ଧର୍ମ

ଶନିବାର ଦିନ କାହିଁକି କରା ଯାଇଥାଏ ହନୁମାନଙ୍କ ପୂଜା, ଜାଣନ୍ତୁ ଏହା ପଛର ମୁଖ୍ୟ କାରଣ

ହିନ୍ଦୁ ଧର୍ମରେ ପୂଜା ପାଠରେ ସବୁ ଦେବୀ ଦେବତା ମାନଙ୍କ ପାଇଁ ଅଲଗା ଅଲଗା ଦିନ ରହିଥାଏ । ସପ୍ତାହର ସବୁ ଦିନ କୌଣସି ନା କୌଣସି ଦେବୀ ଦେବତାଙ୍କୁ ପୂଜା ଅର୍ଚ୍ଚନା କରିବାରେ ଖାସ୍ ଦିନ ରହିଥାଏ । ମଙ୍ଗଳବାର ଦିନ ସଂକଟ ମୋଚନ ମହାବଳି ହନୁମାନଙ୍କ ପାଇଁ ସମର୍ପିତ କରାଯାଇଛି । ମଙ୍ଗଳବାର ଦିନ ହନୁମାନଙ୍କ ପୂଜା କରାଯାଏ କିନ୍ତୁ ଶନିବାର ଦିନ ବି ହନୁମାନଙ୍କୁ ପୂଜା କରାଯାଏ । ଏମିତି ବି କୁହାଯାଏ କି ଏହି ଦିନ ଯଦି ଶନିଦେବଙ୍କ ସାଙ୍ଗରେ ହନୁମାନଙ୍କୁ ପୂଜା କରାଯାଏ ତାହେଲେ ଏହା ଦ୍ଵାରା ସବୁ ଶନି ଦୋଷରୁ ମୁକ୍ତି ମିଳି ପାରେ । ଧାର୍ମିକ ମାନ୍ୟତା ଅନୁସାରେ ଶନିବାର ଦିନ ହନୁମାନଙ୍କ ପୂଜାର ବହୁତ ଖାସ୍ ମାନ୍ୟତା ଦିଆ ରହିଛି ।

 

ଏହି ଦିନ ହନୁମାନଙ୍କୁ ପୂଜା କଲେ ଭକ୍ତର ସବୁ ମନସ୍କାମନା ପୂରଣ ହୋଇଥାଏ ଓ ଶନିଙ୍କ ଅଶୁଭ ଦୃଷ୍ଟିରୁ  ମୁକ୍ତି ମିଳିଥାଏ । ଶନିବାର ଦିନ କାହିଁକି ହନୁମାନଙ୍କୁ ପୂଜା କରାଯାଇଥାଏ ଏହା ପଛରେ ଗୋଟେ ବହୁତ ବଡ଼ କଥା ରହିଛି।

ମଙ୍ଗଳବାର ଦିନ ହନୁମାନଙ୍କ ପୂଜା କରିଲେ ଭକ୍ତଙ୍କୁ ଇଚ୍ଛା ଅନୁସାରେ ଫଳ ମିଳିଥାଏ । କିନ୍ତୁ ଶନିବାର ଦିନ ଯଦି ଭକ୍ତ ହନୁମାନଙ୍କ ପୂଜା କରେ ତାହେଲେ ସେ ବ୍ୟକ୍ତିଙ୍କୁ ବହୁତ ଭଲ ଲାଭ ମିଳିଥାଏ । ତାହେଲେ ଗୋଟେ ପ୍ରତିଜ୍ଞା ଯୋଗୁଁ ଶନିବାର ଦିନ ହନୁମାନଙ୍କ ପୂଜାର ଖାସ୍ ମହତ୍ଵ ରହିଛି । ଗୋଟିଏ କଥା ଅନୁସାରେ ଶନିଦେବ ନିଜେ ହନୁମାନଙ୍କୁ ପ୍ରତିଜ୍ଞା ଦେଇଥିଲେ ।

ଏହି କାରଣରୁ ଶନିବାର ଦିନ ହୋଇଥାଏ ହନୁମାନଙ୍କ ପୂଜା

 

