ଜୀବନଶୈଳୀ

ଚନ୍ଦା ମୁଣ୍ଡରେ ବି ବାଳ ଉଠିବ, ସବୁଦିନ ପାଇଁ ଦୂର ହୋଇଯିବ କେଶ ଝଡିବା ସମସ୍ଯା କରନ୍ତୁ ଏହି ସହଜ ଘରୋଇ ଉପଚାର (Home Remedy for Hair Fall)

ଆଜିର ସମୟରେ ଅନେକ ଲୋକ ଚନ୍ଦାପଣ ବା ଏଲୋପେସିଆ ଭଳି ସମସ୍ୟାର ସମୁଖୀନ ହେଉଛନ୍ତି । ସମୟ ପୂର୍ବରୁ ଚନ୍ଦା ହୋଇଗଲେ ବା କେଶ ଅତ୍ୟଧିକ ଝଡିଲେ ବହୁତ ଆତ୍ମଗ୍ଳାନି ଅନୁଭବ ହୋଇଥାଏ, ଯାହା ଆମ ବ୍ୟକ୍ତିଗତ ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ । ବଂଶଗତ କାରଣରୁ କିମ୍ବା ଭୁଲ ଜୀବନଶୈଳୀ ଓ ଦୂଷିତ ପରିବେଶ ଯୋଗୁଁ ଏହିସବୁ ସମସ୍ଯା ଦେଖା ଦେଇଥାଏ । ଆଜି ଆମେ ଆପଣଙ୍କ ଏହି ସମସ୍ଯାକୁ ଦୂର କରିବା ପାଇଁ ଏକ ଚମତ୍କାର ଘରୋଇ ଉପଚାର ନେଇ ଆସିଛୁ ।

ରହି ଘରୋଇ ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପ୍ରଥମେ ଆବଶ୍ୟକ ହେବ କିଛି ନଡିଆ ତେଲ । ଦ୍ଵିତୀୟ ସାମଗ୍ରୀ ଯାହା ଆପଣଙ୍କୁ ଆବଶ୍ୟକ ହେବ ତାହା ହେଉଛି ମନ୍ଦାର ପତ୍ର । ଏଥିପାଇଁ ଆପଣଙ୍କୁ ୧୦ରୁ ୨୦ଟି ମନ୍ଦାର ଫୁଲ ନେବାକୁ ହେବ । ଆପଣ ପ୍ରଥମେ ଏହି ମନ୍ଦାର ଫୁଲକୁ ଛେଚି କିମ୍ବା ଗ୍ରାଇଣ୍ଡିଂ କରି ଏକ ଛାଣି ଦ୍ଵାରା ଛାଣି ଦିଅନ୍ତୁ ଓ ଏହାର ରସ ବାହାର କରି ଦିଅନ୍ତୁ । ମନ୍ଦାର ପତ୍ର ଆମ କେଶକୁ କଳା କରିବା ସହ କେଶ ଝଡିବା ବନ୍ଦ କରିବାରେ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

ଆପଣ ଏହି ଉପଚାରକୁ ଅଧିକ ମାତ୍ରାରେ ବନେଇ ମଧ୍ୟ ରଖିପାରିବେ । ତୃତୀୟ ସାମଗ୍ରୀ ଏଥିପାଇଁ ଆପଣଙ୍କୁ ଆବଶ୍ୟକ ହେବ ତାହା ହେଉଛି ବିରୁଡି ବସା । ଯଦି ଆପଣଙ୍କୁ ଏହି ବିରୁଡି ବସା ମିଳୁଛି ତେବେ ତାକୁ ଆଣି ପ୍ରୟୋଗ କରନ୍ତୁ । ଏହା ଆପଣଙ୍କ କେଶ ପାଇଁ ଖୁବ ଲାଭଦାୟକ ହୋଇଥାଏ ।

କିନ୍ତୁ ଯଦି ଆପଣଙ୍କୁ ବିରୁଡି ବସା ନ ମିଳୁଛି ତେବେ ଆପଣ ହାତରେ ଏହାକୁ ପ୍ରୟୋଗ କରିପାରିବେ । ଏବେ ଆପଣ ମନ୍ଦାର ରସ ଓ ନଡିଆ ତେଲକୁ ଏକାଠି ମିଶାଇ ଦିଅନ୍ତୁ ଓ ଏକ ପାତ୍ରରେ ନେଇ ଗରମ କରି ଦିଅନ୍ତୁ । ୫ ମିନିଟ ଗରମ ହେବା ପରେ ଆପଣ ଏହାକୁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ ଓ ଥଣ୍ଡା ହେବା ପରେ କୌଣସି ପାତ୍ରକୁ ଛାଣି ନିଅନ୍ତୁ ।

ଏହାପରେ ଆପଣ ଗୋଟିଏ ପିଆଜକୁ ଛେଚି କିମ୍ବା ଗ୍ରାଇଣ୍ଡିଂ କରି ଏହାର ମଧ୍ୟ ରସ ବାହାର କରିଦିଅନ୍ତୁ । ପିଆଜ ରସ ମଧ୍ୟ ଆପଣଙ୍କ ଚନ୍ଦାପଣକୁ ଭଲ କରିବାରେ ଅତ୍ୟନ୍ତ ଲାଭକାରୀ ଅଟେ । ନଡିଆ ତେଲ ଓ ମନ୍ଦର ରସର ତେଲକୁ ଆପଣ ପ୍ରତିଦିନ ନିଜ ମୁଣ୍ଡରେ ମାଲିସ କରନ୍ତୁ ।

ଦିନରେ କେବଳ ଏହି ତେଲକୁ ମାଲିସ କରନ୍ତୁ ଓ ରାତିରେ ପ୍ରଥମେ ହାତରେ ପିଆଜ ରସ ଚାମୁଚେ ନିଅନ୍ତୁ ଏବଂ ପରେ ମନ୍ଦାର ରସ ନଡିଆ ତେଲ ଚାମୁଚେ ନିଅନ୍ତୁ । ଏହି ଦୁଇ ସାମଗ୍ରୀକୁ ଭଲ ଭାବେ ହାତରେ ମିଶାଇ ନେଇ ଚନ୍ଦାପଣ ଜାଗାରେ ଲଗାନ୍ତୁ ।

ଦେଖିବେ କିଛିଦିନ ପରେ ଆପଣଙ୍କ ଝଡି ଯାଇଥିବା କେଶ ପୁନଃ ଉଠିବାକୁ ଲାଗିବ । ସକାଳୁ ଉଠିବା ପରେ ପାଣିରେ ମୁଣ୍ଡ ଧୋଇ ଦିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button