ସ୍ୱାସ୍ଥ୍ୟ

ଡାଇବେଟିଜ୍, ଆର୍ଥାଇଟିସ୍ ଭଳି ଅନେକ ବଡ ରୋଗକୁ ମାତ୍ ଦେବ ଅଶ୍ବଗନ୍ଧା: ବଢାଇବ ରୋଗ ପ୍ରତିରୋଧକ ଶକ୍ତି

ଭାରତ ସମେତ ସମଗ୍ର ବିଶ୍ବରେ କରୋନା ଭାଇରସରେ ସଂକ୍ରମିତ ଥିବା ବ୍ଯକ୍ତିଙ୍କ ସଂଖ୍ଯା ବଢିବାରେ ଲାଗିଛି। ଏହିକାରଣରୁ ସଂକ୍ରମିତ ଥିବା ଲୋକମାନଙ୍କର କିପରି କରାଯିବ ସେ ନେଇ ଟୀକା ଏବଂ ଔଷଧ ବାହାର କରିବାରେ ପ୍ରୟାସ ଜାରି ରହିଛି କିନ୍ତୁ ବର୍ତ୍ତମାନ ପର୍ଯ୍ଯନ୍ତ କୌଣସି ସଠିକ ପ୍ରମାଣ ମିଳିନାହିଁ। ଏହାମଧ୍ଯରୁ ଏହି ଭାଇରସରୁ ରକ୍ଷା ପାଇବା ପାଇଁ ପୁଣି ଏକ ରିସର୍ଚ୍ଚ ସାମ୍ନାକୁ ଆସିଛି। IIT ଦିଲ୍ଲୀ ଏବଂ ଜାପାନର ନ୍ଯାସନାଲ ଇଷ୍ଟିଚ୍ଯୁଟ ଅଫ୍ ଆଡଭାନ୍ସ ଇଣ୍ଡଷ୍ଟ୍ରିଆଲ ସାଇନ୍ସି ଆଣ୍ଡ ଟେକ୍ନୋଲୋଜିର ଗବେଷଣା ଅନୁଯାୟୀ, ଅଶ୍ବଗନ୍ଧାରେ ଏଭଳି ପ୍ରାକୃତିକ ତତ୍ତ୍ବ ରହିଛି, ଯେଉଁଥିରେ କରୋନା ଭଳି ଭାଇରସ ଠାରୁ ରକ୍ଷା ପାଇପାରିବା ସମ୍ଭବ ହୋଇପାରିବ।

Ashବିଶେଷଜ୍ଞଙ୍କ କହିବାନୁଯାୟୀ ଅଶ୍ବରେ ଥିବା ୱିଥାନନ ନାମକ ତତ୍ତ୍ବ କୋଭିଡ-୧୯ ରୁ ଦୂରେଇ ରଖିବାରେ ସକ୍ଷମ ହୋଇପାରିବ। ସୂଚନା ମୂତାବକ IIT ଦିଲ୍ଲୀର ପ୍ରଫେସର ଏବଂ ବାୟୋକେମିକାଲ ଇଞ୍ଜିନିୟରିଂ ବିଭାଗର ମୁଖ୍ଯ ପ୍ରଫେସର ଡି.ସୁନ୍ଦରଙ୍କ କହିବାନୁଯାୟୀ IIT ଦିଲ୍ଲୀ ଏବଂ ଜାପାନର ଏହି ଇଷ୍ଟିଚ୍ଯୁଟ ଏକ ଦଶକ ଠାରୁ ମଧ୍ଯ ଅଧିକ ସମୟରୁ ଟେକ୍ନୋଲୋଜିର ବିକାଶ ପାଇଁ ଏକାଠି ମିଶି କାମ କରୁଛି।
ଅଶ୍ବଗନ୍ଧାରେ ସ୍ବାସ୍ଥ୍ଯ ସମ୍ପର୍କୀୟ ଅନେକ ଫାଇଦା ମଧ୍ଯ ରହିଛି

-ଆୟୁର୍ବେଦିକ ଔଷଓଧ ଅଶ୍ବଗନ୍ଧା ଜରିଆରେ ଡାଇବେଟିଜ୍ ଭଳି ସମସ୍ଯା ମଧ୍ଯ ଭଲ ହୋଇଯାଇଥାଏ। ଏଥିରେ ଥିବା ହାଇପୋଗ୍ଲାଇମିକ ଗୁଣ, ଗ୍ଲୁକୋଜ ମାତ୍ରା କମ କରିବାରେ ସାହାଯ୍ଯ କରିଥାଏ। ଏଥିସହ ଏହା ଡାଇବେଟିଜ୍ ର ଲକ୍ଷଣ ମଧ୍ଯ କମ କରିଥାଏ।

ashwagandha--ଶରୀରରେ ଇମ୍ଯୁନିଟି ପାୱାର ଉତ୍ତମ କରିବା ପାଇଁ ଅଶ୍ବଗନ୍ଧା ସେବନ କରାଯାଇଥାଏ। ଏଥିରେ ଥିବା ଇମ୍ଯୁନମାଡ୍ଯୁଲେଟରୀ ଗୁଣ ଶରୀରର ଇମ୍ଯୁନ ସିଷ୍ଟମକୁ ମଜବୁତ୍ କରିଥାଏ, ଯାହା ଦ୍ବାରା ରୋଗ ସହ ଲଢିବାରେ ସାହାଯ୍ଯ ମିଳିଥାଏ।

-ଅଶ୍ବଗନ୍ଧାରେ ଆଣ୍ଟ-ଇଫ୍ଲୋମେଟ୍ରି ଗୁଣ ରହିଥାଏ, ଯାହା ଆର୍ଥାଇଟିସ୍ ସମସ୍ଯା ଥିବା ବ୍ଯକ୍ତିମାନଙ୍କ ପାଇଁ ଲାଭକାରୀ ହୋଇଥାଏ। ଏହାର ରସ ପ୍ରୟୋଗ କରିବା ଦ୍ବାରା ଆର୍ଥାଇଟସ୍ ସହ ଜଡିତ ଲକ୍ଷଣ କମ କରିବା ଦ୍ବାରା ଆରାମ ମିଳିଥାଏ।

aswagandha-ରିସର୍ଚ୍ଚ ଅନୁଯାୟୀ ଅଶ୍ବଗନ୍ଧା ଚେରର ଅର୍କ ସେବନ କରିବା ଦ୍ବାରା ଅତ୍ଯଧିକ ଭୋକ ଲାଗିବା ଭଳି ସମସ୍ଯା ମଧ୍ଯ କମ ହୋଇଥାଏ। ଏଥିସହ ଓଜନ ମଧ୍ଯ ନିୟନ୍ତ୍ରଣରେ ରହିଥାଏ। ଏହାବ୍ଯତୀତ ଏଥିରେ ଥିବା ପୋଷକ ତତ୍ତ୍ବ ଶରୀରର ମୋଟାପଣକୁ କମ କରିବା ସହ ପେଟର ଚର୍ବିକୁ କମ କରିବାରେ ସାହାଯ୍ଯ କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button