ମନୋରଞ୍ଜନ

ଖୁସି ଖବର: ଏହି ସୁନ୍ଦରୀ ମଡେଲଙ୍କ ସହ ଡିସେମ୍ବର ରେ ବିବାହ କରିବାକୁ ଯାଉଛନ୍ତି ପାଣ୍ଡ୍ୟା

ଏହି ସୁନ୍ଦରୀ ମଡେଲଙ୍କ ସହ ଡିସେମ୍ବର ରେ ବିବାହ କରିବାକୁ ଯାଉଛନ୍ତି ପାଣ୍ଡ୍ୟା

ଯଦି ଆପଣ କ୍ରିକେଟ ପ୍ରେମୀ ତେବେ ଏହି ଖବର ସୂନୀ ଆପଣ ବହୁତ ଖୁସି ହେବେ, ଶୁଣିବାକୁ ମିଳୁଛି କି ଭାରତୀୟ କ୍ରିକେଟ ଟୀମର ଅଲରାଉଂଡର ଖେଳାଳି କୃଣାଲ ପାଣ୍ଡ୍ୟା ବହୁତ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସେ ତାଙ୍କ ଗର୍ଲଫ୍ରେଣ୍ଡ ପଙ୍ଖୁଡି ଶର୍ମା ଙ୍କ ସହ ବିବାହ କରିବେ । କୃଣାଲ ପାଣ୍ଡ୍ୟା ଭାରତର ଭଲ ଖେଳାଳି ମାନଙ୍କ ମଧ୍ୟରୁ ଜଣେ । ଏବଂ IPL ରେ ମୁମ୍ବାଇ ଇଣ୍ଡିଆନ୍ସ  ପାଇଁ ଖେଳନ୍ତି । କୃଣାଲ ପାଣ୍ଡ୍ୟା ଓ ହାର୍ଦିକ ପାଣ୍ଡ୍ୟା ଦୁଇଜଣ ଭାଇ ଅଟନ୍ତି । ଦୁଇଜଣ ନିଜର କ୍ଯାରିୟର ପ୍ରାୟେ ଏକା ସହ ଆରମ୍ଭ କରିଥିଲେ । କୃଣାଲ ପାଣ୍ଡ୍ୟା ଡିସେମ୍ବର ରେ ନିଜ ଗର୍ଲ ଫ୍ରେଣ୍ଡ ପଙ୍ଖୁଡି ଶର୍ମା ସହ ବିବାହ କରିବେ ।

ଯେବେଠୁ ସେମାନଙ୍କର କିଛି ଫୋଟୋ ସୋଶଲ ମେଡିୟାରେ ଭାଇରାଲ ହୋଇଛି ସେବେଠୁ ସମସ୍ତେ ଏହାହିଁ ଭାବୁଥିଲେ ଯେ କୃଣାଲ ପାଣ୍ଡ୍ୟା ନିଜର ଗର୍ଲଫ୍ରେଣ୍ଡ ପଙ୍ଖୁଡିଙ୍କ ସହ ବିବାହ କରିବେ । କିନ୍ତୁ ସେହି ସମୟରେ କୃଣାଲ ପାଣ୍ଡ୍ୟା ଏହି କଥାକୁ ଦବାଇବା ପାଇଁ କହିଥିଲେ ଯେ ସେ କେବଳ ତାଙ୍କର ଭଲ ସାଙ୍ଗ ବୋଲି । କିନ୍ତୁ ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଛି ଯେ ସେମାନେ ବିବାହ କରିବେ ।

କୃଣାଲ ପାଣ୍ଡ୍ୟା ଓ ପଙ୍ଖୁଡି ଶର୍ମା ଙ୍କ ର ବିବାହ 27 ଡିସେମ୍ବର ରେ ହେବ । କୃଣାଲ ପାଣ୍ଡ୍ୟା ଙ୍କ ପିତା କହିଲେ କି ‘ ବିବାହକୁ ନେଇ ସମସ୍ତ ପରିବାର ଲୋକେ ବହୁତ ଖୁସି ଅଛନ୍ତି ଓ ଏହା ପାଇଁ ସମସ୍ତେ ପ୍ରସ୍ତୁ କରିବା ଆରମ୍ଭ କରିସାରିଲେଣି” ।

ବିବାହରେ ବହୁତ ନାମୀଦାମୀ ଲୋକ ନେବେ ଭାଗ-

 

କୃଣାଲ ପାଣ୍ଡ୍ୟା ଓ ପଙ୍ଖୁଡି ଙ୍କର ବିବାହ ମୁମ୍ବାଇର ଡବ୍ଲ୍ୟୁ ହୋଟେଲରେ ହେବ । ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି । କୃଣାଲ ପାଣ୍ଡ୍ୟାଙ୍କ ବିବାହରେ ବହୁତ ବଡ ବଡ ନାମୀ ଲୋକମାନେ ଆସିପାରନ୍ତି ବୋଲି ସମସ୍ତେ ଭାବୁଛନ୍ତି । କୃଣାଲଙ୍କ ପିତା କହିଲେ କି ଏହା ପାଇଁ ସେ ୧ ହଜାର ଲୋକଙ୍କୁ ନିମନ୍ତ୍ରଣ କରିବେ ।

କିଏ ଏହି ପଙ୍ଖୁଡି ଶର୍ମା-

 

ପଙ୍ଖୁଡି ହେଉଛନ୍ତି ଏକ ମଡେଲ ଓ ପ୍ରୋଫେଶନଲ ଫୈଶନିସ୍ଟ । ସେ ଦୁହେଁ ଦୁଇଜଣଙ୍କୁ ବହୁତ ଦିନ ହେବ ଜାଣିଥିଲେ, ଏବଂ ବହୁତ ଭଲ ସାଙ୍ଗ ମଧ୍ୟ ଅଟନ୍ତି । ସେ ସୋଶଲ ମେଡିୟାରେ ମଧ୍ୟ ବହୁତ ଏକ୍ଟିଭ ରୁହନ୍ତି ।

IPL ସମୟରେ ଆସିଥିଲେ ଚର୍ଚ୍ଚାରେ-

 

କୃଣାଲ ପାଣ୍ଡ୍ୟା IPL ୧୦ ର ଫାଇନାଲ ରେ ୪୭ ରନ କରି ମୁମ୍ବାଇର ବିଜୟରେ ମହତ୍ବପୂର୍ଣ୍ଣ ଭୂମିକା ପଦର୍ଶନ କରିଥିଲେ । ଏହି ବିଜୟ ପରେ IPL ର କପ୍କୁ  ଗୋଟେ ଝିଅ ଧରିଥିବାର ଫୋଟୋ ସାମ୍ନାକୁ ଆସିଥିଲା, ସେହି ଝିଅ ଔ କେହି ନୁହେଁ ବରଂ କୃଣାଲ ଙ୍କ ଗର୍ଲଫ୍ରେଣ୍ଡ ପଙ୍ଖୁଡି ଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button