ବିଚାର

ସ୍ୱପ୍ନରେ ଏହି ପାଞ୍ଚଟି ଜିନିଷ ଦେଖିବା ଅତ୍ୟନ୍ତ ଶୁଭ, ହେବ ଧନର ବର୍ଷା ! କଣ ଆପଣ ବି ଏମିତି ସ୍ୱପ୍ନ ଦେଖୁଛନ୍ତି ?

ରାତିରେ ଶୋଇବା ସମୟରେ ପ୍ରାୟ ସମସ୍ତେ ସ୍ୱପ୍ନ ଦେଖନ୍ତି। ଏହି ସ୍ୱପ୍ନ ମଧ୍ୟରୁ କିଛି ସ୍ୱପ୍ନ ଆପଣଙ୍କୁ ଖୁସି ଦେଇଥାଏ ତ ଆଉ କିଛି ଆପଣଙ୍କୁ ଚିନ୍ତାରେ ପକାଇଥାଏ। କିନ୍ତୁ କଣ ଆପଣ ଜାଣନ୍ତି ସ୍ୱପ୍ନ ସହିତ ଆପଣଙ୍କ ଜୀବନର ବହୁତ ବଡ ମହତ୍ତ୍ୱ ରହିଛି। ଆପଣ ଦେଖିଥିବା ସ୍ୱପ୍ନ ଆପଣଙ୍କ ଆଗାମୀ ସମୟ ଆଡକୁ ଇସାରା କରିଥାଏ। ଏଥିପାଇଁ ଆମେ ଆପଣଙ୍କୁ ସେହି ସବୁ ସ୍ୱପ୍ନ ବିଷୟରେ ସୂଚନା ଦେବୁ ଯାହା ଶୁଭ ସଂକେତ ଦେଇଥାଏ ଏବଂ ଜୀବନରେ ଧନର ଆଗମନକୁ ଦର୍ଶାଇଥାଏ। ତେବେ ଆସନ୍ତୁ ଜାଣିବା ସ୍ୱପ୍ନ ବିଷୟରେ।

ଜଳ

ଜଳ ଅର୍ଥାତ ପାଣିର ସମ୍ବନ୍ଧ ଧନ-ଦୌଲତ ସହିତ ରହିଥାଏ। ଦୁହେଁ ସମାନ ଗୁଣଧର୍ମୀ ହୋଇଥାନ୍ତି। ଏହି ଦୁଇ ଜିନିଷ ଭାଷିଯାଏ। ଯଦି ଏହାକୁ ସୁରକ୍ଷିତ କିମ୍ବା ଯତ୍ନର ନ ରଖନ୍ତି ସେ ବୋହିଯାଏ। ଯଦି ଆପଣ ସ୍ୱପ୍ନରେ ବର୍ଷା କିମ୍ବା ଜଳ ଭରା କୂଅ ଦେଖନ୍ତି ତେବେ ଆପଣଙ୍କୁ ଅଚାନକ ଧନ ଲାଭ ହେବାର ସମ୍ଭାବନା ରହିଛି। ସ୍ୱପ୍ନରେ ଯଦି ଆପଣ ପହଁରୁଥିବା ଦେଖନ୍ତି ତେବେ ଅସୀମିତ ଧନ ଆଗମନର ସୂଚନା ଦେଇଥାଏ। ସେହିପରି ଯଦି ସ୍ୱପ୍ନରେ ନଦୀ କିମ୍ବା ସମୁଦ୍ର ଦେଖନ୍ତି ତେବେ ଅକସ୍ମାତ ଧନ ଲାଭ ହେବାର ଏହା ହେଉଛି ସୂଚନା।

