ବିଚାର

ଯଦି ଆପଣବି ଶିବଙ୍କୁ କ୍ଷୀର ଅର୍ପଣ କରନ୍ତି ତେବେ ଜାଣି ନିଅନ୍ତୁ ଏହାର ସଠିକ ବିଧି, ଅନେକ ଗ୍ରହ ଦୋଷରୁ ମିଳିଥାଏ ମୁକ୍ତି

କୁହଯାଏ କି ଭଗବାନ ଶିବ ନିଜ ଭକ୍ତମାନଙ୍କ ଉପରେ ବହୁତ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ଓ ନିଜ ଭକ୍ତମାନଙ୍କର ସମସ୍ତ ସମସ୍ୟାକୁ ଦୂର କରିଥାନ୍ତି । ସବୁ ଭକ୍ତମାନେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଭିନ୍ନ ଭିନ୍ନ ଉପାୟ କରିଥାନ୍ତି । ଜ୍ୟୋତିଷ ଶାସ୍ତ୍ରରେ ଏହିଭଳି ବହୁତ ଉପାୟ ବିଷୟରେ କୁହାଯାଇଛି ଯାହାକୁ ଆପଣାଇ ଆପଣ ଭଗବାନ ଶିବଙ୍କର କୃପା ପ୍ରାପ୍ତ କରି ପାରିବେ ।

ଆପଣ ଯଦି କୌଣସି ପୂଜା ଅର୍ଚ୍ଚନା କରୁଛନ୍ତି ତେବେ ତାହାର ସଠିକ ବିଧି ବିଷୟରେ ବି ଜାଣିବା ଦରକାର, ଯଦି ଆପଣ ଭଗବାନ ଶିବଙ୍କୁ କ୍ଷୀର ଅର୍ପଣ କରୁଛନ୍ତି ତେବେ ଆପଣଙ୍କୁ ଏହା ଜଣାଥିବା ଦରକାର କି କ୍ଷୀର ଅର୍ପଣ କରିବା ସମୟରେ କେଉଁ କେଉଁ ନିୟମ ଗୁଡିକୁ ପାଳନ କରିବା ଜରୁରୀ ହୋଇଥାଏ, ଯାହା ଦ୍ଵାରା ଆପଣଙ୍କର ପୂଜା ସଫଳ ହୋଇ ପାରିବ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କର ଜାତକରେ ଗ୍ରହ ଦୋଷ ଅଛି ତେବେ ଏହା ବହୁତ ଅଶୁଭ ହୋଇଥାଏ । ନିଜର ଗ୍ରହ ଦୋଷକୁ ଦୂର କରିବା ପାଇଁ ଭଗବାନ ଶିବଙ୍କୁ କ୍ଷୀର ଅର୍ପଣ କରନ୍ତୁ । ଆଜି ଆମେ ଆପଣଙ୍କୁ ଏହି ବିଷୟରେ ସୂଚନା ଦେବାକୁ ଯାଉଛୁ ।

ଭଗବାନ ଶିବକୁ କ୍ଷୀର ଅର୍ପଣ କରିବାର ସଠିକ ବିଧି

·    ଯଦି ଆପଣ ଭଗବାନ ଶିବଙ୍କୁ କ୍ଷୀର ଅର୍ପଣ କରୁଛନ୍ତି ତେବେ ସେଥିରେ ରାଶି ଅବଶ୍ୟ ମିଶ୍ରଣ କରନ୍ତୁ, ଏହି ରାଶି ମିଶ୍ରିତ କ୍ଷୀର ଅର୍ପଣ କରିବା ଦ୍ଵାରା ଭଗବାନ ଶିବ ଜଲ୍ଦି ପ୍ରସନ୍ନ ହୋଇଥାନ୍ତି । ଏହା ପରେ ଶିବଙ୍କର ପ୍ରତିମା ସାମ୍ନାରେ ବସି ନିଜର ମନୋକାମନାକୁ କୁହନ୍ତୁ, ଏହା ଦ୍ଵାରା ଆପଣଙ୍କର ସମସ୍ତ ମନୋକାମନା ପୁରା ହୋଇଯିବ ।

·    ଜ୍ୟୋତିଷ ଶାସ୍ତ୍ର ଅନୁସାରେ କ୍ଷୀରକୁ ଚନ୍ଦ୍ରମାର କାରକ ବୋଲି କୁହାଯାଏ । ଯଦି ଆପଣ କ୍ଷୀର ଅର୍ପଣ କରୁଛନ୍ତି ତେବେ ଆପଣଙ୍କର ଜାତକରେ ଚନ୍ଦ୍ରମା କାରଣରୁ  ଥିବା ଖରାପ ଦଶା ଦୂର ହୋଇଯାଇଥାଏ ଓ ଆପଣଙ୍କ ଜୀବନରେ ସୁଖ ଶାନ୍ତି ଆସିଥାଏ । ଆପଣ ଚାହିଁଲେ କ୍ଷୀରରେ କେଶର ଏବଂ ହଳଦୀ ମିଶାଇ ତାହାକୁ ଚନ୍ଦ୍ର ଦେବତାଙ୍କୁ ଅର୍ପଣ କରି ପାରିବେ, ଏହା ଦ୍ଵାରା ମଧ୍ୟ ଆପଣଙ୍କୁ ଲାଭ ମିଳିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button