ସ୍ୱାସ୍ଥ୍ୟ

ଅତ୍ୟଧିକ ମୋଟାପଣ ପାଇଁ ଚିନ୍ତିତ ଅଛନ୍ତି କି? ଆପଣାନ୍ତୁ ଏହି ନିଆରା ଡାଏଟ୍‌ ପ୍ଲାନ

ଆମେରିକାରରେ ପ୍ରସ୍ତୁତ ହୋଇଥିବା ଏକ ନୂଆ ଡାଏଟ୍‌ ପ୍ଲାନ ଅନୁଯାୟୀ ରାତି ଖାଇବା ଦ୍ୱିପ୍ରହର ୨ଟା ପୂର୍ବରୁ ଖାଇବା ଉଚିତ। ଅର୍ଥାତ ସରଳ ଭାଷାରେ କହିବାକୁ ଗଲେ ରାତ୍ରି ଭୋଜନ ତ୍ୟାଗ କରିବା ଉଚିତ। ଯେଉଁ ଲୋକମାନେ ନିଜର ଅତ୍ୟଧିକ ମୋଟାପଣକୁ ନେଇ ଚିନ୍ତାରେ ରହିଛନ୍ତି ସେହି ଲୋକମାନେ ଏହି ରିସର୍ଚ୍ଚ ଉପରେ ଧ୍ୟାନ ଦେବା ଜରୁରୀ। ବର୍ତ୍ତମାନ ଏହି ରିସର୍ଚ୍ଚ ଉପରେ ଅନେକ ଏକ୍ସପର୍ଟଙ୍କ ରାୟ ଆସିବା ବାକି ରହିଛି। ଏହିକାରଣରୁ ଏହାକୁ ବିଶ୍ୱର ସବୁଠାରୁ ସ୍ୱତନ୍ତ୍ର ଡାଏଟ୍‌ ପ୍ଲାନ କୁହାଯାଇପାରେ।

Lose-Weightବିଶେଷ ରୂପେ ଭାରତରେ ସକାଳର ଜଳଖିଆ ଖାଇବା ସମୟ ସକାଳ ୮ ଟାରୁ ୧୦ ଟା, ଲଞ୍ଚ ସମୟ ୧ ରୁ ୨ ଟା ପର୍ଯ୍ୟନ୍ତ ଏବଂ ଡିନର୍‌ ସମୟ ରାତି ୮ ଟାରୁ ୧୦ ଟା ମଧ୍ୟରେ ହୋଇଥାଏ। ଏହା ମଧ୍ୟରେ ଲେଶକମାନେ କିଛି ଆଲୁକା ସ୍ନାକ୍ସ ମଧ୍ୟ ଖାଇଥାନ୍ତି। ରିସର୍ଚ୍ଚ ଅନୁଯାୟୀ ଏହି ହାଲୁକା ସ୍ନାକ୍ସ ଆପଣଙ୍କ ଶରୀରର ଓଜନ ବଢାଇବାରେ ସାହାଯ୍ୟ କରିଥାଏ। ଏହାବ୍ୟତୀତ ଯଦି ଆପଣ ଅଫିସରେ ବସି କାମ କରୁଛନ୍ତି ତେବେ ଏହି ସ୍ନାକ୍ସ ଆପଣଙ୍କ ମେଟାବଲିଜିମ୍‌ ଖରାପ କରିଥାଏ, ଯାହା ଫଳରେ ଆପଣଙ୍କ ଓଜନ ବଢିଥାଏ।

ରିସର୍ଚ୍ଚ ଅନୁଯାୟୀ ଜଣେ ବ୍ୟକ୍ତି ସାଧାରଣତଃ ପୁରା ଦିନରେ ପାଖାପାଖି ୧୪ ଘଣ୍ଟା ମଧ୍ୟରେ କିଛି ନା କିଛି ଖାଇଥାନ୍ତି। ଯଦି ଆପଣ ନିଜର ଜନଖିଆ ସକାଳ ୮ ରୁ ଆରମ୍ଭ କରୁଛନ୍ତି ତେବେ ରାତି ୧୦ ପର୍ଯ୍ୟନ୍ତ କିଛି ନା କିଛି ଖାଇଥାନ୍ତି। ଅର୍ଥାତ ପୁରା ଦିନରେ ଆପଣ କେତେ ଥର ଖାଇଥାନ୍ତି ତାହା ଜାଣି ପାରିନଥାନ୍ତି। ଯାହାଫଳରେ ଓଜନ ନିୟନ୍ତ୍ରିତ କରିବା ବା କମ କରିବା ପାଇଁ intermittent fasting ଅର୍ଥାତ ନିଶ୍ଚିନ୍ତ ସମୟ ପର୍ଯ୍ୟନ୍ତ ଭୋକରେ ରହିବା ପାଇଁ ପରାମର୍ଶ ଦିଆଯାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button