ବିଚାର

ଅନାଥ ଝିଅଟି ଦିନେ ବାନ୍ଧିଥିଲା ରାକ୍ଷୀ, ପୋଲିସ ବାବୁ ଆଜି କିଛି ଏମିତି ସୁଝିଲେ ରାକ୍ଷୀର ମୂଲ, ଶୁଣିଲେ ଆପଣ ବି କରିବେ ସଲାମ !

ନମସ୍କାର ବନ୍ଧୁଗଣ ପୋଲିସ କୁ ନେଇ ସମସ୍ତ ଙ୍କ ମନରେ ଅଲଗା ଅଲଗା ବିଚାର ଏବଂ ଭାବନା ରହିଛି । କିଏ ପୋଲିସ କୁ ବହୁତ ଭଲ କୁହେ ତ କିଏ ପୋଲିସ କୁ ଖରାପ । ତେବେ ପୋଲିସଙ୍କ ଜନତା ଙ୍କ ସେବା ହିଁ ତାଙ୍କ ର କାମ ଥାଏ  ।

କିନ୍ତୁ ବେଳେବେଳେ କିଛି ବରଦି ପିନ୍ଧା ପୋଲିସ କିଛି ଏଭଳି କାର୍ଯ୍ୟ କରି ଯାଆନ୍ତି ଯାହା ଦ୍ୱାରା ସବୁ ପୋଲିସ ଉପରେ ଦାଗ ଲାଗି ଯାଏ । ତେବେ ସବୁ ପୋଲିସ ଏପରି ନଥାନ୍ତି କିଛି ପୋଲିସ ଏଭଳି ଥାଆନ୍ତି ଯେଉଁମାନଙ୍କ ପାଇଁ ପୁରା ପୋଲିସ ଡିପାର୍ଟମେଣ୍ଟ ର ନାମ ରୋଶନ ହୋଇ ଉଠେ । ତେବେ ସେହି ଭଳି ଜଣେ ପୋଲିସ ହେଉଛନ୍ତି ହନୁମନ୍ତ ତିୱାରି ।

ପୋଲିସ ଏ କର୍ତ୍ତବ୍ୟ ଥାଏ ଜନତା ଙ୍କ ସେବା କରିବା ସେମାନଙ୍କ ର ସବୁ ଦୁଃଖ ସୁଖ କୁ ବୁଝିବା ତାଙ୍କୁ ସାହାଯ୍ୟ କରିବା କିନ୍ତୁ କେବଳ ଦୁଇ ତିନି ଜଣ ପୋଲିସ ନିଜର କର୍ତ୍ତବ୍ୟ ରେ ଅବହେଳା ଯୋଗୁଁ ଏବଂ ତାଙ୍କ ଖରାପ କାର୍ଯ୍ୟ ଯୋଗୁଁ ଆମେ ସମ୍ପୂର୍ଣ୍ଣ ପୋଲିସ ଡିପାର୍ଟମେଣ୍ଟ କୁ ଦୋଷ ଦେଇ ପାରିବା ନାହିଁ ତେବେ ଆଜି ଆମେ ଆପଣ ଙ୍କୁ ଏକ ଏଭଳି କାହାଣୀ କହିବୁ ଯାହାପରେ ପୋଲିସ ଙ୍କ ପାଇଁ ଆପଣଙ୍କ ଭାବନା ବଦଳିଯିବ ।

