ଶିକ୍ଷା

ଯଦି ଆପଣଙ୍କର ପିଲାମାନଙ୍କର ପାଠ ପଢାରେ ମନ ଲାଗୁନାହିଁ ତେବେ କରନ୍ତୁ ଏହି ଉପାୟ ସବୁ, ବାସ୍ତୁ ଦୋଷ ହୋଇଯିବ ଦୂର

ପ୍ରାୟତଃ ଦେଖିବାକୁ ମିଳେ କି ପିଲାମାନେ ବହୁତ ପରିଶ୍ରମ କରି ପଢିବା ସତ୍ତ୍ୱେ ମଧ୍ୟ ତାଙ୍କର ପାଠ ମନେ ରୁହେ ନାହିଁ । କ୍ୟାରିୟର ଗଢିବାରେ ତାଙ୍କୁ ବିଭିନ୍ନ ବାଧା ବିଘ୍ନର ସମ୍ମୁଖୀନ ହେବାକୁ ପଡିଥାଏ । ଯେତେ ପଢିଲେ ମଧ୍ୟ ସେମାନେ ସବୁ ଭୁଲି ଯାଆନ୍ତି । ଆପଣମାନେ ଜାଣନ୍ତି କି ଏହା କାହିଁକି ହୁଏ ? ଏହାର କାରଣ ହୋଇପାରେ ଆପଣଙ୍କ ଘରେ ଥିବା କିଛି ବାସ୍ତୁ ଦୋଷ । ତେଣୁ ଏହି ସବୁ ବିଷୟ ପ୍ରତି ଧ୍ୟାନ ଦେବାକୁ ପଡିବ । ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଘରେ ରଖିବା ଦ୍ଵାରା ଆପଣଙ୍କ ପିଲାମାନଙ୍କର ପାଠ ପଢାରେ କୌଣସି ଅସୁବିଧା ହେବ ନାହିଁ ।

୧. ସରସ୍ଵତୀଙ୍କ ମୂର୍ତ୍ତି

Image courtesy: Google

ମାତା ସରସ୍ଵତୀ ବିଦ୍ୟାର ଦେବୀ ଅଟନ୍ତି । ତେଣୁ ପିଲାଙ୍କ ପଢା ଘରେ ମାତା ସରସ୍ଵତୀଙ୍କର ଫଟୋ ରଖିବା ଦ୍ଵାରା ସେମାନଙ୍କର ନଜର ସରସ୍ଵତୀଙ୍କ ଫଟୋ ଉପରେ ପଡିଲେ ସେମାନଙ୍କର ମନ ଶାନ୍ତ ରହିଥାଏ ଓ ପଢାରେ ମନ ଲାଗିଥାଏ ।

୨. ବୀଣା

Image courtesy: Google

ଯଦି ଆପଣ ନିଜ ଘରେ ମାତା ସରସ୍ଵତୀଙ୍କ ଫଟୋ କିମ୍ବା ମୂର୍ତ୍ତି ପାଖରେ ବୀଣା ରଖୁଛନ୍ତି ତେବେ ଆପଣ ସୁଖ ଶାନ୍ତି ଲାଭ କରିବା ସହିତ ଆପଣଙ୍କର ପିଲା ଯାହା ବି ପଢିବ ତାହା ସବୁ ମନେ ରହିଯିବ ।

୩. ହଂସ

Image courtesy: Google

ହଂସର ଫଟୋ କିମ୍ବା ମୂର୍ତ୍ତି ଘରର ଦ୍ଵାର ମୁଖରେ ରଖିଲେ ପିଲାମାନେ ଅନ୍ୟମନସ୍କ ହେବେ ନାହିଁ । ପାଠ ପଢାରେ ମନ ଲାଗିଥାଏ ଓ ବାସ୍ତୁ ଅନୁସାରେ ଏହା ଶୁଭ ମଧ୍ୟ ହୋଇଥାଏ ।

୪. ମୟୁର ପର

Image courtesy: Google

ଏହାକୁ ଘରେ ରଖିବା ଦ୍ଵାରା ଏହା ଘରେ ନାକାରାତ୍ମକ ଶକ୍ତିକୁ ପ୍ରବେଶ କରିବାକୁ ଦିଏ ନାହିଁ । ପିଲାମାନଙ୍କର ମନରେ ଶାନ୍ତି ରହିଥାଏ ଓ ସେମାନଙ୍କ ମନରେ ଅନ୍ୟ କୌଣସି ଚିନ୍ତା ପଶେ ନାହିଁ । ପିଲାମାନଙ୍କର ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ ।

୫. ପଦ୍ମ ଫୁଲ

Image courtesy: Google

ପୂଜା ସମୟରେ ଅନ୍ୟ ଫୁଲ ସହିତ ପଦ୍ମ ଫୁଲ ବ୍ୟବହାର କରିବା ଦ୍ଵାରା ଏହା ପିଲାଙ୍କ ପାଠ ପଢାରେ ବହୁତ ପ୍ରଭାବ ପକାଇଥାଏ ଓ ପିଲାମାନଙ୍କର ସବୁ କିଛି ମନେ ରହିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button