ବିଜ୍ଞାନ

ମଣିଷ ରହିବା ପାଇଁ ମିଳିଲା ଆଉ ଏକ ଗ୍ରହ, ବୈଜ୍ଞାନିକଙ୍କ ଦାବି ଏଠାରେ ରହି ପାରିବେ ମଣିଷ… ଦେଖନ୍ତୁ କଣ ରହିଛି ଏହି ଗ୍ରହର ବିଶେଷତଃ

ନମସ୍କାର ବନ୍ଧୁଗଣ, ମଣିଷ ରହିବା ପାଇଁ ପୃଥିବୀ ହିଁ ଏକମାତ୍ର ଗ୍ରହ ଅଟେ ବୋଲି ଆପଣ ମାନେ ଜାଣିଥିବେ । କିନ୍ତୁ ବୈଜ୍ଞାନିକ ମାନଙ୍କ ସୂଚନା ଅନୁଯାୟୀ ମଣିଷ ରହିବା ଆଉ ଏକ ଗ୍ରହ ଠାବ କରାଯାଇଛି । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ନିଶ୍ଚୟ ଲାଗୁଥାଇ ପାରେ କିନ୍ତୁ ଏହା ସତ୍ୟ । ମଣିଷ ବଞ୍ଚିବା ପାଇଁ ପାଞ୍ଚ ପ୍ରକୃତିକ ତତ୍ତ୍ଵର ଆବଶ୍ୟକତା ରହିଛି । ଏହିସବୁ ଯେଉଁ ଗ୍ରହରେ ରହିଥାଏ ସେହି ଗ୍ରହ ମଣିଷ ପାଇଁ ଉପଯୋଗୀ ବୋଲି ବୈଜ୍ଞାନିକ ମତ ଦେଇଥାନ୍ତି । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ମହାକାଶରେ ପୃଥିବୀ ଠାରୁ 31 ଆଲୋକ ବର୍ଷ ଦୂରରେ ଆଉ ଏକ ଗ୍ରହର ସନ୍ଧାନ ମିଳିଛି । ସେହିଠାରୁ ଜୀବନ ବଞ୍ଚିବା ସମ୍ଭବ ବୋଲି କୁହାଯାଉଛି । ଏବେ ଯାଏ ପ୍ରାୟ ୫୦୦୦ ଏକ୍ସୋପ୍ଲାନେଟର ସନ୍ଧାନ ମିଳିସାରିଛି । ସେଥି ମଧ୍ୟରୁ କେବଳ ୨୦୦ ଟି ଏକ୍ସୋପ୍ଲାନେଟ ମଣିଷ ରହିବା ପାଇଁ ଉପଯୋଗୀ ହେବ ବୋଲି ବୈଜ୍ଞାନିକ ମାନେ ନିଜର ମତ ଦେଇଛନ୍ତି । ବର୍ତ୍ତମାନ ମିଳିଥିବା ଗ୍ରହକୁ ଉଲ୍ଫ1069B ଭାବରେ ନାମିତ କରାଯାଇଛି ।

ଏହି ପ୍ଲାନେଟର ସନ୍ଧାନରେ ଦୁନିଆର ୫୦ରୁ ଅଧିକ ବୈଜ୍ଞାନିକ ଲାଗିପଡିଥିଲେ । ମିଳିଥିବା ତଥ୍ୟ ଅନୁଯାୟୀ ଏହି ଗ୍ରହ ରେଡ ଦ୍ଵାର୍ଫ ନକ୍ଷତ୍ର ଉଲ୍ଫ1069 ଚାରିପଟେ ଘୂରୁଛି । ଏହି ଗ୍ରହ ପୃଥିବୀ ଠାରୁ 1.26 ଗୁଣ ଅଧିକ ଭାରି ହୋଇଥିବା ବେଳେ ପୃଥିବୀ ଠାରୁ 1.08 ଗୁଣ ବଡ ଅଟେ । ଏହି ଗ୍ରହରେ ଜୀବନ ଗଢିଉଠିବା ପାଇଁ ଆବଶ୍ୟକ ଉପାଦାନ ରହିଛି । ଏଠାରେ ପାଣି ଥିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ବୈଜ୍ଞାନିକ ମାନେ କହିଛନ୍ତି ।

ଏହି ଗ୍ରହ ନିଜ ନିକଟର ନକ୍ଷତ୍ର ଚାରିପାଖେ ଥରେ ଘୂରିବା ପାଇଁ 88 ଦିନ ସମୟ ନେଉଛି । ଏହି କାରଣ ପାଇଁ ଏଠାରେ ତାପମାତ୍ରା ମାଇନସ ଡିଗ୍ରୀ ରହିଛି । ଏହି ଗ୍ରହର ତାପମାତ୍ରା ପ୍ରାୟ ମାଇନସ 40 ରୁ 25 ଡିଗ୍ରୀ ରହିଛି । ତେବେ ଏହି ତାପମାତ୍ରାରେ ମଣିଷ ରହିବା ସମ୍ଭବ ବୋଲି କହିଛନ୍ତି ବୈଜ୍ଞାନିକ ଡାଇନା କୋଷା ବୁସ୍କି ।

ଏହାର ଗୋଟିଏ ପାର୍ଶ୍ଵ ଆଲୋକିତ ରହୁଥିବା ବେଳେ ଆଉ ଏକ ପାର୍ଶ୍ଵ ସମ୍ପୂର୍ଣ ଅନ୍ଧକାର ଅଟେ । ତେଣୁ ଏହାର ଆଲୋକିତ ଅଂଶରେ ଜୀବନ ସମ୍ଭବ । ଏହି ଗ୍ରହରେ ପୃଥିବୀ ଭଳି ଦିନ ରାତି ନାହିଁ । ପୃଥିବୀ ପରେ ଏହି ଗ୍ରହ ଷଷ୍ଠ ତମ ବାସ ଉପଯୋଗୀ ଗ୍ରହ । ଏହି ଗ୍ରହକୁ ଟେଲିସ୍ଜୋପ ମାଧ୍ୟମରେ ଠାବ କାରାଯାଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button