ସ୍ୱାସ୍ଥ୍ୟ

କ୍ୟାନସର ପୂର୍ବରୁ ଶରୀର ଦେଇଥାଏ ଏହି 8 ସଙ୍କେତ ! ସମୟ ଥାଉ ଥାଉ ଜାଣି ନିଅନ୍ତୁ ନହେଲେ ଅସୁବିଧାରେ ପଡିବେ, ଶୀଘ୍ର ଦେଖନ୍ତୁ

ନମସ୍କାର ବନ୍ଧୁଗଣ, କର୍କଟ ରୋଗ ବା କ୍ୟାନସର ଏକ ଉପଚାର ବିହିନ ରୋଗ ଅଟେ ।  ପ୍ରାୟ ସମସ୍ତଙ୍କ ଘରେ ହେଉ ବା ସାହି ପଡିସାରେ ହେଉ କିମ୍ବା ସମ୍ପର୍କୀୟରେ ହେଉ ଏହି ରୋଗରେ ପୀଡିତ ଥିବା ଲୋକ ନିହାତି ଆପଣମାନେ ପାଇବେ । କ୍ୟାନସର ମଣିଷକୁ ଆକ୍ରାନ୍ତ କରିବା ପରେ ତ ଏହାର କୌଣସି ଉପଚାର କରାଯାଇପାରିବ ନାହି । କିନ୍ତୁ ଏହି ରୋଗ ହେବା ପୂର୍ବରୁ  8ଟି ସଙ୍କେତ ମିଳିଥାଏ । ଯାହାକୁ ଜାଣିବା ଫଳରେ ଆପଣ ଆଗରୁ ହିଁ ସଚେତନ ହୋଇପାରିବେ । ତେବେ ଆସନ୍ତୁ ଜାଣିବା ସେହି 8ଟି ସଙ୍କେତ ସମ୍ପର୍କରେ ।

ପ୍ରଥମ: ଯଦି ଆପଣଙ୍କ ଦେହର ଚର୍ମରେ ଆପଣ ଅଚାନକ କିଛି ପରିବର୍ତ୍ତନ ଦେଖନ୍ତି । କିମ୍ବା ଆପଣଙ୍କ କଳାଜାଇ ବଢିବାକୁ ଲାଗିଥାଏ । ଆପଣଙ୍କ ଶରୀର କୁଣ୍ଡାଇ ହେବା ଆରମ୍ଭ ହୋଇଥାଏ । ତେବେ ଆପଣ ସାବଧାନ ହୋଇଯିବା ଆବଶ୍ୟକ । କାରଣ ଏହା ଚର୍ମ କ୍ୟାନସରର ପ୍ରଥମ ଲକ୍ଷଣ ହୋଇଥାଏ । ଦିତୀୟ: ଯଦି ଆପଣଙ୍କ ଶରୀରର କେଉଁ ସ୍ଥାନରେ ଗଣ୍ଠି ଭଳି ଫୁଲି ରହିଥିବା ଦେଖନ୍ତି ଏବଂ ତାହା ଅନେକ ଦିନ ହେବ ଭଲ ହେଉନଥାଏ ତେବେ ଏହା ବ୍ରେଷ୍ଟ କ୍ୟାନସର କିମ୍ବା ଅଣ୍ଡକୋଷରେ କ୍ୟାନସର ହେବାର ମୁଖ୍ୟ କାରଣ ହୋଇଥାଏ ।

