ଦେଶ ବିଦେଶ

90 ଦଶକର ଏହି କ୍ରିକେଟର କେମିତି ହେଲେ ସାଉଥ ଫିଲ୍ମ ର ହୀରୋ, ଯାହାଙ୍କ ନାଁ ରେ ରହିଛି ଏହି ସବୁ ରେକର୍ଡ

ସଦଗୋପନ ରମେଶଙ୍କ ଜନ୍ମ ୧୩ ଅକ୍ଟୋବର ୧୯୭୫ ମସିହାରେ ମାଡ୍ରାସରେ ହୋଇଥିଲା । ତାଙ୍କୁ ଛୋଟବେଳୁ ପାଠପଢା ଠୁ ଅଧିକ ଖେଳରେ ରୁଚି ଥିଲା । ସେ ୧୦ ବର୍ଷ ବୟସରୁ କ୍ରିକେଟ ଖେଳିବା ଆରମ୍ଭ କରି ଦେଇଥିଲେ ।

ଓ ବୋଲିଂ କରିବାକୁ ଅଧିକ ଭଲ ପାଉଥିଲେ । ତାଙ୍କୁ ସମସ୍ତେ ଜଣେ ଧୁଆଁଦାର ବ୍ୟାଟସମ୍ୟାନ ଭାବେ ଜାଣିଥିଲେ ମଧ୍ୟ ତାଙ୍କର ଏହି ଯାତ୍ରାର ଆରମ୍ଭ ଜଣେ ତେଜ ବୋଲର୍ ବନିବା ସ୍ବପ୍ନ ଠୁ ଆରମ୍ଭ ହୋଇଥିଲା । ସଦଗୋପନ ରମେଶ ପ୍ରଥମେ ତାମିଲନାଡୁ ଅଣ୍ଡର-୧୩ ଟିମ୍ ଚୟନ ପାଇଁ ଖେଳା ଯାଉଥିବା ମ୍ୟାଚ୍ ଗୁଡିକରେ ଜଣେ ପେସ୍ ବୋଲର୍ ଭାବେ ଯୋଗ ଦେଇଥିଲେ ।

ମାତ୍ର ଅଣ୍ଡର-୧୩ ଟିମ୍ ରେ ତାଙ୍କର ଚୟନ ହୋଇ ପାରି ନ ଥିଲା । ତା ପରେ ସେ ନିରାଶ ହୋଇ ପେସ୍ ବୋଲିଂ ଛାଡ଼ି ସ୍ପିନ୍ ବୋଲିଂ ଅଭ୍ୟାସ ଆରମ୍ଭ କରିଥିଲେ । ତା ପରେ ସେ ଅଣ୍ଡର-୧୬ ଟିମ୍ ଚୟନ ପାଇଁ ଟ୍ରାଏଲ ମ୍ୟାଚ୍ ରେ ସ୍ପିନ୍ ବୋଲର୍ ଭାବେ ଯୋଗ ଦେଇଥିଲେ ଓ ମନୋନୀତ ମଧ୍ୟ ହୋଇଥିଲେ । ସେ ଜଣେ ଲୋ ଅର୍ଡର ବ୍ୟାଟ୍ସମ୍ୟାନ୍ ଭାବେ ନିଜ କ୍ରିକେଟ କ୍ୟାରିଅର ଆରମ୍ଭ କରିଥିଲେ । ମାତ୍ର ତାଙ୍କ ଉତ୍ତମ ପ୍ରଦର୍ଶନ ଦେଖି ତାଙ୍କୁ ମିଡଲ୍ ଅର୍ଡର ବ୍ୟାଟସମ୍ୟାନ ବନାଇ ଦିଆଗଲା ।

ରମେଶ ଅଣ୍ଡର-୧୬ରେ ଉତ୍ତମ ବ୍ୟାଟିଂ ସହ ଭଲ ବୋଲିଂ ମଧ୍ୟ କରୁଥିଲେ । ଗୋଟେ ଦିନ ତାଙ୍କ ଟିମ୍ ର ଓପନିଂ ବ୍ୟାଟସମ୍ୟାନ ଆହତ ଥିବାରୁ ମ୍ୟାନେଜମେଣ୍ଟ ରମେଶଙ୍କୁ ଓପନିଂ ପାଇଁ ପଠାଇଥିଲା । ସେଇଠୁ ତାଙ୍କ ଧୁଆଁଦାର ବ୍ୟାଟିଂରେ ଭାରତୀୟ ଜାତୀୟ ଦଳରେ ସାମିଲ ହେବାକୁ ଧୀରେ ଧୀରେ ରାସ୍ତା ସଫା ହୋଇଥିଲା ।

