କିଏ କହିଲା ଅଳସୁଆ ହେବା ଖରାପ? ଜାଣି ରଖନ୍ତୁ ଏହାର ୭ଟି ଫାଇଦା

ସାଧାରଣତଃ କୁହାଯାଏ, ଆଳସ୍ୟ ବହୁତ ଖରାପ। କିନ୍ତୁ ଏହା ଶତ ପ୍ରତିଶତ ଠିକ୍ ନୁହେଁ। କାରଣ, ବିଜ୍ଞାନ ମଧ୍ୟ ମାନିଥାଏ କିଛି କ୍ଷେତ୍ରରେ ଅଳସୁଆ ରହିଲେ, ତାହା ମସ୍ତିଷ୍କ ଏବଂ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଆସନ୍ତୁ ଜାଣିବା, ଅଳସୁଆ ହେବାର ୭ଟି ଫାଇଦା ବିଷୟରେ।
୧. ଯେତେବେଳେ ବ୍ୟକ୍ତି ମାନସିକ ଏବଂ ଶାରୀରିକ ରୂପରେ ଅଧିକ ଥକିଯାଏ, ତା’ ପାଖରେ ଆଉ କିଛି କରିବା ପାଇଁ ଧୌଯ୍ୟର୍ ନ ଥାଏ। ଏଭଳି ସ୍ଥିତିକୁ ବର୍ନଆଉଟ୍ କୁହାଯାଏ। କିନ୍ତୁ ଅଳସୁଆ ଲୋକ ଏହି ସ୍ଥିତିକୁ କମ୍ ସାମ୍ନା କରିଥାଆନ୍ତି। କାରଣ, ସେମାନେ କିଭଳି ବି ନିଜକୁ ରିଲାକ୍ସ ରଖିବାର ଉପାୟ ବାଛି ନିଅନ୍ତି।

୩. ଆଳସ୍ୟ ଷ୍ଟ୍ରେସ୍ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ। ଯେଉଁ ଲୋକ ଅଳସୁଆର ସ୍ୱଭାବର, ସେମାନେ ସବୁ କାମକୁ ବହୁତ ରିଲାକ୍ସ ଉପାୟରେ କରିଥାଆନ୍ତି। ଏହାଦ୍ୱାରା ସେମାନଙ୍କୁ ଚିନ୍ତା କିମ୍ବା ଉଦ୍ବେଗ ସମସ୍ୟା ଦେଇ ଗତି କରିବାକୁ ପଡ଼ି ନ ଥାଏ।

୪. ଅଳସୁଆ ଲୋକଙ୍କୁ ଶୋଇବାରେ କୌଣସି ଅସୁବିଧା ହୋଇ ନ ଥାଏ। ଏହା ସେମାନଙ୍କୁ ନିଦ ସମସ୍ୟାରୁ ଦୂରେଇ ରଖିବା ସହିତ ଶରୀରର ଇମ୍ୟୁନ୍ ସିଷ୍ଟମ୍କୁ ମଧ୍ୟ ହେଲ୍ଦି ରଖିଥାଏ।
୫. ଅଧ୍ୟୟନ ମୁତାବକ, ଏମିତି ଲୋକଙ୍କ ଫୋକସ୍ ବଢ଼ିଆ ହୋଇଥାଏ। ସେମାନେ ଅଧିକ କ୍ରିଏଟିଭିଟି ହୋଇଥାଆନ୍ତି। ଏପରି କି, ନୂଆ ନୂଆ ଆଇଡିଆ ମଧ୍ୟ ବାହାର କରିବାରେ ଏମାନେ ବହୁତ ସଫଳ ହୋଇଥାଆନ୍ତି।

୬. ନିଦ ସମ୍ପୂର୍ଣ୍ଣ ହେବା, ଷ୍ଟ୍ରେସ୍ରୁ ଦୂରେଇ ରହିବା ଏବଂ ଶରୀର ରିଲାକ୍ସଡ ରହିବା ଇମୋଶନ୍ସକୁ ଷ୍ଟେବଲ୍ ରଖିବାରେ ସାହାଯ୍ୟ କରିଥାଏ।
୭. ଅଳସୁଆ ଲୋକ ରିଲେଶନଶିପ୍ରେ ବହୁତ ଭଲ ହୋଇଥାଆନ୍ତି। ସେମାନେ ବଢ଼ିଆ ଉପାୟରେ ସେମାନଙ୍କ ସାଥୀଙ୍କ ସହ ଇମୋଶନାଲି କନେକ୍ଟ ହୋଇଯାଆନ୍ତି।