dreamଶ୍ୱେତ ରଙ୍ଗ

ସ୍ୱପ୍ନ ସହିତ ଧଳା ରଙ୍ଗର ବିଶେଷ ମହତ୍ତ୍ୱ ରହିଛି। ଏହି ରଙ୍ଗକୁ ସୁଖ-ସମ୍ରୁଦ୍ଧି, ଶାନ୍ତି ଏବଂ ସୌଜନ୍ୟର ପ୍ରତିକ କୁହାଯାଏ। ଏଥିପାଇଁ ସ୍ୱପ୍ନରେ ଯଦି ଆପଣ ଧଳା ରଙ୍ଗର ବସ୍ତ୍ର, ଧଳା ଫୁଲର ମାଳ, ଧଳା ବରଫରେ ଢ଼ଙ୍କା ହୋଇଥିବା ପର୍ବତ, ଧଳା ସମୁଦ୍ର, ଧଳା ମନ୍ଦୀର ଶିଖର, ଧଳା ପାତାକା, ଶଙ୍ଖ ଏବଂ ଧଳା ସୂଯ୍ୟର୍ ଚନ୍ଦ୍ର ଆଦି ସମ୍ରୁଦ୍ଧି ଏବଂ ପ୍ରଚୁର ମାତ୍ରା ଧନର ଆଗମନର ସଂକେତ ଦେଇଥାଏ।

ପାତ୍ର

କଳସ, ପାଣିରେ ଭରି ରହିଥିବା ବାଲଟି ଆଦିକୁ ଧନ ଆଗମନର ସୁନିଶ୍ଚିତ ପ୍ରତିକ କୁହାଯାଏ। ଯଦି ଆପଣ ମାଟି ପାତ୍ର ଦେଖନ୍ତି ତେବେ ଏହା ସର୍ବଶ୍ରେଷ୍ଠ ହୋଇଥାଏ। ଏମିତି ସ୍ୱପ୍ନ ଦେଖିଥିବା ବ୍ୟକ୍ତି ଅପାର ଧନ ସମ୍ପଦ ପ୍ରାପ୍ତି କରିଥାନ୍ତି। କେବଳ ଏତିକି ନୁହେଁ ଏହାସହିତ ଭୂମି ଲାଭ କରିବାର ସୁଯୋଗ ମଧ୍ୟ ମିଳିଥାଏ।

dreamପଶୁ

ଯଦି ଆପଣ ସ୍ୱପ୍ନରେ ପଶୁ ଦେଖିଲେ ତେବେ ଏହା ଅକସ୍ମାତ ଧନ ଲାଭର ସୂଚନା ଦେଇଥାଏ। ହାତି,ଘୋଡା, ଶଣ୍ଢ, ବିଛା, ବଡ ମାଛ, ଧଳା ସାପ, ମାଙ୍କଡ, କଇଁଛ ଏବଂ କସ୍ତୁରି ମ୍ରୁଗ ଆଦି ସବୁ ହେଉଛି ଅଚାନକ ଧନ ପ୍ରାପ୍ତିର ପ୍ରତିକ। ସେହିପରି ଯଦି କୌଣସି ବ୍ୟକ୍ତି ସ୍ୱପ୍ନରେ ମୂଷା ଦେଖନ୍ତି ତେବେ ତାଙ୍କର ବ୍ୟାଙ୍କର ଆକାଉଣ୍ଟ ଖୋଲିବା ନିଶ୍ଚିତ ହୋଇଥାଏ।

ଦୈବୀୟ ପ୍ରତିକ

ସ୍ୱପ୍ନରେ ଯଦି ଆପଣ ପିତ୍ରୁ ଅଥବା ଦିବଗନ୍ତ ପୂର୍ବଜଙ୍କର ଦର୍ଶନ ଏବଂ ତାଙ୍କର ଆଶୀର୍ବାଦ ନେଉଥିବା ଦେଖନ୍ତି ତେବେ ଏହା ବିଶେଷ ଫଳଦାୟକ ହୋଇଥାଏ। ମନ୍ଦିର, ଶଙ୍ଖ, ଗୁରୁ, ଶିବଲିଙ୍ଗ, ଦୀପ, ଘଣ୍ଟି, ରାଜା, ରଥ, ପାଲିଙ୍କି, ପୂର୍ଣ୍ଣମୀ ଚନ୍ଦ୍ର ଆଦି ଦେଖିଲେ ଏହା ଆପଣଙ୍କୁ ବିଶେଷ ପ୍ରକାର ସମ୍ରୁଦ୍ଧି ଏବଂ ଧନ ଦେଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button