ତା ପରେ ନବଜ୍ୟୋତ ସିଂ ସିଦ୍ଧୁ ହଠାତ୍ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଜାତୀୟ ଦଳରେ ଜଣେ କୁଶଳୀ ଓପନର ଙ୍କ ଆବଶ୍ୟକ ଦେଖା ଦେବାରୁ, ଚୟନ କମିଟି ସଦଗୋପନ ରମେଶଙ୍କୁ ତାଙ୍କ ଉତ୍ତମ ପ୍ରଦର୍ଶନୀ ଦେଖି ଟିମ୍ ରେ ମନୋନୀତ କରି ନେଇଥିଲା । ଏହା ପରେ ସେ ଅନେକ ଶାନଦାର୍ ଇନିଂସ୍ ଖେଳି ଓ ଭାରତକୁ ଅନେକ ମ୍ୟାଚ୍ ଜିତାଇ ସମସ୍ତଙ୍କ ହୃଦୟ କିଣି ପାରିଥିଲେ । ସେ ଏକମାତ୍ର ଏପରି ଖେଳାଳି ଥିଲେ ଯିଏ ନିଜ ପ୍ରଥମ ଦିନିକିଆ ମ୍ୟାଚ୍ ର ପ୍ରଥମ ବଲ୍ ରେ ୱିକେଟ ହାସଲ କରି ରେକର୍ଡ ହାସଲ କରିଥିଲେ ।

୧୯୯୯ ମସିହା ସଦଗୋପନ ରମେଶଙ୍କ ପାଇଁ ଏକ ସ୍ମରଣୀୟ ବର୍ଷ ଥିଲା । ତାଙ୍କର ଶାନଦାର୍ ପ୍ରଦର୍ଶନୀକୁ ଦୃଷ୍ଟିରେ ରଖି ସେହି ବର୍ଷ ତାଙ୍କୁ ଇଣ୍ଡିଆନ କ୍ରିକେଟର ଅଫ୍ ଦି ଇୟର୍ ପଦରେ ସମ୍ମାନିତ କରାଯାଇଥିଲା । ମାତ୍ର ଏହା ପରେ ଭାରତୀୟ ଟିମ୍ ରେ ନିଜ ସ୍ଥାନ ବଜାୟ ରଖିବାକୁ ଏହି ଖେଳାଳିଙ୍କୁ ଯଥେଷ୍ଟ ସୁଯୋଗ ମିଳି ନ ଥିଲା । ଉତ୍ତମ ପ୍ରଦର୍ଶନ ପରେ ମଧ୍ୟ ସଦଗୋପନ ରମେଶଙ୍କୁ ୨ ସେପ୍ଟେମ୍ବର ୨୦୦୧ ପରେ ଆଉ ଭାରତୀୟ ଟିମ୍ ରେ ସ୍ଥାନ ମିଳି ନ ଥିଲା ।

ଟିମ୍ ରୁ ବିଦାୟ ନେବା ପରେ ରମେଶ ଜଣେ ସମୀକ୍ଷକ ଭାବେ ନିଜକୁ କ୍ରିକେଟ୍ ସହ ଯୋଡ଼ି ରଖିଥିଲେ । ତା ପରେ ୨୦୦୮ ମସିହାରେ ଏକ ସାଉଥ୍ ଫିଲ୍ମ ସନ୍ତୋଷ ସୁବ୍ରମନିଅମ୍ ରୁ ନିଜ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ ଓ ଆଜି ସଦଗୋପନ ରମେଶ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ପରିଚିତ ନାମ ସହ ଜଣେ ଉତ୍ତମ ବିଜନେସ୍ ମ୍ୟାନ୍ ମଧ୍ୟ ଅଟନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button