ନୀତି

ଆପଣଙ୍କୁ ମିଳୁଛି କି ଏହି ସବୁ ସଙ୍କେତ , ତେବେ ଆଗକୁ ଆସୁଛି ଆପଣଙ୍କ ପାଇଁ ଶୁଭ ସମୟ

ପ୍ରତ୍ୟେକ ମଣିଷ ଜୀବନରେ ସୁଖ ଦୁଃଖ ଲାଗିରହିଥାଏ । ଏହା ବେଶି ସମୟ ତିଷ୍ଠି ନଥିଲେ ସୁଦ୍ଧା ମଣିଷକୁ ବହୁ ମାତ୍ରାରେ ପ୍ରଭାବିତ କରିଥାଏ । ଦୁଃଖ ଦିନରେ ମଣିଷ ନିଜକୁ ସମ୍ଭାଳିବା ପାଇଁ ଭଗବାନଙ୍କ ସାହା ଖୋଜିଥାଏ ଏବଂ ସୁଖ ସମୟରେ ଭଗବାନଙ୍କୁ ଧନ୍ୟବାଦ ଅର୍ପଣ କରିଥାଏ । ଭଗବାନଙ୍କ ପ୍ରତି ଆସ୍ଥା ବିଶ୍ବାସ ରଖି ଏହି ମଣିଷ ଜାତି ପ୍ରତିଦିନ ନିଜ ନିଜର କର୍ମ କରି ଚାଲନ୍ତି । ତେବେ କିଛି ସୁଖ ଖବର ଅସିବା କିମ୍ବା ଜୀବନରେ କିଛି ଶୁଭ ହେବା ପୂର୍ବରୁ ୩ଟି ସଙ୍କେତ ମିଳିଥାଏ । ଆପଣ ଜାଣିଛନ୍ତି କି କଣ ସେହି ସଙ୍କେତ? ଯଦି ଜାଣିନାହାନ୍ତି ତେବେ ଆସନ୍ତୁ ଜାଣିବା ଖୁସି ଖବର କିମ୍ବା କିଛି ଶୁଭ ହେବା ପୂର୍ବରୁ କେଉଁ ସବୁ ସଙ୍କେତ ମିଳିଥାଏ :

ଭଗବାନଙ୍କ ମଥାରୁ ଫୁଲ ଖସିବା :

maaଯଦି ଆପଣ କୈାଣସି ମନ୍ଦିରରେ ପୂଜା କରିବାକୁ ଯାଇଛନ୍ତି ଏବଂ ସେହି ସମୟରେ ଦେବତାଙ୍କୁ ଅର୍ପଣ କରାଯାଇଥିବା ଫୁଲ ହଠାତ୍ ଆପଣଙ୍କ ସାମନାରେ ଖସିପଡେ ତେବେ ଏହା ଅତ୍ୟନ୍ତ ଶୁଭ ସଙ୍କେତ । ଭଗବାନ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାଆନ୍ତି ଏବଂ ଆପଣଙ୍କ ମନସ୍କାମନା ଅତି ଶୀଘ୍ର ପୂରଣ କରିଥାନ୍ତି।

କୈାଣସି କାର୍ଯ୍ୟ କରିବାକୁ ଯିବା ବାଟରେ ଗାଈ କିମ୍ବା ନଡ଼ିଆ ଦେଖିବା :

cowCoconutsଯଦି ଆପଣ କୈାଣସି ବିଶେଷ କାର୍ଯ୍ୟ ପାଇଁ ଅନ୍ୟ ସ୍ଥାନକୁ ଯଥା- ଚାକିରୀ ପାଇଁ ଇଣ୍ଟରଭ୍ୟୁ, ଜାଗା ବାଡି କିଣାବିକା, କିମ୍ବା ଅନ୍ୟ ଶୁଭ କାର୍ଯ୍ୟ କରିବାକୁ ଯାଉଛନ୍ତି ସେହି ସମୟରେ ଯଦି ଆପଣ କୈାଣସି ଗାଈ କିମ୍ବା ନଡ଼ିଆକୁ ଦେଖିନ୍ତି ତେବେ ଏହା ଆପଣଙ୍କ ପାଇଁ ଅତି ଶୁଭ ସଙ୍କେତ ହୋଇଥାଏ। ଏହା ଦ୍ବାରା ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିଥାଏ।

ବୁଢ଼ିଆଣୀ ଜାଲ :

spiderଆପଣ ସକାଳୁ ସକାଳୁ କୈାଣସି କାର୍ଯ୍ୟ ପାଇଁ ଘରୁ ବାହାରୁଛନ୍ତି ତେବେ ଆପଣ ଯଦି କୌଣସି ବୁଢ଼ିଆଣୀ ଜାଲ ବୁଣୁଥିବାର ଦେଖୁଛନ୍ତି ତେବେ ଏହା ଶୁଭ ସଙ୍କେତ ହୋଇଥାଏ। ଏହା ଦେଖିବା ଦ୍ବାରା ଆପଣଙ୍କୁ ସବୁ କାର୍ଯ୍ୟରେ ସୁଫଳ ମିଳିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button