ଦେଶ ବିଦେଶ

ଅଧିକ ପାଉଁରୁଟି ଖାଉଛନ୍ତି କି ? ଦେଖା ଦେଇପାରେ ଏହିସବୁ ସମସ୍ୟା

ପାଉଁରୁଟିରେ ଅଧିକ ସୋଡିୟମ ରହିଥାଏ, ଯାହା ରକ୍ତ ଚାପ ଏବଂ ହୃଦୟ ରୋଗ ବଢ଼ାଇଥାଏ। ଅଧିକ ବ୍ରେଡ଼ ଖାଇବା ଦ୍ୱାରା ଶରୀରରେ ଲୁଣ ଏକାଠି ହେବା ସହ ଅନେକ ରୋଗ ହେବାର ଆଶଙ୍କା ବଢ଼ାଇଥାଏ।

ମଇଦାରେ ତିଆରି ହୋଇଥିବା କାରଣରୁ ଏହାକୁ ହଜମ କରିବା ପାଇଁ ପରିଶ୍ରମ କରିବାକୁ ପଡ଼ିଥାଏ। ଏଥିରେ ଥିବା କାର୍ବୋହାଇଡ୍ରେଡ଼ ଲିଭରକୁ କ୍ଷତି ପହଞ୍ଚାଇଥାଏ। ପାଉଁରୁଟିରେ ପୋଷାକ ତତ୍ୱ ବହୁତ କମ ରହିଥାଏ। ଏହା ଖାଇବା ଦ୍ୱାରା ମଧ୍ୟ ଶରୀରରେ ଉଚିତ ମାତ୍ରାରେ ଫାଇବର ମିଳିନଥାଏ। ହ୍ଵାଇଟ ବ୍ରେଡ଼ ବଦଳରେ ହୋଲଗ୍ରେନ ବ୍ରେଡ଼ ଶରୀର ପାଇଁ ଲାଭକାରୀ ହୋଇଥାଏ।

tt

ଏଥିରେ ପ୍ରଚୁର ମାତ୍ରାରେ ଗ୍ଲୁଟେନ ରହିଥାଏ, ଯାହା ସିଲିଏକ ରୋଗର ଭୟକୁ ଆହୁରି ବଢ଼ାଇଥାଏ। ପାଉଁରୁଟି ଖାଇବା ପରେ ପ୍ରାୟତଃ ଲୋକଙ୍କର ପେଟ ଖରାପ ହୋଇଯାଇଥାଏ। କାରଣ ଏହାର କାରଣ ହେଉଛି ଗ୍ଲୁଟେନ ଇଂଟଲରେନ୍ସ। ଏହାବ୍ୟତୀତ ଯଦି ଆପଣ ଅଧିକ ବ୍ରେଡ଼ ଖାଇଥାନ୍ତି ତେବେ ଅଧିକ ଓଜନ ମଧ୍ୟ ବଢିଥାଏ। ଏଥିରେ ଥିବା ଲୁଣ, ଚିନି ଏବଂ ପ୍ରିଜରୱେଟିବ୍ସ ଓଜନ ବଢ଼ାଇଥାଏ।

bread

ହୋଲ-ଗ୍ରେନ ବ୍ରେଡ଼ ଅର୍ଥାତ ଅଟାରେ ତିଆରି ବ୍ରେଡ଼ରେ ମଧ୍ୟ କୌଣସି ପୋଷାକ ତତ୍ୱ ରହିନଥାଏ। ଅଧିକ ମାତ୍ରାରେ ପାଉଁରୁଟି ଖାଇବା ଦ୍ୱାରା କବଜ ସମସ୍ୟା ଆରମ୍ଭ ହେବା ସହ ଧୀରେ ଧୀରେ ଆମାଶୟରେ ଛେଦ (ପୌଷ୍ଟିକ ଅଲସର) ହେବା ସମସ୍ୟା ଦେଖାଯାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button