ଯଦି ଆମେ ଧାର୍ମିକ କଥା ଅନୁସାରେ ଦେଖିବା ତାହେଲେ ଏମିତି କୁହା ଯାଇଛି ଯେ ରାମାୟଣ ଯୁଗରେ ଯେବେ ମହାବଳୀ ହନୁମାନ ସୀତା ମାତାଙ୍କୁ ଖୋଜିବାକୁ ଯାଇ  ଲଙ୍କାରେ ପହଞ୍ଚିଥିଲେ। ସେତେବେଳେ ସିଏ ଦେଖିଲେ ଶନିଦେବ ଲଙ୍କାର କାରାଗାର ରେ ଓଲଟା ଲଟିକି ଥିଲେ । ଯେତେବେଳେ ହନୁମାନ ଶନିଦେବ ଙ୍କୁ ଏହାର କାରଣ ପଚାରିଲେ ଶନିଦେବ କହିଲେ ରାବଣ ତା  ତପସ୍ୟା ବଳରେ ସବୁ ଗ୍ରହ ମାନଙ୍କୁ ବନ୍ଦୀ କରି ଦେଲା ।

 

ସେତବଳେ ହନୁମାନ ଶନିଦେବଙ୍କୁ ରାବଣ କାରାଗାରରୁ ମୁକ୍ତି କରାଇଥିଲେ । ଯାହା ଫଳରେ ଶନି ଦେବ ବହୁତ ଖୁସି ହୋଇଥିଲେ ଏବଂ ସିଏ ହନୁମାନଙ୍କୁ ପ୍ରତିଜ୍ଞା ଦେଇଥିଲେ କି ଯିଏ କଳିଯୁଗରେ ହନୁମାନଙ୍କୁ ପୂଜା କରିବେ ତାଙ୍କୁ କେବେ ବି ଅଶୁଭ ଫଳ ଦେବେନାହିଁ । ବଜରଙ୍ଗବଲୀଙ୍କୁ ପୂଜା କରୁଥିବା ଲୋକଙ୍କୁ ଶନିର କଷ୍ଟକୁ ସାମ୍ନା କରିବାକୁ ପଡ଼ିବନି । ଏହି ପ୍ରତିଜ୍ଞା ଫଳରେ ଶନିବାର ଦିନ ହନୁମାନଙ୍କର ପୂଜା ହୋଇଥାଏ।

ଶନିବାର ଦିନ ହନୁମାନଙ୍କୁ ପୂଜା କଲେ ହୋଇଥାଏ ଏହି ଲାଭ

ଯେଉଁ ଭକ୍ତ ଶନିବାର ଦିନ ହନୁମାନଙ୍କୁ ପୂଜା କରନ୍ତି ତାଙ୍କୁ ଶନିଙ୍କ ସାଢ଼େସାତୀରୁ ମିଳୁଥିବା କଷ୍ଟରୁ ମୁକ୍ତି ମିଳିଥାଏ । ଶନିଙ୍କ ପ୍ରକୋପ ବ୍ୟକ୍ତିଙ୍କ ଉପରେ ପଡ଼ିନଥାଏ । ଶନିବାର ଦିନ ହନୁମାନଙ୍କ ପୂଜା କରିବା ସହିତ ଶନିଦେବଙ୍କ ପୂଜା କଲେ ସବୁ ପୂଜା କଲେ ସବୁ ମନସ୍କାମନା ପୂରଣ ହୋଇଥାଏ ।

ଶନିବାର ଦିନ ଏମିତି କରନ୍ତୁ ହନୁମାନଙ୍କ ପୂଜା

 

ଯଦି ଆପଣ ଶନିବାର ଦିନ ହନୁମାନଙ୍କ ପୂଜା କରୁଛନ୍ତି, ତାହାଲେ ଆପଣ ଏହି ଦିନ ସୂର୍ଯ୍ୟ ଉଦୟ ସମୟରେ ଶୀଘ୍ର ଉଠିଯାନ୍ତୁ ଆଉ ଗାଧୋଇବା ସମୟରେ ଶ୍ରୀ ହନୁମତ ନମଃ: ମନ୍ତ୍ରର ଜପ କରନ୍ତୁ  । ଏହି ମନ୍ତ୍ର ଜପ କରି ତମ୍ବା ଢାଳରେ ପାଣି ସିନ୍ଦୂର ମିଶାଇ ହନୁମାନଙ୍କୁ ଅର୍ପଣ କରନ୍ତୁ । ଆପଣ ତାଙ୍କୁ ଗୁଡ଼ର ଭୋଗ ଲଗାଇପାରିବେ ,ଏହା ପରେ ଆପଣ ହନୁମାନ ଚାଳିଶା ପଢିବା ଦରକାର।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button