ବିଚାର

Vastu Tips – ଶ୍ରୀ କୃଷ୍ଣ କହିଛନ୍ତି ଘରର ଏହି 5 ଟି ଜିନିଷ ଅନ୍ୟକୁ ଦେଲେ ଆସିଥାଏ ଦାରିଦ୍ରତା

ନମସ୍କାର ବନ୍ଧୁଗଣ ତେବେ ଭଗବାନ ଶ୍ରୀ କୃଷ୍ଣ ଙ୍କ ଅନୁସାରେ ମନୁଷ୍ୟ ଙ୍କୁ ନିଜ ଘରର ଏହି ଜିନିଷ ଭୁଲ ରେ ମଧ୍ୟ ଅନ୍ୟକୁ ଉଧାର ରେ ଅଥବା ଭେଟ ରେ ଦେବା ଉଚିତ ନୁହେଁ । ଏହି ଜିନିଷ ସହିତ ମଧ୍ୟ ଆପଣଙ୍କ ଘରେ ଥିବା ଲକ୍ଷ୍ମୀ ମଧ୍ୟ ଚାଲିଯାଇଥାନ୍ତି । ତେବେ ଆସନ୍ତୁ ସେହି ୫ ଟି ଜିନିଷ ସମ୍ବନ୍ଧରେ ବିସ୍ତାର ଭାବରେ ଜାଣିନେବା

୧- ପ୍ରଥମରେ ହେଉଛି ସ୍ତ୍ରୀ ମାନଙ୍କ ଗହଣା କୁ ମତ ଲକ୍ଷ୍ମୀ ଙ୍କ ପ୍ରତୀକ ମାନାଯାଇଥାଏ । ସୁନ୍ଦର ଆଭୁଷଣ ରେ ସୁଶଭିତ ସ୍ତ୍ରୀ ମା ଲକ୍ଷ୍ମୀ ଙ୍କ ପ୍ରତିବିମ୍ବ ଭଳି ଦେଖାଦେଇଥାଏ । ଏଥିପାଇଁ ଯେତେବେଳେ ଆମ୍ଭେ ଗହଣା କିଣିଥାଉ, ସେତେବେଳେ ସବୁଠାରୁ ପ୍ରଥମେ ଆମ୍ଭେ ମାତା ଲକ୍ଷ୍ମୀ ଙ୍କ ସମ୍ମୁଖରେ ରଖି ପୂଜା କରିଥାଉ ଏବଂ ଏହାପରେ ଆମ୍ଭେ ତାକୁ ପିନ୍ଧିଥାଉ । ଘରର ସ୍ତ୍ରୀ ମାନଙ୍କୁ ଘରର ଲକ୍ଷ୍ମୀ ବୋଲି ମାନାଯାଇଥାଏ । ଏଣୁ ସ୍ତ୍ରୀ ଙ୍କ ଗହଣା କେବେ କାହାକୁ ଉଧାର ରେ ଦାନ ରେ ତଥା ଅନ୍ୟକୁ ବ୍ୟବହାର ନିମନ୍ତେ ଦେବା ଉଚିତ ନୁହେଁ ।

୨- ଦ୍ଵିତୀୟ ରେ ହେଉଛି ଝାଡୁ ଯାହାଦ୍ଵାରା ଘର ସଫା କରାଯାଇଥାଏ । ଏହା ଆମ୍ଭ ଘରୁ ନକାରାତ୍ମକ ଊର୍ଜା କୁ ଦୂର କରିଥାଏ । ଏହାକୁ ସ୍ଵୟଂ ମାତା ଲକ୍ଷ୍ମୀ ଙ୍କ ପ୍ରତୀକ ମାନାଯାଇଥାଏ । ଝାଡୁ ରେ ମାତା ଲକ୍ଷ୍ମୀ ଙ୍କ ନିବାସ ରହିଥାଏ । ଏଥିପାଇଁ ନିଜ ଘରର ଝାଡୁ କେବେ ମଧ୍ୟ କାହାକୁ ଉପଯୋଗ ନିମନ୍ତେ ଦିଅନ୍ତୁ ନାହିଁ ।

୩- ତୃତୀୟ ରେ ହେଉଛି ସୂର୍ଯ୍ୟାସ୍ତ ପରେ କ୍ଷୀର, ଦହି, ଚାଉଳ, ନଡିଆ ଏବଂ ଅଟା ଏହିସବୁ ଜିନିଷ ର ଦାନ କରିବା ଅଥବା ଅନ୍ୟକୁ ଉଧାର ଦେବା ଅଶୁଭ ହୋଇଥାଏ । ମାନ୍ୟତା ରହିଅଛି ଯେ ଧଳା ଜିନିଷ ଦ୍ଵାରା ଖରାପ ନଜର ଅଧିକ ଲାଗିଯାଇଥାଏ । ଏଣୁ ସୂର୍ଯ୍ୟାସ୍ତ ସମୟରେ ନିଜ ଘରର ବସ୍ତୁ କୁ ଅନ୍ୟକୁ ଆଦୌ ଦେବା ଉଚିତ ନୁହେଁ । ଏହାଦ୍ଵାରା ଆପଣଙ୍କ ଘରର ସକାରାତ୍ମକ ଊର୍ଜା ନଷ୍ଟ ହୋଇ ଯାଇଥାଏ ।

୪- ଚତୁର୍ଥ ରେ ହେଉଛି ଯଦି ଆପଣ ନିଜ ସ୍ତ୍ରୀ ପାଖରେ କୌଣସି ଧନ ରଖିଛନ୍ତି ତେବେ ସେହି ପଇସା କାହାକୁ ମଧ୍ୟ ଉଧାରରେ ଦେବା ଉଚିତ ନୁହେଁ । ଯଦି ଆପଣ କାହାକୁ ନିଜ ସ୍ତ୍ରୀ ପାଖରେ ରଖିଥିବା ଧାନ ଉଧାର ଦିଅନ୍ତି ତେବେ ଆପଣଙ୍କ ଘରୁ ଲକ୍ଷ୍ମୀ ଚାଲିଯାଇଥାନ୍ତି । ଏହିଭଳି କ୍ଷେତ୍ରରେ ଆପଣଙ୍କୁ ପଇସା ର ଅଭାବ ର ସାମ୍ନା କରିବାକୁ ପଡିପାରେ । ଏକାଦଶୀ ତଥା ପୂର୍ଣ୍ଣିମା ଦିନ କାହାକୁ ଧନ ଉଧାର ଦିଅନ୍ତୁ ନାହିଁ ।

୫- ପଞ୍ଚମରେ ହେଉଛି ନିଜ ଘରର ରୋଷେଇ ଘରେ ବ୍ୟବହୃତ ହେଉଥିବା ବେଲଣା ପେଡୀ, ତାୱା କୁ କାହାକୁ ବ୍ୟବହାର କରିବା ନିମନ୍ତେ ଦିଅନ୍ତୁ ନାହିଁ । ନଚେତ ଆପଣଙ୍କ ଘରେ ନକରାତ୍ମକ ତଥା ଦୁର୍ଭାଗ୍ୟ ର ପ୍ରବେଶ ହୋଇପାରେ । ତେବେ ବନ୍ଧୁଗଣ ଏହି ଜିନିଷ ଗୁଡିକୁ ବିଶେଷ କରି ଆପଣ ଅନ୍ୟକୁ ଦିଅନ୍ତୁ ନାହିଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button