ଉତ୍ତରପ୍ରଦେଶ ର ଲକ୍ଷ୍ମୀ ପୁର କସବା କେ ସିକନ୍ଦ୍ରାବାଦ ଏ ଘଟଣା । ଏଠାରେ ନିବାସ କରୁଥିବା ବିଚଲ ତ୍ରିବେଦୀ ଙ୍କ ଗତ ବର୍ଷ ମୃତ୍ୟୁ ହୋଇ ଯାଇଥିଲା ତାଙ୍କର ମୃତ୍ୟୁ ପରେ ପୁରା ପରିବାର ଭାଙ୍ଗି ପଡିଥିଲା କିନ୍ତୁ ଭାଙ୍ଗି ଯାଇଥିବା ପରିବାର କୁ ସାହାରା ଦେଲେ ସେହି କସବେ ର ଜଣେ ପୋଲିସ ହନୁମନ୍ତ ଲାଲ ତିୱାରି । ସେ ବିଚଲ ଙ୍କ ଝିଅ ଙ୍କ ଠାରୁ ରାକ୍ଷୀ ବନ୍ଧେଇଥିଲେ ଏବଂ ତାଙ୍କର ସମସ୍ତ ଦାୟିତ୍ୱ ମଧ୍ୟ ନେଇଥିଲେ ।

ଏହା ପରେ ହନୁମନ୍ତ ମଝଗଇ ଥାନା ଅଧିକାରୀ ହୋଇଗଲେ କିନ୍ତୁ ତଥାପି ସେ ନିଜର ଦାୟିତ୍ୱ କୁ ଭୁଲି ନଥିଲେ । ସେ ପରିବାର ର ସହମତି ରେ ବିଚଲ ଙ୍କ ଝିଅ ଅନିତା ଙ୍କ ବିବାହ ବହୁତ ଧୂମ ଧାମ ରେ କରିଥିଲେ । ଅନିତାଙ୍କ ମାଆ ଙ୍କ ଅନୁସାରେ ହନୁମନ୍ତ ତାଙ୍କ ପରିବାର ପ୍ରତି ଏକ ପୁଅ ର କର୍ତ୍ତବ୍ୟ ନିଭାଇ ଛନ୍ତି । ସେ ବିବାହ ର ସବୁ ଖର୍ଚ୍ଚ ମଧ୍ୟ ତୁଲେଇ ଥିଲେ ଏହା ଛଡା ଗେଟ ପାଖରେ ଛିଡା ହୋଇ ଲୋକ ମାନଙ୍କ ର ସ୍ୱାଗତ ମଧ୍ୟ କରିଥିଲେ ।

ତେବେ ସେ କହିଛନ୍ତି କି ସେ ଯେଉଁଠି ବି ରୁହନ୍ତୁ କିନ୍ତୁ ନିଜ ଦାୟିତ୍ୱ ଏବଂ କର୍ତ୍ତବ୍ୟ ରୁ କେବେବି ଓହରିବେ ନାହିଁ । ହନୁମନ୍ତ ନିଜର ଭଲ କାର୍ଯ୍ୟ ପାଇଁ ସର୍ଵଦା ଚର୍ଚ୍ଚା ରେ ରୁହନ୍ତି । କିଛି ସମୟ ପୂର୍ବରୁ ନ୍ଦୁ ପାଖରେ ଭଟକୁ ରହିବା ଜଣେ ବୃଦ୍ଧା ଙ୍କୁ ସେ ଉଦ୍ଧାର କରି ତାଙ୍କ ପରିବାର ସହ ମିଶାଇ ଥିଲେ । ତେବେ ସେ ବୃଦ୍ଧା ଜଣକ ନିଜ ଘର ର ଠିକଣା କିମ୍ବା କିଛି ଜାଣି ନଥିଲେ କିନ୍ତୁ ହନୁମନ୍ତ ନିଜ ପ୍ରୟାସ ରେ ହିଁ ସେହି ବୃଦ୍ଧା ଙ୍କୁ ନିଜ ପରିବାର ସହ ମିଶାଇ ଦେଇଥିଲେ ଏବଂ ତାଙ୍କର ଉଚିତ ଚିକିତ୍ସା ମଧ୍ୟ କରାଇଥିଲେ । ପୋଲିସ ବାବୁଙ୍କ ଏପରି ମହତ କାମ ପାଇଁ ଗୁଡ ନିଶ୍ଚୟ ଲେଖିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button