ଜୀବନଶୈଳୀ

ପୁରୁଷ ମାନେ ନିଶ୍ଚୟ ଦେଖନ୍ତୁ, କେଉଁ କର୍ମ କଲେ ମୃତ୍ୟୁ ପରେ ମିଳିଥାଏ କୁକୁର ଜନ୍ମ, ଆପଣ ଏମିତି ଭୁଲ କରୁ ନାହାଁନ୍ତି ତ ?

ହିନ୍ଦୁ ଧର୍ମଶାସ୍ତ୍ର ମୁତାବକ ମନୁଷ୍ୟର ମୃତ୍ୟୁ ପରେ ତା’ର କର୍ମ ଅନୁଯାୟୀ ହିଁ ତାକୁ ପରଜନ୍ମ ମିଳିଥାଏ । ଯେଉଁ ବ୍ୟକ୍ତି ନିଜ ଜୀବନରେ ବହୁତ ପାପ କର୍ମ କରିଥାଏ, ତାକୁ ମୃତ୍ୟୁ ପରେ ଆଉ ଥରେ ମନୁଷ୍ୟ ଜନ୍ମ ମିଳେ ନାହିଁ । ତାକୁ ଏମିତି ଜନ୍ମ ମିଳେ ଯେପରି ସେ କାହାକୁ ନିଜ କଷ୍ଟ କହିପାରେ ନାହିଁ କି କାହା ସହ ନିଜ ଦୁଃଖ ବାଣ୍ଟିପାରେ ନାହିଁ । ଯେପରିକି କୁକୁର, ଆଜି ଆମେ ଆପଣଙ୍କୁ କହିବୁ କି କେଉଁ କର୍ମ କରିବା ଦ୍ଵାରା ମନୁଷ୍ୟ କୁକୁଡ଼ା ଜନ୍ମ ପାଇଥାଏ ।

ଥରେ ଭଗବାନ ଶ୍ରୀରାମ ସଭାରେ ବସିଥିବା ବେଳେ ଗୋଟିଏ କୁକୁର ଭିକିବାର ସ୍ଵର ଶୁଣିଲେ । ତେଣୁ ସେ ଦ୍ଵାରପାଳକୁ କହି କୁକୁରକୁ ସେଠାରୁ ଘଉଡାଇ ଦେଲେ । ସଭାର ଅନ୍ୟଦିନ ମଧ୍ୟ କୁକୁରଟି ସେହି ସ୍ଥାନକୁ ଆସି ସେପରି ଭୋକିବାକୁ ଲାଗିଲା, କିନ୍ତୁ ଦ୍ଵାରପାଳ ପୂର୍ବ ପରି ତାକୁ ଘଉଡାଇ ଦେଲେ । ତୃତୀୟ ଦିନ ମଧ୍ୟ କୁକୁର ସେଠାରେ ଆସି ସେହିପରି ଭୋକିବାରୁ ଶ୍ରୀରାମ ତାକୁ ଘଉଡାଇ ନଦେଇ ସେ ଭୋକିବାର କାରଣ କଣ ବୋଲି ଜାଣିବାକୁ ଚାହିଁଲେ । ଶ୍ରୀରାମ କୁକୁରକୁ ସଭାକୁ ଆଣିବା ପାଇଁ ଦ୍ଵାରପାଳକୁ କହିଲେ ।

କୁକୁରକୁ ଆଣିବାକୁ ଯିବାବେଳେ କୁକୁରଟି ଦ୍ଵାରପାଳକୁ କହିଲା, “ହେ ଦ୍ଵାରପାଳ ମୁଁ ପାପଶ୍ରେଣୀରେ ଜନ୍ମ ନେଇଛି ତେଣୁ ମନ୍ଦିର କି ଯଜ୍ଞଶାଳା ଭବନ, ତୁଳସୀ ବଗିଚା, ସଭା, ମଠ, ରାଜଭବନ ଏବଂ ଗୋଶାଳା ଆଦି ପବିତ୍ରସ୍ଥାନକୁ ଯିବାକୁ ମୁଁ ଯୋଗ୍ୟ ନୁହେଁ । ତୁମେ ଯାଇ ପ୍ରଭୁ ଶ୍ରୀରାମଙ୍କୁ କହିଦିଅ କି ସେ ନିଜେ ମୋ ସାଙ୍ଗେ ଦେଖା କରିବାକୁ ଆସିବାକୁ ହେବ ।”

ଏହା ଶୁଣିବା ପରେ ଭଗବାନ ଶ୍ରୀରାମ ନିଜେ ସେହି କୁକୁର ପାଖକୁ ଯାଇ ତାକୁ ଭୋକିବାର କାରଣ ପଚାରିଲେ । ଶ୍ରୀରାମ ଆସିବାରୁ ତାଙ୍କୁ କୁକୁର ଧନ୍ୟବାଦ ଦେଲା ଓ କହିଲା “ପ୍ରଭୁ ମୁଁ କୌଣସି ଦୋଷ କରିନାହିଁ ତଥାପି ଜଣେ ସନ୍ନ୍ୟାସୀ ମୋତେ ପଥରରେ ମାରିବାରୁ ମୋର ଗୋଡ ଖଣ୍ଡିଆ ହୋଇଯାଇଛି । ମୋତେ କଷ୍ଟ ହେଉଥିବାରୁ ମୁଁ ଆପଣଙ୍କ ଶରଣକୁ ଆସିଛି । ଏହାପରେ ଶ୍ରୀରାମ ସେହି ସନ୍ନ୍ୟାସୀଙ୍କୁ ଡକାଇ ପଚାରିଲେ କେଉଁ ଅପରାଧ କାରଣରୁ କୁକୁରର ଗୋଡ ଖଣ୍ଡିଆ କରିଛନ୍ତି ବୋଲି ପଚାରିଲେ ।

