ଜୀବନରେ ସବୁ ମଣିଷ ଚାହିଁଥାନ୍ତି କି ତାଙ୍କ ପାଖେ ଏତେ ଧନ ରହୁ ଯେ ସେ ନିଜର ସବୁ ଇଛାକୁ ପୂରଣ କରିପାରିବ । ଧନ କମେଇବା ପାଇଁ କେହି କେହି କଠିନ ପରିଶ୍ରମ କରିଥାନ୍ତି ତ ଆଉ କେହି କେହି ଛଳ କପଟର ରାସ୍ତାକୁ ଆପଣେଇଥାନ୍ତି । କେହି କେହି ଯେତେ ଧନ ଅର୍ଜନ କଲେ ମଧ୍ୟ ତାଙ୍କ ପାଖେ ତାହା ରୁହେ ନାହିଁ । ତେବେ ଶାସ୍ତ୍ରରେ ଏଥିପାଇଁ କିଛି ଉପାୟ ରହିଛି । ଆସନ୍ତୁ ଜାଣିବା କେଉଁ ସବୁ ଉପାୟ କରିବା ଦ୍ଵାରା ଆପଣଙ୍କ ପାଖେ ସବୁବେଳେ ଧନ ରହିଥାଏ । ଓଠ ଫାଟିବା ପାଖରେ ଧନ ନରହିବାର ଏକ ସଙ୍କେତ ଅଟେ । ଯେବେବି ଆପଣଙ୍କ ଓଠ ଫାଟିଯାଏ ଆପଣ ଅଠାରେ ବିଭିନ୍ନ ପ୍ରକାରର ଜିନିଷ ଲଗେଇବା ଆରମ୍ଭ କରି ଦିଅନ୍ତି । କିନ୍ତୁ ଏପରି କରିବା ପରିବର୍ତ୍ତେ ଯଦି ଆପଣ ନିଜ ନାଭିରେ କିଛି ସୋରିଷ ତେଲ ପକାଇଦେବେ ତେବେ ଦେଖିବେ ଆପଣଙ୍କ ଓଠ ଫାଟିବା ଭଲ ହୋଇଯିବ । ଗୁରୁ ଗ୍ରହାଙ୍କୁ ଭାଗ୍ୟ ସହିତ ଯୋଡା ଯାଇଥାଏ । ଯେଉଁ ବ୍ୟକ୍ତିଙ୍କ ଗୁରୁ ଗ୍ରହ ବଳବାନ ରହିହାନ୍ତି ତାଙ୍କ ଜୀବନରେ କୌଣସି ଅଭାବ କିମ୍ବା ସମସ୍ଯା ରୁହେ ନାହିଁ ଓ ତାଙ୍କ ଜୀବନ ଧନଧାନ୍ଯରେ ପରିପୂର୍ଣ୍ଣ ରୁହେ । କିନ୍ତୁ ଗୁରୁ ଗ୍ରହ ଦୁର୍ବଳ ଥିଲେ ଏହାର ବିପରୀତ ଫଳ ମିଳିଥାଏ । ଯଦି ଆପଣଙ୍କ ଜୀବନରେ ବ୍ନାହୁତ ଅଭାବ ଅସୁବିଧା ଚାଲିଛି ତେବେ ଜାଣି ରଖନ୍ତୁ ଯେ ଆପଣଙ୍କ ଗୁରୁ ଗ୍ରହ ଦୁର୍ବଳ ଅଛନ୍ତି । ତେଣୁ ଗୁରୁ ଗ୍ରହକୁ ସବଳ କରିବା ପାଇଁ ଆପଣ ନିଜ ନାଭିରେ ହଳଦୀର ତିଳକ ଲଗାନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କ ଆଡକୁ ଧନ ଆକର୍ଷିତ ହୋଇ ଆସିଥାଏ । ଯେଉଁ ମାନଙ୍କ ବିବାହ ଶୀଘ୍ର ହେଉନାହିଁ କିମ୍ବା ବୈବାହିକ ଜୀବନରେ ସମସ୍ୟାର ସାମ୍ନା କରିବାକୁ ପଡୁଛି ତେବେ ଜାଣି ରଖନ୍ତୁ ଆପଣଙ୍କର ଶୁକ୍ର ଗ୍ରହ ଖରାପ ଅଛନ୍ତି । ଏହିସବୁର ପ୍ରଭାବ ଆପଣଙ୍କ କାର୍ଯ୍ୟ ଉପରେ ମଧ୍ୟ ପଡିଥାଏ । ବ୍ୟକ୍ତିଙ୍କ ଶୁକ୍ର ଗ୍ରହ ଖରାପ ଥିଲେ ତାଙ୍କୁ ବିବାହ ପରେ କେବେବି ସୁଖ ମିଳେ ନାହିଁ । ଏପରି ହେଉଥିଲେ ଆପଣ ନିଜ ନାଭିରେ ଚନ୍ଦନର କେପ ଲଗାନ୍ତୁ । ଏହା ଶୁକ୍ର ଗ୍ରହଙ୍କ ସହ ସମ୍ବନ୍ଧିତ ଓ ନାଭିରେ ଏହାକୁ ପ୍ରତିଦିନ ଗାଧୋଇବା ପରେ ଲଗାଇବା ଦ୍ଵାରା ଆପଣଙ୍କ ଆଡକୁ ପ୍ରେମ ଆକର୍ଷିତ ହୋଇ ଆସିଥାଏ । ଯେଉଁ ମାନଙ୍କୁ ପ୍ରେମ ସୁଖ ମିଳୁ ନଥାଏ ଏବଂ ବୈବାହିକ ଜୀବନରେ ଅଶାନ୍ତି ହେଉଥାଏ ତେବେ ସେମାନେ ଏହି ଉପାୟକୁ କରିବା ଉଚିତ । କିନ୍ତୁ ଏଥିପାଇଁ ଚନ୍ଦନ ଅସଲି ହେବା ବହୁତ ଜରୁରୀ । ଏହାକୁ ନାଭିରେ ଲଗାଇବା ଦ୍ଵାରା ଆପଣଙ୍କ ସକାରାତ୍ମକ ଊର୍ଜାରେ ବୃଦ୍ଧି ହୁଏ ଓ କେହିବି ଆପଣଙ୍କ ଆଡକୁ ଆକର୍ଷିତ ହୋଇଥାଏ । ଚନ୍ଦନର ବହୁତ ଶକ୍ତି ରହିଛି । ଏହିସବୁ ଉପାୟ କରିବା ଦ୍ଵାରା ଆପଣଙ୍କ ଜୀବନର ସବୁ ସମସ୍ଯା ଦୂର ହୋଇଯିବ ।

ମଣିଷ ଶୋଇଯିବା ପରେ ଏମିତି ସ୍ଵପ୍ନର ଦୁନିଆକୁ ଚାଲି ଯାଏ, ଯେଉଁଠି ତା’ ନିୟନ୍ତ୍ରଣରେ କୌଣସି କଥା ନଥାଏ । ତେବେ ଅନେକ ସ୍ଵପ୍ନ ଆମେ ସକାଳକୁ ଭୁଲି ଯାଇଥାଉ କିନ୍ତୁ କିଛି ସ୍ଵପ୍ନ ଆମର ସବୁବେଳେ ମନେ ରୁହେ । ଅନେକ ସମୟରେ ନିଜର ମୃତ୍ୟୁକୁ ନେଇ କେହି କେହି ସ୍ଵପ୍ନ ଦେଖିଥାନ୍ତି, ଯାହା ଭୁଲିବା ଅତ୍ୟନ୍ତ କଠିନ । ତେବେ ସ୍ଵପ୍ନ ଶାସ୍ତ୍ରରେ ସବୁ ପ୍ରକାର ସ୍ଵପ୍ନରେ ଅର୍ଥ ବିଷୟରେ ଉଲ୍ଲେଖ ରହିଛି । ଚାଲନ୍ତୁ ଜାଣିବା ସ୍ଵପ୍ନରେ ନିଜ ମୃତ୍ୟୁ ଦେଖିବାର ଅର୍ଥ କଣ ।

ରାମାୟଣ କାଳରେ ଭଗବାନ ରାମ ରାଜା ଦଶରଥଙ୍କୁ ନେଇ ଏକ ଅଶୁଭ ସ୍ଵପ୍ନ ଦେଖିଥିବାରୁ ରାଜ୍ୟରେ କୌଣସି ଅଘଟଣ ଘଟିପରେ ବୋଲି ଭାବିଥିଲେ । ସେହିପରି ରାବଣକୁ ମଧ୍ୟ ମୃତ୍ୟୁ ପୂର୍ବରୁ ସ୍ଵପ୍ନରେ ଅଶୁଭ ସଂକେତ ମିଳିଥିଲା । ତେବେ ଆମ ଧର୍ମ ଶାସ୍ତ୍ରମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ସ୍ଵପ୍ନ ଶାସ୍ତ୍ର । ସେଥିରେ ସବୁ ପ୍ରକାର ସ୍ଵପ୍ନର ଅର୍ଥ ଉଲ୍ଲେଖ ରହିଛି । ସ୍ଵପ୍ନ ଶାସ୍ତ୍ର ଅନୁସାରେ ସ୍ଵପ୍ନରେ ନିଜ ମୃତ୍ୟୁ ଦେଖିବା କୌଣସି ଅଶୁଭ ସଂକେତ ନୁହେଁ ବରଂ ଏହା ଏକ ଶୁଭ ସଂକେତ ।
