚିତା ନିଜ ଶାଶୁ,ନଣନ୍ଦ ଙ୍କ ସହିତ ବସି ଅନେକ ଫଳମୂଳ ଭୋଗ ଲଗାଇ ଏହି ବ୍ରତ ପାଳନ କରୁଥିବା ର ଦେଖାଯାଇଛି । ଓଲିଉଡ ର ଏହି ଚର୍ଚ୍ଚିତ ବିବାହିତ ଯୋଡି କରୋନା ମହାମାରୀ ସମୟ ରେ ଓଡିଶା କୁ ବହୁତ ସାହାଯ୍ୟ କରିଛନ୍ତି । ସ୍ମାଇଲ ପ୍ଲିଜ ନାମକ ଏକ ଅନୁଷ୍ଠାନ ସୃଷ୍ଟି କରି ସେ ଓଡ଼ିଶାର ଅନେକ ଲୋକଙ୍କ ମୁହଁ ରେ ହସ ଫୁଟାଇ ପାରିଛନ୍ତି ।



