ସ୍ୱାସ୍ଥ୍ୟ

ଚର୍ମ ଏବଂ କେଶ ପାଇଁ ବରଦାନ ମାଛ ତେଲ, ଏପରି କରନ୍ତୁ ବ୍ୟବହାର

ମାଂସାହାରୀଙ୍କ ପାଇଁ ଖୁବ ଲାଭାକରୀ ହୋଇଥାଏ ମାଛ ତେଲ। ସାଧାରଣ ମାଛ ତୁଳନାରେ ତେଲିଆ ମାଛ ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ। ଏହା ସୁନ୍ଦରତାକୁ ବଢ଼ାଇବା ସହ ଶରୀରକୁ ଫିଟ ରଖିବାରେ ମଧ୍ୟ ଖୁବ ସହାୟକ ହୋଇଥାଏ। ଏଥିରେ ଭରପୁର ମାତ୍ରାରେ ଓମେଗା ୩ ଫେଟି ଏସିଡ ରହିଥାଏ। ଯାହା ହାର୍ଟ ସହ କିଡନୀକୁ ସୁରକ୍ଷିତ ରଖିବାରେ ସହାୟକ ହୋଇଥାଏ। ତେବେ ଖାଲି ସ୍ବାସ୍ଥ୍ୟ ନୁହଁ ମାଛ ତେଲ କେଶ ଏବଂ ଚର୍ମ ପାଇଁ ମଧ୍ୟ ଖୁବ ଲାଭଦାୟକ ହୋଇଥାଏ। ଆସନ୍ତୁ ଜାଣିବା ସୁନ୍ଦର କେଶ ଏବଂ ତ୍ବଚା ପାଇଁ କିପରି କରିବେ ମାଛ ତେଲର ବ୍ୟବହାର।

fish

-ଆଣ୍ଟି ଇପ୍ଳେମେଟରୀ ହୋଇଥିବା କାରଣରୁ ମାଛ ତେଲରେ ସଂକ୍ରମଣ ଜନିତ ରୋଗରୁ ଲଢ଼ିବାର ଅଧିକ କ୍ଷମତା ରହିଥାଏ। ମାଛର ତେଲ ତ୍ବଚାକୁ ମଶ୍ଚରାଇଜ କରିବାରେ ସହାୟକ ହୋଇଥାଏ। ଏହା ବ୍ରଣ ଦୂର କରିବା ସହ ଚେହେରାକୁ ଏକ ପ୍ରାକ୍ରୁତିକ ଉଜ୍ବଳତା ଦେଇଥାଏ।

-ମାଛ ତେଲରେ ଭରପୁର ମାତ୍ରାର ପୋଷକ ଦ୍ରବ୍ୟ ରହିଥାଏ ।ଯାହା କେଶକୁ ବଢ଼ିବାରେ ସାହାଯ୍ୟ କରିବା ସହ ଏହାର ଝଡିବା କମ କରିଥାଏ। ମାଛ ତେଲର ସେବନ କରୁଥିବା ବ୍ୟକ୍ତିଙ୍କୁ କେଶ ଜନିତ ସମସ୍ୟା ଖୁବ କମ ହୋଇଥାଏ। ଏଥିରେ ଥିବା ପୋଷକ ଏବଂ ପ୍ରୋଟିନ୍ କେଶର ଗ୍ରୋଥ କରିବା ସହ ଏହାକୁ ସୁନ୍ଦର କରିଥାଏ।

hair

-ମାଛ ତେଲ ଖାଲି ବାହାରୁ ସୁନ୍ଦର କରାଏ ତାହା ନୁହଁ ଏହା ଭିତରୁ ତ୍ବଚାକୁ ସୁନ୍ଦର ଏବଂ କେଶକୁ ମଜବୁତ କରାଇଥାଏ। ଏହା କେଶ ଏବଂ ତ୍ବଚାକୁ ସଠିକ୍ ଭାବେ ମଶ୍ଚରାଇଜ କରିବା ସହ ଏହାକୁ ଉଚିତ୍ ପରିମାଣର ପୋଷକ ପହଞ୍ଚାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button