ଏମିତି ସ୍ଵପ୍ନ ଦେଖିବାକୁ ଭାଗ୍ୟ ଉଦୟ ହେବାର ଗୁପ୍ତ ସଂକେତ ରୂପେ ମାନାଯାଏ । ଏପରି ସ୍ଵପ୍ନ ଦେଖିଲେ ସାଧାରଣତଃ ବ୍ୟକ୍ତିଙ୍କ ମନରେ ଭୟ ଆସିଥାଏ ଏବଙ ଅନେକ ଚିନ୍ତା ବ୍ୟତିବ୍ୟସ୍ତ କରିଥାଏ । କିନ୍ତୁ ଆପଣଙ୍କୁ ଯଦି ଏପରି ସ୍ଵପ୍ନ ଆସୁଛି ତେବେ ଜାଣି ରଖନ୍ତୁ ଆପଣଙ୍କ ଠାରେ କିଛି ମନ୍ଦତା ସମାହିତ ହୋଇ ରହିଛି ଯେଉଁଥିରୁ ଆପଣ ମୁକ୍ତି ପାଇଲେ ଏବଂ ଏବେ ଆପଣ ସଫଳତା ଆଡକୁ ଅଗ୍ରସର କରିବେ ।

ଯଦି କୌଣସି ବ୍ୟକ୍ତି ସ୍ଵପ୍ନରେ ନିଜକୁ କୌଣସି ରାୟଗରେ ପୀଡିତ ହେବାର ଦେଖେ ତେବେ ସ୍ଵପ୍ନ ଶାସ୍ତ୍ର ଅନୁସାରେ ଏହାର ଅର୍ଥ ବର୍ତ୍ତମାନ ଠାରୁ ଆପଣଙ୍କ ସ୍ଵାସ୍ଥ୍ୟରେ ନିରନ୍ତର ଉନ୍ନତି ହେବ । ଏହା ବ୍ଯତୀତ ଆପଣ ଯଦି ନିଜକୁ କାହାର ମୃତ୍ୟୁଭୋଜରେ ଭୋଜନ କରୁଥିବା ସ୍ଵପ୍ନରେ ଦେଖନ୍ତି ତେବେ ଏହାର ଅର୍ଥ ମଧ୍ୟ ରୋଗମୁକ୍ତ ହେବା ବୋଲି କୁହାଯାଇଛି । ଯଦି ଆପଣ ସ୍ଵପ୍ନରେ ନିଜକୁ ଆକାଶରେ ଉଡୁଥିବାର ବା ଶୂନ୍ୟରେ ଥିବାର ଦେଖୁଛନ୍ତି ତେବେ ଜାଣି ରଖନ୍ତୁ ଯେ ଆପଣ ସମସ୍ତ ଚିନ୍ତାରୁ ମୁକ୍ତ ହେବାକୁ ଯାଉଛନ୍ତି ।

ସ୍ଵପ୍ନରେ ଯଦି ଆପଣ ନିଜକୁ ନିଆଁରେ ଜଳିବାର ଦେଖନ୍ତି ତେବେ ଏହା ମଧ୍ୟ ଏକ ପ୍ରକାରର ଶୁଭ ସଂକେତ ଅଟେ । ଏହା ଧନ ପ୍ରାପ୍ତିର ସଙ୍କେତ ବୋଲି ମାନାଯାଏ । ଆଉ ଯଦି ଆପଣ ସ୍ଵପ୍ନରେ ଆତ୍ମହତ୍ୟା କରୁଥିବାର ଦେଖନ୍ତି ତେବେ ଏହାର ଅର୍ଥ ହେଉଛି ଆପଣ ଅଧିକ ସମୟ ଧରି ଯେଉଁ କଠିନ ଚିନ୍ତାରେ ରହିଛନ୍ତି ସେଥିରୁ ଏବେ ନିଶ୍ଚୟ ମୁକ୍ତି ପାଇବେ ।
ତେବେ ଅନେକ ସମୟରେ ଏପରି ସ୍ଵପ୍ନ ଆସିବାର ଅଶୁଭ କାରଣ ମଧ୍ୟ ହୋଇପାରେ । ଏହାଦ୍ବାରା ଆପଣ କୌଣସି ବଡ ଅସୁବିଧାରେ ପଡି ପାରନ୍ତି କିମ୍ବା କୌଣସି ଏକ ଅବଡା ରୋଗ ଆପଣଙ୍କୁ ହୋଇପାରେ ।



