ଜୀବନଶୈଳୀ

କଣ ଆପଣ ସ୍ବାମୀଙ୍କ ହୃଦୟରେ ରାଜ କରିବାକୁ ଚାହୁଁଛନ୍ତି, ତେବେ ଏହି କଥା ଉପରେ ରଖନ୍ତୁ ଧ୍ୟାନ

ପ୍ରେମ ଏକ ଅତୁଟ ସମ୍ପର୍କ ଅଟେ। ଯଦି ଆପଣ ନିଜ ସାଥୀଙ୍କ ହ୍ରୁଦୟରେ ରାଜ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ କିଛି କଥାକୁ ନିଜ ଜୀବନରେ ସାମିଲ କରିବା ଆବଶ୍ୟକ। ସବୁ ସ୍ବାମୀ-ସ୍ତ୍ରୀଙ୍କର ବହୁତ ଆଶା ଥାଏ ଯାହାକୁ ସେ କରି ଦେଖାଇବା ପାଇଁ ଚେଷ୍ଟା କରିଥାନ୍ତି।

ଏହି କଥା ଉପରେ ରଖନ୍ତୁ ଧ୍ୟାନ :

ବୈବାହିକ ଜୀବନ ସବୁବେଳେ ବିଶ୍ବାସରେ ରହିଥାଏ। ଯେଉଁଭଳି ଆପଣ ଚାହୁଁଛନ୍ତି ଆପଣଙ୍କ ସ୍ବାମୀ କେବଳ ଆପଣଙ୍କୁ ହିଁ ପ୍ରେମ କରନ୍ତୁ, ସେହିଭଳି ଆପଣଙ୍କ ସ୍ବାମୀ ମଧ୍ୟ ଚାହୁଁଛନ୍ତି ତାଙ୍କ ସ୍ତ୍ରୀ ତାଙ୍କ ବିଷୟରେ ଭାବନ୍ତୁ।

ଅଧିକାଂଶ ପୁରୁଷ ଏହା ଚାହିଁଥାନ୍ତି ଯେ ତାଙ୍କ ସ୍ତ୍ରୀ ଚାଲାକ ଏବଂ ତାଙ୍କର ଏକ ନିଜର ବ୍ୟକ୍ତିତ୍ବ ହେବା ଆବଶ୍ୟକ। କାରଣ ସେମାନଙ୍କୁ ଆତ୍ମନିର୍ଭର ଏବଂ ଆତ୍ମବିଶ୍ବାସରେ ଭରି ରହିଥିବା ମହିଳା ଆକର୍ଷିତ କରିଥାନ୍ତି।

ଏକ ସର୍ଭେରୁ ମିଳିଛି ଯେ ପୁରୁଷ ମହିଳାଙ୍କ ଅପେକ୍ଷା ଅଧିକ ଖର୍ଚ୍ଚୀ ହୋଇଥାନ୍ତି। ଏହା ବ୍ୟତୀତ ଅଧିକାଂଶ ପୁରୁଷ ଏମିତି ମହିଳାଙ୍କୁ ପସନ୍ଦ କରିଥାନ୍ତି ଯିଏ କି ବେକାର ଖର୍ଚ୍ଚ କରନ୍ତି ନାହିଁ।

Bollywood-Cute-Couple-HD-Wallpapers-4ସଫା-ସୁତୁରା ଘର ଦେଖି ସ୍ବାମୀମାନେ ଖୁସି ହୋଇଯାନ୍ତି। ଦିନସାରା କାମ କରି ଯେତେବେଳେ ସେ ଘରକୁ ଫେରିବ ତେବେ ଘରକୁ ପୂର୍ବରୁ ହିଁ ପରିଷ୍କାର କରିବା ଉଚିତ। ଯାହା ଦ୍ବାରା ଘରକୁ ଆସି ଦେଖି ସାରା ଥକା ଦୂର ହୋଇଯିବ ଏବଂ ଏହା ସହିତ ଆପଣ ସମୟ ବିତାଇ ପାରିବ।

ଆପଣ ନିଜର ସ୍ବାମୀଙ୍କ ସହିତ ସିଧା ସିଧା କହିବାକୁ ଚେଷ୍ଟା କରନ୍ତୁ। କାରଣ ପୁରୁଷଙ୍କୁ କଥା ବୁଲାଉଥିବା ମହିଳା ପସନ୍ଦ ହୋଇନଥାନ୍ତି। ଆପଣଙ୍କ କଥାରେ ତାଙ୍କ ପ୍ରତି ସମ୍ମାନ ଦେଖାଯାଉଥିବା ଆବଶ୍ୟକ।

ପୁରୁଷଙ୍କ ହୃଦୟର ରାସ୍ତା ତାଙ୍କ ପେଟ ଦେଇ ଯାଇଥାଏ ବୋଲି କୁହାଯାଏ। ସ୍ବାମୀ ଯେତେବେଳେ ଅଫିସରୁ କାମ ସାରି ଫେରିବାବେଳେ ଆପଣଙ୍କ ଚେହେରାରେ ହସ ରଖି ତାଙ୍କର ସ୍ବାଗତ କରିବା ଉଚିତ। ତାଙ୍କ ପସନ୍ଦ ଅନୁଯାୟୀ ତାଙ୍କ ପାଇଁ ସ୍ବାଦିଷ୍ଟ ଭୋଜନ ପ୍ରସ୍ତୁତ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button