ସ୍ୱାସ୍ଥ୍ୟ

ଶୀତଦିନେ ହାତଗୋଡ଼ ଥଣ୍ଡା ହୋଇଯାଉଛି କି? କାରଣ ହୋଇପାରେ ଏହି ୩ଟି ମାରାତ୍ମକ ରୋଗ

ଶୀତଦିନେ ହାତ ପାଦ ଥଣ୍ଡା ହୋଇଯିବା ଏକ ସାଧାରଣ କଥା। କିନ୍ତୁ ବେଳେବେଳେ କମ୍ବଳ ଓ ରେଜେଇ ଭିତରେ ଥିବା ବେଳେ ମଧ୍ୟ ପାଦ ଥଣ୍ଡା ରହିଥାଏ, ଫଳରେ ସାଧାରଣ ତାପମାତ୍ରାକୁ ଆସିବାକୁ ଅଧିକ ସମୟ ଲାଗେ। ତେବେ ଏହା କେବଳ ଥଣ୍ଡା ଯୋଗୁ ନୁହେଁ କିଛି ରୋଗ ଯୋଗୁ ମଧ୍ୟ କମ୍ବଳ ମଧ୍ୟରେ ଥିଲେ ବି ପାଦ ଥଣ୍ଡା ପଡ଼ିଯାଏ। ଆସନ୍ତୁ ଜାଣିବା କି କି ବେମାରି ଯୋଗୁ ଏଭଳି ସମସ୍ୟା ଦେଖାଯାଏ…

ମଧୁମେହ:

Image result for diabetics

ଅଧିକାଂଶ ସମୟ ପାଦ ଥଣ୍ଡା ପଡ଼ୁଥିଲେ ଏହାର କାରଣ ଡାଇବେଟିସ୍‌ ବା ମଧୁମେହ ହୋଇପାରେ। ଶର୍କରାର ପରିମାଣ ବୃଦ୍ଧି ପାଇଲେ ଶରୀର ଭିତରୁ ହିଁ ଦୁର୍ବଳ ହୋଇପଡ଼େ। ଫଳରେ ଭୋଜନ କରୁଥିବା ଖାଦ୍ୟରେ ଥିବା ପୋଷକ ତତ୍ତ୍ୱ ଶରୀରକୁ ମିଳିପାରେ ନାହିଁ। ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ, ଭିଟାମିନ୍‌, ମିନେରାଲ୍ସ ନ ମିଳିଲେ ଖାସ୍‌ କରି ପାଦ ଥଣ୍ଡା ପଡ଼ିଯାଏ।

ଥାଇରଏଡ୍‌:

Image result for thyroid

ମଧୁମେହ ବ୍ୟତୀତ ଥାଇରଏଡ୍‌ ରୋଗ ଥିଲେ ମଧ୍ୟ ପାଦ ଥଣ୍ଡା ହୋଇଯାଏ। ଅଧିକାଂଶ ମହିଳାଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖିବାକୁ ମିଳେ। ଶରୀରରେ ପୋଷକ ତତ୍ତ୍ୱର ଅଭାବ ଘଟିଲେ ଏହି ସମସ୍ୟା ଦେଖାଯାଏ। ଏହି ସମସ୍ୟା ଥିଲେ ଯେତେ କମ୍ବଳ ଘୋଡ଼େଇ ହେଲେ ମଧ୍ୟ ଥଣ୍ଡା କମେ ନାହିଁ।

ନର୍ଭସ୍‌ ଡିସ୍‌ଅର୍ଡର:

Image result for nerves disorders

ନର୍ଭସ୍‌ ଡିସ୍‌ଅର୍ଡର ବା ସ୍ନାୟୁ ଦୁର୍ବଳତା ଥିଲେ ହାତ ପାଦ ଥଣ୍ଡା ପଡ଼ିଯାଏ। ବେଳେ ବେଳେ ରକ୍ତ ଅଭାବ ଯୋଗୁ ମଧ୍ୟ ହାତ ପାଦ ଶୀତଳ ହୋଇଯାଏ। ଏହା ଦ୍ୱାରା କେବଳ ହାତ ଗୋଡ଼ ଥଣ୍ଡା ପଡ଼େନି ଥରିବାକୁ ମଧ୍ୟ ଲାଗିଥାଏ।

ଏଥିରୁ ମୁକ୍ତି ପାଇବା ଉପାୟ:

  • ଅଧିକ ସମୟ ଗୋଡ଼ ଝୁଲାଇ ବସନ୍ତୁ ନାହିଁ।
  • ନିୟମିତ ଭାବେ ଏକ୍ସରସାଇଜ୍‌ କରନ୍ତୁ।

Related image

  • ଚା’ କଫି ଭଳି ପାନୀୟ ସେବନ କରନ୍ତୁ।
  • ଗାଧୋଇବା ବେଳେ ପାଣିରେ ଆଳୁ ଓ ପିଆଜ ରସ ପକାଇ ସ୍ନାନ କରନ୍ତୁ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button