ସନ୍ନ୍ୟାସୀ କହିଲେ, ହେ ମହାରାଜ ମୁଁ ମଧ୍ୟାହ୍ନ ସମୟରେ ଭୋକିଲା ଥିଲି ଓ ଭିକ୍ଷା ନେଇ ଯାଉଥିଲି । କିନ୍ତୁ କୁକୁରଟି ଆସି ଛୁଇଁବାରୁ ମୋର ଭିକ୍ଷା ଅପବିତ୍ର ହୋଇଗଲା । ସେହି ରାଗରେ ମୁଁ ପଥର ଉଠାଇ କୁକୁରକୁ ମାରିଦେଲି । ଏହା ଶୁଣି ଶ୍ରୀରାମ କହିଲେ କୁକୁର ଜ୍ଞାନବିହୀନ ପଶୁ ଅଟେ ତେଣୁ ଏଥିରେ ତା’ର କୌଣସି ଅପରାଧ ଅଛି ବୋଲି ମୁଁ ମାନ୍ୟ କରୁନାହିଁ । ଏହା ତ ତା’ର ସ୍ଵାଭାବିକ ପ୍ରକୃତି ଅଟେ, ତେଣୁ ଆପଣ ହିଁ କୁକୁରର ଅପରାଧୀ ଅଟନ୍ତି ।

ଶ୍ରୀରାମ କୁକୁରକୁ କହିଲେ କି ଏହି ସନ୍ନ୍ୟାସୀ ତୁମର ଅପରାଧୀ ତେଣୁ ତୁମେ ଯାହା ଚାହିଁବ ଦଣ୍ଡ ଦେଇପାରିବ । କୁକୁର କହିଲା ସନ୍ନ୍ୟାସୀଙ୍କୁ କୌଣସି ଶିବାଳୟର ମାଲିକ ବନେଇ ଦିଅନ୍ତୁ ।ଏହାପରେ ସନ୍ନ୍ୟାସୀଙ୍କୁ ନୂଆ ବସ୍ତ୍ର ଓ ସିନ୍ଦୁର ପିନ୍ଧାଇ ପାଲିଙ୍କିରେ ବସେଇ ଏକ ଶିବାଳୟକୁ ମାଲିକ କରି ନିଆଗଲା । ସେହି ସମୟରେ ଅଜ୍ଞାନବଶତଃ ନିଜ ଭାଗ୍ୟ ଚମକୁଥିବା ବୁଝିଥିଲେ ସନ୍ନ୍ୟାସୀ । ପ୍ରଭୁ ଶ୍ରୀରାମ ମଧ୍ୟ ସଭାକୁ ଚାଲିଗଲେ ।

ଅଯୋଧ୍ୟାବାସୀ ଏହା ଦେଖି ପ୍ରଭୁ ଶ୍ରୀରାମଙ୍କୁ ପଚାରିଥିଲେ କି କୁକୁରଟି ସନ୍ନ୍ୟାସଙ୍କୁ ଏଭଳି ଦଣ୍ଡ କାହିଁକି ଦେଲା । ଏହା ଶୁଣି କୁକୁର ଠାରୁ ହିଁ ଏହା ଜାଣିବା ପାଇଁ ଶ୍ରୀରାମ କହିବାରୁ ସବୁଲୋକ ଯାଇ କୁକୁରକୁ ଏହି ସମ୍ପର୍କରେ ପଚାରିଲେ ।

କୁକୁର କହିଲା, କ୍ଷେତରେ ଉତ୍ପନ୍ନ ଅନ୍ନକୁ ରଖୁଥିବା ଲୋକ, ଶିବାଳୟ, ମଠ, ବଗିଚା, ଦାନ ଗ୍ରାମ ଏହି ସବୁ ସ୍ଥାନର ଅଧିପତି, ବାଳକର ଧନକୁ ହରଣ କରୁଥିବା ଲୋକ, ଗାଳିଗୁଲଜ କରୁଥିବା ଲୋକ, ଅନ୍ୟାୟ କରୁଥିବା ରାଜା, ଅନ୍ୟର ସମ୍ପତ୍ତି ହଡପ କରୁଥିବା ଲୋକ, ବ୍ରାହ୍ମଣ ଭୋଜା ପାଇଁ ସାମଗ୍ରୀ ନଷ୍ଟ କରୁଥିବା ଲୋକ, ଚୋରୀ ଓ ବେଇମାନି କରି ଧନ ଆଣୁଥିବା ଲୋକ ମୃତ୍ୟୁ ପରେ ପରଜନ୍ମରେ କୁକୁର ଜନ୍ମ ପାଇଥାନ୍ତି ।

କକୁର କହିଲା ମୁଁ ବି ପରଜନ୍ମରେ ମଠର ମହନ୍ତ ଥିଲି ତେଣୁ କୁକୁର ଜନ୍ମ ପାଇଛି । ସେହି ସନ୍ନ୍ୟାସୀକୁ ତା’ର କର୍ମର ଫଳ ଦେବା ପାଇଁ ମୁଁ ତାଙ୍କୁ ଏପରି ଦଣ୍ଡ ଶୁଣାଇଲି । ସେହି ଶିବାଳୟକୁ ଯାଇ ସନ୍ନ୍ୟାସୀଟି ଯେଉଁ ପାପ କଲା ସେଥିପାଇଁ ତାକୁ ପରଜନ୍ମରେ କୁକୁର ଜନ୍ମ ମିଳିଲା । ତେଣୁ ଆପଣ ନିଜ ଭିତରେ ମନୁଷ୍ୟତ୍ଵକୁ ବଜାୟ ରଖନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button