ବିଚାର

ଏହି ଦିଗରେ ରଖନ୍ତୁ ସବୁଜ ରଙ୍ଗର କୌଣସି ଜିନିଷ, ମିଳିଥାଏ ଶୁଭ ଫଳ

କହିବାକୁ ଗଲେ ବାସ୍ତୁ ଶାସ୍ତ୍ର ଆମ ଜୀବନ ଉପରେ ବହୁତ ଗମ୍ଭୀର ପ୍ରଭାବ ପକାଇ ଥାଏ । ବାସ୍ତୁ ଅନୁସରେ ଯଦି ଆପଣଙ୍କ ଘରର ସମସ୍ତ ଜିନିଷ ସଠିକ ସ୍ଥାନରେ ଅଛି ତେବେ ଆପଣଙ୍କ ଉନ୍ନତି ହେବ । କିନ୍ତୁ ଯଦି ଆପଣଙ୍କ ଘରର ବାସ୍ତୁ ଠିକ ନାହିଁ ଅର୍ଥାତ ବାସ୍ତୁ ହିସାବରେ ଆପଣଙ୍କ ଘରର ଜିନିଷ ଗୁଡିକ ସଠିକ ଜାଗାରେ ନାହିଁ ତେବେ ଆପଣଙ୍କୁ ବିଭିନ୍ନ ପ୍ରକାରର କଷ୍ଟର ସାମ୍ନା କରିବାକୁ ପଡିପାରେ ।

କହିବାକୁ ଗାଲେ ବାସ୍ତୁ ଶାସ୍ତ୍ର ଅନୁସାରେ ନାଲି ରଙ୍ଗର ବସ୍ତୁ ଦକ୍ଷିଣ ଦିଗରେ ରଖିଲେ ଭଲ ଅଟେ । ସେହିଭଳି ଆଜି ଆମେ ଆପଣଙ୍କୁ କହିବୁ କି ସବୁଜ ରଙ୍ଗର ବସ୍ତୁକୁ କେଉଁ ଦିଗରେ ରଖିଲେ ଭଲ ହେବ ।

କହିବାକୁ ଗଲେ ଏହି ଦୁନିଆ ସବୁଜ ରଙ୍ଗରେ ପରିପୂର୍ଣ ଅଟେ । ଏମିତିରେ ଏହି ଦୁନିଆରେ ସବୁଜ ରଙ୍ଗର ବସ୍ତୁ ବହୁତ ଅଛି । ବହୁତ କିଛି ଜିନିଷର ରଙ୍ଗ ସବୁଜ ହିଁ ହୋଇଥାଏ । ଯେମିତି କି ସବୁଜ ପନିପରିବା, ଫଳ, ଡାଲି, ପୋଷାକ, ବିଛଣା ଇତ୍ୟାଦି ।

ଏହା ଛଡା ଯଦି ଆପଣ ନିଜ ଘରେ ଛୋଟ ବଗିଚା କିମ୍ବା ପାର୍କ ତିଆରି କରିବାକୁ ଚାହୁଁଛନ୍ତି ତେବେ କେଉଁ ଦିଗରେ ସେହି ପାର୍କ କରିଲେ ତାହାର ପ୍ରଭାବ ଆପଣଙ୍କ ଉପରେ ଭଲ ପ୍ରଭାବ ପଡିବ ତାହା ଆଜି ଆମେ ଆପଣଙ୍କୁ କହିଦେଉଛୁ । ବାସ୍ତୁ ଶାସ୍ତ୍ର ଅନୁସାରେ ସବୁଜ ରଙ୍ଗ ସମ୍ବନ୍ଧିତ ବସ୍ତୁଟି ପୂର୍ବ କିମ୍ବା ଦକ୍ଷିଣ – ପୂର୍ବ ଦିଗ ଯାହାକି ଆଗ୍ନେୟ କୋଣ ଅଟେ ସେହି ସ୍ଥାନାରେ ରଖିବା ସବୁଠୁ ଉଚିତ ଅଟେ ।

ଏହା ସହିତ ଘରେ ସବୁଜ ରଙ୍ଗର ଘାସ କିମ୍ବା ଛୋଟ ବଗିଚା ଏହି ସବୁ ଦିଗରେ ତିଆରି କଲେ ଭଲ ହୋଇଥାଏ । ସବୁଜ ରଙ୍ଗ ଓ ଏହି ଦୁଇଟି ଦିଗର ସମ୍ବନ୍ଧ କାଷ୍ଠ ତତ୍ୱ ଅର୍ଥାତ କାଠ ସହ ଅଟେ । ସେଥିପାଇଁ ପୂର୍ବ ଦିଗ କିମ୍ବା ଦକ୍ଷିଣ ପୂର୍ବ ଦିଗରେ ସବୁଜ ରଙ୍ଗର ବସ୍ତୁ ରଖିବା ଶୁଭ ହୋଇଥାଏ । ପୂର୍ବ ଦିଗରେ ସବୁଜ ରଙ୍ଗର ଜିନିଷ ରଖିବା ଦ୍ଵାରା ଘରର ବଡ ପୁଅ ନିଜ ଜୀବନରେ ସବୁବେଳେ ଆଗକୁ ବଢିଥାଏ ।

ତାଙ୍କର ସ୍ଥିତି ମଜବୁତ ହୋଇଥାଏ । ଅନ୍ୟ ପଟେ ଯଦି ଆଗ୍ନେୟ କୋଣରେ ସବୁଜ ରଙ୍ଗର ଜିନିଷ ରଖିଲେ ବଡ ଝିଅର ଲାଭ ହୋଇଥାଏ । ତାଙ୍କର ଲଗାତାର ବିକାଶ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button