ଦିତୀୟ: ଯଦି ଆପଣଙ୍କୁ ଅନେକ ଧରି ଭୋକ ଲାଗୁନଥାଏ ଏବଂ ଆପଣଙ୍କ ଓଜନ ଶୀଘ୍ର କମିବାକୁ ଲାଗିଯାଏ ତେବେ ସାବଧାନ ହୋଇଯାନ୍ତୁ । ଆପଣ ନିଜ ଓଜନ କମିବା ପାଇଁ କୌଣସି ପ୍ରଚେଷ୍ଟା ନକରି ମଧ୍ୟ ଯଦି ଆପଣଙ୍କ ଓଜନ ଆପେ ଆପେ କମିବାକୁ ଲାଗେ ତେବେ ଏହା ମଧ୍ୟ କ୍ୟାନସର ହେବାର ଲକ୍ଷଣ ଅଟେ । ଯଦି ଆପଣ ଘରେ ବସି ମଧ୍ୟ ଥକା ପଣ ଅନୁଭବ କରୁଛନ୍ତି ତେବେ ଏହା ବ୍ଲଡ଼ କ୍ୟାନସରର ଲକ୍ଷଣ ହୋଇଥାଏ ।

ତୃତୀୟ: ଯଦି ଆପଣ ନିଜ ମୁହଁରେ ଧଳା ଦାଗ ଦେଖନ୍ତି କିମ୍ବା ଖାଇବାକୁ ଚୋବାଇବାରେ କଷ୍ଟ ଅନୁଭବ କରନ୍ତି, ଜିଭ ହଲାଇବାରେ ଆପଣ ଦରଜ ଅନୁଭବ କରନ୍ତି ତେବେ ଏହା ମୁହଁ କ୍ୟାନସର ଏକ ଲକ୍ଷଣ ହୋଇଥାଏ ତେଣୁ ଆପଣ ସାବଧାନ ହୋଇଯିବା ଆବଶ୍ୟକ । ଚତୁର୍ଥ: ଯଦି ଆପଣ ଅନୁଭବ କରନ୍ତି କି ଆପଣ ପ୍ରତ୍ୟକ ଥର ପରିସ୍ରା କରିବା ସମୟରେ ରକ୍ତ ବାହାରକୁ ଆସୁଛି ପରିସ୍ରା ସହ ତେବେ ଏହା କିଡନୀ କ୍ୟାନସରର ଲକ୍ଷଣ ଅଟେ ।

ପଞ୍ଚମ: ଯଦି ଆପଣ ନିଜ ଶରୀରର କୌଣସି ଅଙ୍ଗରେ ଲମ୍ବା ସମୟ ଧରି କଷ୍ଟ ଅନୁଭବ କରୁଛନ୍ତି କୌଣସି ଔଷଧର ଅସର ମଧ୍ୟ ସେହି କଷ୍ଟ ଉପରେ ପଡୁନାହି ତେବେ ଏହା କ୍ୟାନସରର ଲକ୍ଷଣ ଅଟେ । ଷଷ୍ଠ: 47 ବର୍ଷ ବୟସ ପରେ ସାଧାରଣତଃ ମହିଳାଙ୍କର ପିରିଅଡ ବନ୍ଦ ହୋଇଯାଏ । କିନ୍ତୁ ଯଦି ବନ୍ଦ ହେବାର 6 ମାସ ପରେ ପୁଣି ପିରିଅଡ ହେଉଥାଏ ତେବେ ଏହି ପରିସ୍ଥିତି କ୍ୟାନସରର ସୂଚନା ଦେଇଥାଏ ।

ସପ୍ତମ: ଯଦି ଆପଣଙ୍କ ଶରୀର ବାରମ୍ବାର କୁଣ୍ଡେଇ ହୋଇ ଫଳିଯାଉଛି ଏବଂ ଲାଲ ହେଇଯାଉଛି ବନ୍ଦ ହେବାର ନାମ ମଧ୍ୟ ଧରୁ ନାହି ତେବେ ଏହା କ୍ୟାନସରର ଏକ ଲକ୍ଷଣ ଅଟେ । ଅଷ୍ଟମ: ମହିଳାଙ୍କ ଗୁପ୍ତାଙ୍ଗ ଅତ୍ୟଧିକ କୁଣ୍ଡେଇ ହେବା ଗର୍ଭାଶୟ କ୍ୟାନସରର କାରଣ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button