ବିଚାର

ବିବାହିତ ମହିଳାମାନେ କରନ୍ତୁ ଏହି ଉପାୟ, ମହା ଲକ୍ଷ୍ମୀଙ୍କର କୃପାରେ ଚମକିବ ସ୍ଵାମୀଙ୍କ ଭାଗ୍ୟ

ଶାସ୍ତ୍ର ଅନୁସାରେ ମହିଳମାନେ ଘରର ଲକ୍ଷ୍ମୀ ହୋଇଥାନ୍ତି । ଯଦି ମହିଳାମାନଙ୍କର ଗୁଣ ଭଲ ହୋଇଥାଏ ତେବେ ଘରେ ସୁଖ ସମୃଦ୍ଧି ଆସିଥାଏ । ଏହା ସହିତ ସ୍ଵାମୀ ଓ ସ୍ତ୍ରୀ ମିଶି ପରସ୍ପରକୁ ପୁରା କରିଥାନ୍ତି । ଏହି କାରଣରୁ ଯଦି ପତ୍ନୀ କୌଣସି ବି ଶୁଭ କାର୍ଯ୍ୟ କରିଥାଏ ତେବେ ତାହାର ସିଧା ପ୍ରଭାବ ସ୍ଵାମୀକୁ ହିଁ ମିଳିଥାଏ । ଜ୍ୟୋତିଷ ଶାସ୍ତ୍ରରେ ଏମିତି କେତେକ ଉପାୟ କୁହାଯାଇଛି କି ଯାହାକୁ ଯଦି ପତ୍ନୀ ଦ୍ଵାରା କରାଯାଏ ତେବେ ଏହା ଦ୍ଵାରା ସ୍ଵାମୀର ଜୀବନରେ ଥିବା ସମସ୍ତ ପ୍ରକାରର ସମସ୍ୟା ଦୂର ହୋଇଯାଏ ।

ଆସନ୍ତୁ ଜାଣିବା ବିବାହିତ ମହିଳାମାନଙ୍କ ଦ୍ଵାରା କରାଯାଉଥିବା ଏହି ଉପାୟ ବିଷୟରେ

Image courtesy: Google

ଯଦି ଆପଣଙ୍କର ସ୍ଵାମୀର କାମ କାର୍ଯ୍ୟରେ ବାଧା ଉତ୍ପନ୍ନ ହୋଇଥାଏ ତେବେ ଆପଣ ସକାଳେ ଜଲ୍ଦି ଉଠି ସ୍ନାନ କରିବା ପରେ ମାତା ଲକ୍ଷ୍ମୀଙ୍କର ପ୍ରତିମା କିମ୍ବା ଫଟୋ ସାମ୍ନାରେ ଏକ ପାତ୍ରରେ ହଳଦୀ ପାଣି ଭର୍ତ୍ତି କରି ରଖନ୍ତୁ । ଏହା ପରେ ଆପଣ ମାତା ଲକ୍ଷ୍ମୀଙ୍କର ମନ୍ତ୍ର ‘ଓଁ ମହାଲକ୍ଷ୍ମ୍ଯୈ ନମଃ’ ଜପ କରନ୍ତୁ । କିଛି ସମୟ ପର୍ଯ୍ୟନ୍ତ ମାତା ଲକ୍ଷ୍ମୀଙ୍କ ସାମ୍ନାରେ ହଳଦୀ ପାଣିକୁ ରଖିବା ପରେ ସେହି ପାଣିକୁ ନିଜ ଘରର ମୁଖ୍ୟ ଦ୍ଵାରରେ ପକାଇ ଦିଅନ୍ତୁ । ଏହା ଦ୍ଵାରା ଯଦି ଆପଣଙ୍କର ଘରେ କିଛି ଦୋଷ ଥିବ ତେବେ ତାହା ଦୂର ହୋଇଯିବ ।

Image courtesy: Google

ଯଦି ଆପଣ ଧନର ଦେବୀ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି ତେବେ ଶୁକ୍ରବାର ଦିନ ଦକ୍ଷିଣାବର୍ତ୍ତୀ ଶଙ୍ଖରେ ଜଳ ଭର୍ତ୍ତି କରି ତାହା ଦ୍ଵାରା ଭଗବାନ ବିଷ୍ଣୁଙ୍କର ଅଭିଷେକ କରନ୍ତୁ । ଏହି ଉପାୟ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରୁ କେହି ବି କରି ପାରିବେ । ଏହି ଉପାୟକୁ କରିବା ଦ୍ଵାରା ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ଆପଣଙ୍କୁ ମିଳିଥାଏ ।

Image courtesy: Google

ଯଦି ଆପଣଙ୍କର ଜୀବନରେ ଧନ ସମ୍ବନ୍ଧିତ କିଛି ସମସ୍ୟା ଚାଲିଛି ତେବେ ଏଥିରୁ ମୁକ୍ତି ପାଇବା ପାଇଁ ସବୁଦିନ ସକାଳେ ଉଠି ସ୍ନାନ କରି ମାତା ଲକ୍ଷ୍ମୀଙ୍କର ସମ୍ମୁଖରେ ବସି  ପଦ୍ମ ମଞ୍ଜିର ମାଳା ଦ୍ଵାରା ୧୦୮ ଥର “ଓଁ ଶ୍ରୀଂ ଶ୍ରୀଂ ମହାଲକ୍ଷ୍ମ୍ଯୈ ଶ୍ରୀଂ ଶ୍ରୀଂ ଓଁ ନମଃ” ମନ୍ତ୍ରର ଜପ କରନ୍ତୁ । ଏହି ଉପାୟକୁ କରିବା ଦ୍ଵାରା ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ରହିବ ଓ ଜୀବନରେ ଧନ ସମ୍ବନ୍ଧିତ ସମସ୍ୟା ବି ଆସିବ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button