ଏ କି ହୃଦୟ ବିଦାରକ ଦୃଶ୍ୟ ! ଜୁଇରେ ଜଳୁଛି ସିନ୍ଦୁର ସ୍ତ୍ରୀ କହୁଛି ‘I PROUD OF YOU’, ଦେଖିଲେ ଆପଣ ବି କାନ୍ଦି ପକେଇବେ

ନମସ୍କାର ବନ୍ଧୁଗଣ, ସ୍ଵାମୀକୁ ହରାଇ ଥିବା ସ୍ତ୍ରୀ ମନର ଦୁଃଖକୁ ସଂସାରରେ ଯେଉଁ ସ୍ତ୍ରୀ ଏହି କଷ୍ଟ ଭୋଗ କରିଥିବ ସେ ହିଁ କେବଳ ଅନୁଭବ କରିପାରିବ । ସ୍ଵାମିକୁ ହରାଇ ଧର୍ଯ୍ୟହରା ହୋଇଯାଉଥିବା ସ୍ତ୍ରୀ ମୁହଁରୁ ଏକ ଏଭଳି କଥା ବାହାରିଛି ଯାହା ତାଙ୍କୁ ଗର୍ବିତ କରାଉଛି । ସ୍ଵାମୀକୁ ହରାଇ ସ୍ତ୍ରୀ ଗର୍ବ କରୁଛି । ଏହା ଆପଣ ଶୁଣିବା ପରେ ନିଶ୍ଚୟ ସ୍ତ୍ରୀ ଉପରେ ଆଙ୍ଗୁଠି ଉଠାଇବା ଆରମ୍ଭ କରିଦେବେ କିନ୍ତୁ ଏହା ପଛର ପ୍ରକୃତ କାରଣ ଆଉ କିଛି । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ସ୍ଵାମୀକୁ ହରାଇବା ପରେ ସାଲୁଟ ମାରି ସ୍ତ୍ରୀ କରୁଛି I PROUD OF YOU । କୋମଳ ବୟସରେ ଆଜି ତାଙ୍କ ସଂସାର ଭାଙ୍ଗି ଚୁରମାର ହୋଇଯାଇଛି । ତଥାପି ନିଜ ମନର କଷ୍ଟ ଏବଂ କୋହକୁ କାବୁରେ ରଖି ମୃତ ସ୍ଵାମୀଙ୍କୁ ସାଲୁଟ କରିଛନ୍ତି ସ୍ତ୍ରୀ । କାନ୍ଥରୁ ବିବାହର ଚିତ୍ର ଲିଭି ନାହିଁ କିନ୍ତୁ ମଥାରୁ ଲିଭି ଯାଇଛି ସିନ୍ଦୁର । ଯେଉଁ ଗାଁ ଦିନେ ଗର୍ବରେ ଫାଟି ପଡୁଥିଲା ଆଜି ସେହି ଗାଁ ଦୁଃଖରେ ସାଗରରେ ଭାସି ଯାଇଛି ।
ଝୋଟି ଚିତା ଆଙ୍କି ଅପେକ୍ଷା କରି ରହିଛନ୍ତି ଗାଁର ଗର୍ବକୁ ଟିକିଏ ଶେଷ ଦର୍ଶନ କରିବା ପାଇଁ । ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ପ୍ରତାପ । କଅଁଳ ବୟସରେ ଆଜି ସିଏ ସହିଦ ହୋଇଯାଇଛନ୍ତି । ଆଉ ସମସ୍ତଙ୍କ ମନରେ ଆଣିଦେଇଛନ୍ତି ଦୁଃଖ କଷ୍ଟ । କେମିତି ବା କିଏ ଏହାକୁ ସହିପାରିବ ।
ବଲାଙ୍ଗୀର ଜିଲ୍ଲାର ବେଲପଡା ବ୍ଲକର ବାଗଉଡା ଗ୍ରାମ ପ୍ରତାପ ନିଆଲ 2013 ମସିହାରେ ସୀମା ସୁରକ୍ଷାରେ କନେଷ୍ଟବଲ ଭାବରେ ଭର୍ତ୍ତି ହୋଇଥିଲେ । ବିବାହର ପାଟନା ଅଞ୍ଚଳରେ ସେ କାମ କରୁଥିବା ବେଳେ କିଛିଦିନ ହେବ ସେ କ୍ୟାନ୍ସର ରୋଗରେ ଶିକାର ହୋଇଥିଲେ । ଗତ 10 ତାରିଖ ଦିନ ସ୍ତ୍ରୀ ଏବଂ ଝିଅକୁ ଧରି ଗାଁକୁ ଫେରୁଥିବା ବେଳେ ରେଲୱେ ଷ୍ଟେସନରେ ତାଙ୍କ ସ୍ୱାସ୍ଥ୍ୟ ଅଧିକ ଗୁରୁତର ହୋଇଗଲା ।

ସାଥି ଯବାନ ମାନେ ତାଙ୍କୁ ଡାକ୍ତରଖାନା ନେଇଥିଲେ କିନ୍ତୁ ଚିକିତ୍ସାଧୀନ ଅବସ୍ତାରେ ତାଙ୍କ ମୃତ୍ୟୁ ଘଟିଥିଲା । ଏହି ଖବର ପାଇବା ପରେ ସମସ୍ତେ ଶୋକାକୁଳ ଅବସ୍ତାରେ । କାନ୍ଦି କାନ୍ଦି ସ୍ତ୍ରୀ ସ୍ଵାମୀର କାମ ପାଇଁ ଗର୍ବ କରୁଥିବା ବେଳେ ନିଜ ଛୁଆର ଭବିଷ୍ୟତ ପାଇଁ ସାହାର୍ଯ୍ୟ ମଧ୍ୟ ମାଗୁଛି ସରକାର ଠାରୁ ।



